ବିଭିନ୍ନ ଦାବୀ ପୁରାଣ ନେଇ ଧାରଣା ରେ ଓଡିଶା ମେଡିକାଲ ଆଉଟ ସୋର୍ସିଙ୍ଗ କର୍ମଚାରୀ ସଙ୍ଘ।

ବ୍ରହ୍ମପୁର ୧୬/୩( )ସ୍ଥାନୀୟ ଏମ କେ ସି ଜି ମେଡିକାଲ ପରିସରରେ ଓଡିଶା ମେଡିକାଲ ଆଉଟ ସୋର୍ସିଙ୍ଗ କର୍ମଚାରୀ ସଙ୍ଗ ର ସଦସ୍ୟ /ସଦସ୍ୟା ଗଣ ବିଭିନ୍ନ ଦାବୀ ପୂରଣ ପାଇଁ ଦୀର୍ଘ ଦିନ ହେଲା ଧାରଣା ବସିଛନ୍ତି ସେମାନଙ୍କ କହିବା ହେଲା ଦୀର୍ଘ ୨୦ରୁ ୨୫ ବର୍ଷ ହେଲା ସେମାନଙ୍କୁ ଆଉଟ ସୋର୍ସିଙ୍ଗ ଭାବେ ନିଯୁକ୍ତି ଦେଇଛନ୍ତି କିନ୍ତୁ ସେମାନେ ନିୟମିତ କର୍ମଚାରୀ ଭଳି ହୁଡୁ,ବାତ୍ୟା,କୋରନା,ମହାମାରୀ,ଭଳି ଜରୁରୀ କାଳୀନ ସେବା ଜନସାଧାରଣ ଙ୍କୁ ଯୋଗାଇଥାନ୍ତି କିନ୍ତୁ ସରକାର ସେମାନଙ୍କୁ ବିଭିନ୍ନ ଆଳ ଦେଖାଇ କାର୍ଯ୍ୟ ରୁ ଛଟେଇ କରୁଛନ୍ତି,ସ୍ଥାୟୀ ନିଯୁକ୍ତି ଦେଉ ନାହାନ୍ତି,ସେପଟେ ଅସ୍ଥାୟୀ କର୍ମଚାରୀ ବୋଲି କମ ଦରମା ରେ ଡିଉଟି କରୁଛନ୍ତି।ସେମାନଙ୍କ ଦାବୀ ହେଲା ସ୍ଥାୟୀ ନିଯୁକ୍ତି ଘୋଷଣା କରିବା ଛଟେଇ ବନ୍ଦ କରିବା,ଦୀର୍ଘ ଦିନ ହେଲା ଯେଉଁ ମାନେ କାର୍ଯ୍ୟ କରି ଜନସାଧାରଣ ଓ ରୋଗୀ ଙ୍କ ସେବାରେ ଅଛନ୍ତି ଉଚିତ ସନ୍ନମାନ ଓ ଉଚିତ ଦରମା ନିୟମିତ କର୍ମଚାରୀ ଙ୍କ ଭଳି ଗ୍ରହଣ କରିବା ପାଇଁ ସରକାର ଙ୍କୁ ଦାବୀ ଜଣାଇଥିଲେ।ଯଦି ସରକାର ସେମାନଙ୍କ ଦାବୀ କୁ ଗ୍ରହଣ ନ କରନ୍ତି ସେମାନେ ରାଜ ରାସ୍ତା କୁ ଓଲ୍ହାଇବେ ଓ ମେଡିକାଲ ରେ ରୋଗୀ ସେବାରେ ରେ ସହଯୋଗ କରିବେ ନାହିଁ ଏହି ସମସ୍ତ ବିଷୟ ଅନୁଧ୍ୟାନ କରି ସରକାର ଓ ମେଡିକାଲ କତୃପକ୍ଷ ତୁରନ୍ତ ସେମାନଙ୍କ ଦାବୀ କୁ ଗ୍ରହଣ କରିବାକୁ ମେଡିକାଲ ଆଉଟ ସୋର୍ସିଙ୍ଗ କର୍ମଚାରୀ ସଙ୍ଘ ଦାବୀ କରିଥିଲା ।

Leave a Reply

Your email address will not be published. Required fields are marked *