ଶହୀଦ ଯବାନ ସରୋଜ କୁମାର ଦାସଙ୍କୁ ଓଡ଼ିଶା ପରିବାର ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ

ସିକିମ୍‌ର ବନ୍ୟାରେ ଭାସିଯାଇ ଶହୀଦ ହୋଇଥିବା ଓଡ଼ିଆ ଯବାନ ସରୋଜ କୁମାର ଦାସଙ୍କୁ ଓଡ଼ିଶା ପରିବାର
ନିର୍ଦ୍ଦେଶାଳୟ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ତାଙ୍କ ମରଶରୀର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ
ପହଞ୍ଚିବା ପରେ ଅନ୍ୟମାନଙ୍କ ସହ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ପକ୍ଷରୁ ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ଶ୍ରୀ ପ୍ରୀତିଶ
ପଣ୍ଡା ଏବଂ ଶ୍ରୀ ଲକ୍ଷ୍ମୀଧର ବେହେରା ଶହୀଦଙ୍କ ଶେଷ ଦର୍ଶନ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶହୀଦ ଜବାନ
ସରୋଜ କୁମାର ଦାସ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡର ବାସିନ୍ଦା ଅଟନ୍ତି । ଶହୀଦଙ୍କ ଶେଷକୃତ୍ୟ
ସଂପାଦନ ରେ ସହ ଯୋଗ ପୂର୍ବକ ଉପସ୍ଥିତ ରହିବାକୁ ଢେଙ୍କ।ନାଳ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ନିର୍ଦ୍ଦେଶକ ଶ୍ରୀ ଦିଲୀପ
ରାଉତରାଏ ପରାମର୍ଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *