ଓଡ଼ିଶା ସଂଗୀତ ପରିଷଦର ୮୯ତମ ବାର୍ଷିକ ଉତ୍ସବ ଅନୁଷ୍ଠାନ

ପରିସରରେ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଡକ୍ଟର କୈଳାସ ଚନ୍ଦ୍ର ଟିକାୟତରାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଊଦଘାଟକ ତଥା ମୁଖ୍ୟଅତିଥି ଶ୍ରୀଯୁକ୍ତ ସନ୍ତୋଷ କୁମାର ସେଠୀ, ଉପ ନିର୍ଦ୍ଦେଶକ ସୂଚନା ଓ ଲୋକସଂପର୍କ ବିଭାଗ, ପୁରୀ, ସମ୍ମାନିତ ଅତିଥି ଶ୍ରୀଯୁକ୍ତ ହେମନ୍ତ କୁମାର ଵେହେରା ଜିଲ୍ଲା ସଂସ୍କୃତି ଅଧିକାରୀ ଯୋଗଦେଇ ୧୯୩୬ ମସିହାରୁ ପ୍ରତିଷ୍ଠିତ ଏହି ଅନୁଷ୍ଠାନର କଳା, ସଂସ୍କୃତି, ସଙ୍ଗୀତ ଓ ବାଦ୍ୟଯନ୍ତ୍ରରେ ଉତ୍ତମ ପ୍ରତିଭା ଗଢିବାର ସଙ୍କଳ୍ପକୁ ସ୍ୱାଗତ କରିଥିଲେ। ଏହି ଅବସରରେ ଇଂ ଦେବବ୍ରତ ଷଡ଼ଙ୍ଗୀ, ସ୍ୱର୍ଗତ ପୂର୍ଣ୍ଣଚନ୍ଦ୍ର ଚଇନି, ପୂର୍ବତନ ସଂପାଦକ ଓଡ଼ିଶା ସଂଗୀତ ପରିଷଦ, ଗୁରୁ ବିଶ୍ୱନାଥ ପୂଜାପଣ୍ଡା, ନୃତ୍ୟଗୁରୁ ବିଜୟ କୁମାର ସେନାପତିଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା । ଏହି ଏକ ଚିତ୍ରକଳା ପ୍ରଦର୍ଶନୀ, ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ହିନ୍ଦୁସ୍ଥାନୀ, ଓଡିଶୀ ଶାସ୍ତ୍ରୀୟ ସଙ୍ଗୀତ, ଭଜନ, ଦୈତ୍ୟ ମର୍ଦଳ ବାଦନ, ଓଢିଶୀ ଓ ଭଜନ ନୃତ୍ୟ ଗୁରୁ ଅଧ୍ୟକ୍ଷା ଶ୍ରୀମତୀ ଉର୍ମିଳା ପ୍ରଧାନ, ଗୁରୁ ନଳିନୀକାନ୍ତ ନାୟକ, ଗୁରୁ ଶ୍ରୀମତୀ ଇତିଶ୍ରୀ ପଟ୍ଟନାୟକ, ଗୀରୁ ହରିଶ୍ଚନ୍ଦ୍ର ଦାସ ଓ ଦେବାଶିଷ ଦାସ ବେହେଲା, ଗୁରୁ ସତ୍ୟନାରାୟଣ ଗୁରୁ ସୀତାର, ଗୁରୁ ଶକ୍ତିଭୁଷଣ ମିଶ୍ର ତବଲା, ମାଧବ ଶ୍ରୀନନ୍ଦନ ମର୍ଦଳ, ଆଦିତ୍ୟ ନାରାୟଣ ମଞ୍ଜିରା ଏବଂ ଗୁରୁ ବିକ୍ରମ ଦାସ ଅକ୍ଟୋପ୍ୟାଡରେ ସହଯୋଗ କରିଥିଲେ। ପ୍ରାରମ୍ଭରେ ଅବସରପ୍ରାପ୍ତ ଶିକ୍ଷା ମଣ୍ଡଳାଧୀଶ ଶ୍ରୀମତୀ ବିଜୟଲକ୍ଷ୍ମୀ ଦାଶ ମିଶ୍ରଙ୍କ ରଚିତ ସଂଗୀତକୁ ସମବେତ ସ୍ୱାଗତ ସଂଗୀତ ଭାବରେ ଅନୁଷ୍ଠାନର କଳାକାରମାନେ ପରିବେଷଣ କରିଥିଲେ। ମଞ୍ଚରେ ଦୁଇ ଉପସଭାପତି ଭାଗିରଥି ଖୁଣ୍ଟିଆ ଏବଂ ଉମାକାନ୍ତ ଦାସ, ଉପଦେଷ୍ଟା ଗୋବିନ୍ଦ ମହାନ୍ତି ଉପସ୍ଥିତ ଥିଲେ । ବିରଞ୍ଚି ଜଗଦେବ, ମାଧବ ଶ୍ରୀନନ୍ଦନ ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ। ଅନୁଷ୍ଠାନର ସଂପାଦକ ପ୍ରସନ୍ନ କୁମାର ମିଶ୍ର ସଂପାଦକୀୟ ବିବରଣୀ ପାଠ କରିଥିଲେ। ମଞ୍ଚ ପରିଚାଳନା କରୁଥିଲେ ସର୍ବାଣୀ ଦାସ , ଶ୍ୟାମପ୍ରକାଶ ସେନାପତି ଏବଂ କୃଷ୍ଣଚନ୍ଦ୍ର ସାହୁ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜ୍ଜନ କରିଥିବା ଋତିଲିପ୍ସା ସେନାପତି, ବିଶ୍ୱଜିତ ମହାନ୍ତି, ଜୟଲକ୍ଷ୍ମୀ ପଟ୍ଟନାୟକ, ଆଶୁତୋଷ ପ୍ରିୟଦର୍ଶୀ, ଚିନ୍ମୟ ସେଠୀ, ଦୀପାନ୍ୱତା ଦାସ, ପ୍ରିୟାଂଶୁ, ବାଗେଶ୍ରୀ ପ୍ରଧାନୀ, ଚିନ୍ମୟ ରେଡୀ, କୁମାରୀ ଦେବଶ୍ରୀ ପରିଡ଼ା, ୟାସ କୁମାର ରେଡୀ, ସୁଶ୍ରୀ ସଂଗୀତା, ପାୟଲ ମହାନ୍ତି, କର୍ମଜା ପତି, ଶିଓନୀ ଚମ୍ପତିଙ୍କୁ ଏବଂ ପ୍ରଦୀପ କୁମାର ଦଳାଇ, ଗୁରୁ ଉର୍ମିଳା ପ୍ରଧାନ, ଗୁରୁ ଇତିଶ୍ରୀ ପଟ୍ଟନାୟକ, ଗୁରୁ ନଳିନୀକାନ୍ତ ନାୟକ, ଗୁରୁ ମଞ୍ଜୁଲତା ମିଶ୍ର, ମାଧବ ଶ୍ରୀନନ୍ଦନ ସାହୁ, ପ୍ରଦୀପ କୁମାର ବାରିକ, ପ୍ରିତମ ଜଗଦେବ, ଗୁରୁ ଦାମୋଦର ବିଶୋଇ, ଗୁରୁ ହରିଶ୍ଚନ୍ଦ୍ର ଦାସ, ଗୁରୁ ସତ୍ୟନାରାୟଣ ଗୁରୁ, ଗୁରୁ ଡାକ୍ତର ବିକ୍ରମ ଦାସ, ଗୁରୁ ଶକ୍ତିଭୂଷଣ ଦାସ, ଦେବାଶିଷ ଦାସ, କୃଷ୍ଣଚନ୍ଦ୍ର ସାହୁ, ସର୍ବାଣୀ ଦାସ, ଶ୍ୟାମ ପ୍ରକାଶ ସେନାପତି ଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ୱର୍ଦ୍ଧିତ କରାଯାଇଥିଲା।ଅନ୍ୟମାନଙ୍କ ମଧ୍ୟରେ ରାମଚନ୍ଦ୍ର ଦାସ ମହାପାତ୍ର, କବିତିଳକ ଗୁରୁ ଆର୍ତ୍ତତ୍ରାଣ ଶତପଥୀ, ବିଚିତ୍ର ରଞ୍ଜନ ମହାପାତ୍ର, ଅନାମ ଚନ୍ଦ୍ର ସାହୁ, ଚକ୍ରଧର ମହାପାତ୍ର , ଗୁରୁ ଦାମୋଦର ବିଶୋଇ, ଦୀପକ ମିଶ୍ର, ପ୍ରଫୁଲ୍ଲ ଦୋରା, ଜଗନ୍ନାଥ ସାହୁ, ବିଜୟ କୁମାର ପଣ୍ଡା, ଜଗଦୀଶ ଜେନା, ବିପିନ ବିହାରୀ ଦଳାଇ ପ୍ରମୁଖ ଶତାଧିକ କଳା ସଂସ୍କୃତି ପ୍ରେମୀ ଯୋଗଦେଇଥିଲେ। ଶେଷରେ ଉପାସଭାପତି ଭାଗିରଥି ଖୁଣ୍ଟିଆ ଧନ୍ୟବାଦ ଅର୍ପଣ କରିଥିଲେ। ପରେପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ କରାଯାଇଥିବା ।

Leave a Reply

Your email address will not be published. Required fields are marked *