ଓଡିଶା କୃଷକ ସଭା ଜିଲ୍ଲା କମିଟି ବୈଠକ ଅନୁଷ୍ଠିତ,ଜିଲ୍ଲାର କୃଷକଙ୍କ ସମସ୍ୟା ନେଇ ଆଲୋଚନା

ବ୍ରହ୍ମପୁର /27.2.2025ଅଖିଳ ଭାରତ କୃଷକ ସଭା ଅନୁବନ୍ଧିତ ଓଡିଶା କୃଷକ ସଭା ଜିଲ୍ଲା କମିଟି ବୈଠକ ଜିଲ୍ଲା ସଭାପତି ପି. ହରି କୃଷ୍ଣ ରେଡ୍ଡୀ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇ ଥିଲା, ରାଜ୍ୟ ସମ୍ପାଦକ ସୁରେଶ ଚନ୍ଦ୍ର ପାଣିଗ୍ରାହୀ ଯୋଗ ଦେଇ ସାମ୍ପ୍ରତିକ ଦେଶ ରପରିସ୍ଥିତି ଓ କୃଷକ ମାନଙ୍କ ସମସ୍ୟା କେନ୍ଦ୍ରନେଇଥିବା କୃଷକ ବିରୋଧୀ ବଜେଟ ସମ୍ପର୍କ ରେ ଆଲୋଚନା କରିଥିଲେ l ବୈଠକ ରେବରିଷ୍ଠ କୃଷକ ନେତା ଓ ଗୋପାଳ କୃଷ୍କ ପାଣିଗ୍ରାହୀ ଯୋଗ ଦେଇ ସଂଗଠନ କୁ ସୃଦୁଡ଼ ଓ ପ୍ରସାର କରିବା କୁ ବକ୍ତବ୍ୟ ଦେଇ ଥିଲେ ।ଜିଲ୍ଲା ରେ ଅଦିନିଆ ବର୍ଷା ରଫସଲ କ୍ଷତି ପୂରଣଓ ଫସଲ ବୀମା ଅର୍ଥ ପ୍ରଦାନ କରିବା । ଆଦିବାସୀ ଜଙ୍ଗଲ ଜମି ର ସର୍ଭେ କରି ପଟ୍ଟା, ଘରପଟା ଓ ଧାନ ମଣ୍ଡି ରେ ଧନରଖିବା ପାଇଁ ଗୋଦାମ ଘର ନିର୍ମାଣ, ପ୍ରତେକ ବ୍ଲକ ରେ ଶୀତଳ ଭଣ୍ଡାର ପ୍ରତିଷ୍ଠା କରିବା, ଜଳସେଚନ କରିବା, ଭାଗ ଚାଷୀ ଚାଷୀର ମାନ୍ୟତା ଦେବା ଦାବୀ ନେଇ ଆନ୍ଦୋଳନ ହେଵା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।ବୈଠକ ରେ ଜିଲ୍ଲା ସମ୍ପାଦକ ଅଜୟ ଗୌଡ଼, ସରପଞ୍ଚ ବୈରାଗୀ ବେହେରା, ବିଜୟ ବିଷୋୟୀ,ପି ଶିବ ଶଙ୍କର,ଦାସ ଗମାଙ୍ଗ, ସୁଖ ଦେବ ଶବର, ମୋଚିଆ ଶବର, ପଦ୍ମ ନଭ ପ୍ରଧାନ, ଚନ୍ଦନ ଶବର, ଶଶୀନୀୟକ, ବିଦେଶୀ ନାୟକ, ମୁଗୁନା ଗମାଙ୍ଗ ପ୍ରମୁଖ ଯୋଗଦାନ କରଥିଲେ ।

Leave a Reply

Your email address will not be published. Required fields are marked *