ଓଡିଶା ମେଡିକାଲ ଆଉଟସୋର୍ସିଙ୍ଗ କର୍ମଚାରୀ ସଙ୍ଘ ବୈଠକ
ହିଞ୍ଜିଳିକାଟୁ-(27/07/25) ରାଜ୍ୟ ର ସମସ୍ତ ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ଆଉଟସୋରସିଂ କର୍ମଚାରୀ ଙ୍କ ଦୟାରେ ଚାଲିଛି I ବିଭିନ୍ନ ଠିକା ସଂସ୍ଥା ଅଧିନରେ ନିଯୁକ୍ତ ହାଉସ କିପିଙ୍ଗ,ସୁରକ୍ଷା ଓ ସଫେଇ କର୍ମଚାରୀ ମାନେ ସ୍ୱଳ୍ପ ଦରମା ରେ ଦୀର୍ଘ ଦିନ ହେବ କାର୍ଯ୍ୟ କରି ଆସୁଥିବା ବେଳେ ସେମାନଙ୍କୁ ନିୟମିତ କରିବା ତ ଦୂରର କଥା ସେମାନଙ୍କୁ ମୌଳିକ ସୁବିଧା ଯୋଗାଇବା ମଧ୍ୟ ସରକାର ମାନେ ବିଫଳ I ପୂର୍ବରୁ କର୍ମଚାରୀ ସଙ୍ଘ ଦ୍ୱାରା ଆନ୍ଦୋଳନ ଫଳ ରେ ମିଳିଥିବା କିଛି ସୁବିଧା ସୁଯୋଗ କୁ ମଧ୍ୟ ବର୍ତ୍ତମାନ ର ବିଜେପି ସରକାର ଲାଗୁ କରିବା ରେ ଟାଳଟୁଳ ନୀତି ଅବଲମ୍ବନ କରିଵା ଯୋଗୁଁ କର୍ମଚାରୀ ମାନଙ୍କ ଭିତରେ ଅସନ୍ତୋଷ ବୃଦ୍ଧି ପାଇଛି I ଏହାକୁ ନେଇ ଓଡିଶା ମେଡିକାଲ କର୍ମଚାରୀ ସଙ୍ଘ ଗଞ୍ଜାମ ଜିଲ୍ଲା କମିଟି ତରଫରୁ ସ୍ଥାନୀୟ ଶ୍ୟାମଳାଇ ମନ୍ଦିର ପରିସର ରେ ଜିଲ୍ଲା ସଭାପତି ହିମାଂଶୁ ପଟ୍ଟନାୟକ ଙ୍କ ସଭାପତିତ୍ୱ ରେ ଏକ ବୈଠକ ଆୟୋଜିତ ହୋଇ ସରକାର ଙ୍କ ପାତରଅନ୍ତର ନୀତି କୁ ବିରୋଦ୍ଧ କରାଯାଇଛି I ସୂଚନାଯୋଗ୍ୟ ଗତ ବିଜେଡି ସରକାର ରେ ରାଜ୍ୟ ର ସମସ୍ତ ବିଭାଗ ର ଆଉଟସୋର୍ସିଙ୍ଗ କର୍ମଚାରୀ ଙ୍କ ମିଳିତ ଆନ୍ଦୋଳନ ଫଳ ରେ ପୂର୍ବ ସରକାର ଙ୍କ ଦ୍ୱାରା 25 ପ୍ରତିଶତ ଦରମା ବୃଦ୍ଧି, ମାତୃତ୍ୱକାଳୀନ ଛୁଟି ବ୍ୟବସ୍ଥା,ବାର୍ଷିକ ଅତିରିକ୍ତ 12 ଟି ଛୁଟି, ଓ ପାଞ୍ଚବର୍ଷିଆ ଅଭିଜ୍ଞତା ଭିତ୍ତିକ ଦରମା ବୃଦ୍ଧି ଘୋଷଣା କରାଯାଇଥିଲା କିନ୍ତୁ ଏହି ଘୋଷଣା ରୁ ମେଡିକାଲ କର୍ମଚାରୀ ଙ୍କ ଭଳି ହଜାର ହଜାର ଡେଲି ୱେଜେସ କର୍ମଚାରୀ ଙ୍କ ପାଇଁ ଏହି ଘୋଷଣା କାର୍ଯ୍ୟକାରୀ ହୋଇ ପାରିନାହିଁ I ଅନ୍ୟାପଟେ ଏଜେନ୍ସି ମାନଙ୍କ ଦ୍ୱାରା ବିଭିନ୍ନ ରାସ୍ତା ରେ ଶୋଷଣ ବୃଦ୍ଧି ପାଇଛି I ମାସାଧିକ କାଳ ଦରମା ବକେୟା ରହୁଛି, ଇପିଏଫ/ଇଏସଆଇ ବାବଦ ଅର୍ଥ ସଠିକ ପୈଠ ହେଉନି ଏବଂ ଏହାର ପ୍ରତିବାଦ କଲେ କର୍ମଚାରୀ ଙ୍କୁ ଛଟେଇ ଧମକ ମିଳୁଛି I ନିକଟରେ ରାଜ୍ୟ ସରକାର ଙ୍କ ଦ୍ୱାରା ଆଉଟସୋର୍ସିଙ୍ଗ ଟେଣ୍ଡର ଓ ନିଯୁକ୍ତି କୁ ନେଇ କଟକଣା ଲଗାଯାଇ ଅର୍ଥ ବିଭାଗ ର ବିନା ନିର୍ଦ୍ଦେଶରେ ଟେଣ୍ଡର କୁ ଅନୁମତି ନ ଦେବାକୁ ନିର୍ଦ୍ଦେଶନାମା ଲାଗୁ କରିଛନ୍ତି I କିନ୍ତୁ ଦୀର୍ଘଦିନ ଧରି କାର୍ଯ୍ୟ କରି ଆସୁଥିବା ଆଉଟସୋର୍ସିଙ୍ଗ କର୍ମଚାରୀ ମାନଙ୍କ ଭବିଷ୍ୟତ ଟେଣ୍ଡର ଅବଧି ସରିଗଲେ ସେମାନଙ୍କ ନିଯୁକ୍ତି ପ୍ରକ୍ରିୟା କଣ ହେବ ସରକାର ତରଫରୁ ସ୍ପଷ୍ଟ କରି ନାଁହାନ୍ତି ଯାହାକୁ ନେଇ ସଙ୍ଘ ତରଫରୁ ଏହି ନିଷ୍ପତ୍ତି କୁ ବିରୋଧ କରାଯାଉଛି I ଏଥି ସହିତ ନିକଟରେ ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ସଫେଇ କର୍ମଚାରୀ ପାଇଁ ଜୀବନଵୀମା, ମୋବାଇଲ ଫୋନ,ଓ ସହରୀ ଆବାସ ଯୋଜନା ରେ ସାମିଲ କରିବାକୁ ଘୋଷଣା କରିଛନ୍ତି I

କିନ୍ତୁ ଏହି ଘୋଷଣା କେବଳ ସ୍ୱରେଜ ଓ ସେପ୍ଟିକ ଟାଙ୍କି ସଫା କରୁଥିବା ଅଳ୍ପ ସଂଖ୍ୟକ କର୍ମଚାରୀ ମାନଙ୍କ ପାଇଁ ପ୍ରଯୁର୍ଯ୍ୟ ହୋଇପାରେ କିନ୍ତୁ ମେଡିକାଲ ରେ କାର୍ଯ୍ୟରତ ଆଉଟସୋର୍ସିଙ୍ଗ ସଫେଇ କର୍ମଚାରୀ ଓ ସହରାଞ୍ଚଳ ସଫେଇ କର୍ମଚାରୀ ମାନେ ବିପଦପୁର୍ଣ ଭାବେ ପରିମଳ କାର୍ଯ୍ୟ ରେ ନିୟୋଜିତ ଥିଲେ ମଧ୍ୟ ଏହି କର୍ମଚାରୀ ମାନେ ଲାଭବାନ ହୋଇ ପାରିବେ ନାହିଁ I ଯାହାକୁ ନେଇ ମଧ୍ୟ ସଙ୍ଘ ତରଫରୁ ପ୍ରତିବାଦ କରାଯାଉଛି I ଆଜିର ଏହି ବୈଠକ ରେ ଜିଲ୍ଲା ର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ,ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ପ୍ରଥମିକ ସ୍ୱାସ୍ଥ୍ୟ କେନ୍ଦ୍ର,ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଓ ବିଭିନ୍ନ ସ୍ୱାସ୍ଥ୍ୟ ସ୍କିମ ର କର୍ମଚାରୀ ମାନେ ଯୋଗ ଦେଇଥିଲେ I ସଙ୍ଘ ତରଫରୁ ଆଗାମୀ କାର୍ଯ୍ୟପନ୍ଥା ଅନୁସାରେ ଏଲ ଏଣ୍ଡ କେ ଏଜେନ୍ସି ଦ୍ୱାରା ମାସର ସଠିକ ସମୟ ରେ ଦରମା ନ ଦେବା, ଇପିଏଫ /ଇଏସଆଇ ର ସଠିକ ପୈଠ, ପୂର୍ବ ଏଜେନ୍ସି ଅଭିରାମ ସଂସ୍ଥା ର ବକେୟା ଅର୍ଥ, ଓ କର୍ମଚାରି ମାନଙ୍କ ସୁରକ୍ଷା ଉପକରଣ ସହ ୟୁନିଫର୍ମ ସଠିକ ଭାବେ ଯୋଗାଇବାକୁ ବିଭାଗ ପାଖରେ ଦାବୀ ରଖାଯିବ ଓ ସରକାର ଙ୍କ ଦ୍ୱାରା ସମସ୍ତ ଦାବୀ ପୂରଣ ନ ହେଲେ ଆଗାମୀ ଦିନ ରେ ରାଜ୍ୟ ସ୍ତରୀୟ ଆନ୍ଦୋଳନ କରିବାକୁ ସଙ୍ଘ ନିଷ୍ପତି ନେଇଛି I ଉକ୍ତ କାର୍ଯ୍ୟକ୍ରମ ରେ ମହାସଂଘ ର ରାଜ୍ୟ ଆବାହକ ତଥା ସର୍ବ ଭାରତୀୟ ଶ୍ରମିକ ସଂଗଠନ ଇଫଟୁ ର ରାଜ୍ୟ ସଭାପତି ପ୍ରତାପ ପ୍ରଧାନ, ସଭାପତି ହିମାଂଶୁ ପେଟଟନାୟକ ସଙ୍ଘ ର ଜିଲ୍ଲା ସମ୍ପାଦକ ସୂର୍ଯ୍ୟ ନାରାୟଣ ବେହେରା, ଆଦର୍ଶ ବିଦ୍ୟାଳୟ କର୍ମଚାରୀ ନେତା ପ୍ରଶାନ୍ତ ପରିଛା, ପୌର କର୍ମଚାରୀ ନେତା ଉତ୍ତମ ନାୟକ, ପ୍ରେମାନନ୍ଦ ସାହୁ,ବିକ୍ରମ ବିଷୋୟୀ,ସୁଶାନ୍ତ ଗୌଡ଼, ପ୍ରମୁଖ ଉପସ୍ଥିତ ଥିଲେ I ଓଡିଶା ମେଡିକାଲ ଆଉଟସୋର୍ସିଙ୍ଗ କର୍ମଚାରୀ ସଙ୍ଘ ଗଞ୍ଜାମ ଜିଲ୍ଲା କମିଟି ତରଫରୁ ସୂର୍ଯ୍ୟ ନାରାୟଣ ବେହେରା (ସମ୍ପାଦକ)+918456038238ହିମାଂଶୁ ପଟ୍ଟନାୟକ (ସଭାପତି)+917873469567
