ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତି ଉତ୍ସବ ପାଳିତ

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତି ଉତ୍ସବ ପାଳିତଭାରତରତ୍ନ ଅଟଳଜୀ ହେଉଛନ୍ତି ଆମ ସମସ୍ତଙ୍କ ପାଇଁ ଆଦର୍ଶ: ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀବୌଦ୍ଧ / ଭୁବନେଶ୍ୱର ୧୬ ଅଗଷ୍ଟ, ୨୦୨୫ଓଡ଼ିଶା ସାହିତ୍ୟ ଏକାଡେମୀ ଆନୁକୂଲ୍ୟରେ ବୌଦ୍ଧ ଜିଲ୍ଲା ଟାଉନ୍‌ ହଲ୍‌ରେ ଆଜି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତି ଉତ୍ସବ ପାଳନ କରାଯାଇଛି। ଆଜିର କାର୍ଯ୍ୟକ୍ରମରେ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।ନିଜର ଅଭିଭାଷଣରେ ସେ କହିଥିଲେ ଯେ, ଆଜି ପୂଜ୍ୟ ଅଟଳ ବିହାରୀ ବାଜପେୟୀଜୀଙ୍କର ଶ୍ରଦ୍ଧାଞ୍ଜଳି ଦିବସ। ମହାନ ଜନନାୟକ ଭାରତରତ୍ନ ଅଟଳଜୀଙ୍କୁ ମୁଁ ଭକ୍ତିପୂତ ପ୍ରମାଣ ଜଣାଉଛି। ଅଟଳଜୀଙ୍କ ସମ୍ପୂର୍ଣ୍ଣ ଜୀବନ ଭାରତ ଓ ଭାରତୀୟତା ପ୍ରତି ଉତ୍ସର୍ଗୀକୃତ ଥିଲା।

ସେ ଆମ ସମସ୍ତଙ୍କ ପାଇଁ ଆଦର୍ଶ। ତାଙ୍କ ଜୀବନୀରୁ ପ୍ରେରିତ ହୋଇ ଆଜିର ଯୁବବର୍ଗ ସଶକ୍ତ ରାଷ୍ଟ୍ର ନିର୍ମାଣରେ ନିଜର ସକ୍ରିୟ ଯୋଗଦାନ ଦିଅନ୍ତୁ ବୋଲି କହିଛନ୍ତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ।ଆଜିର କାର୍ଯ୍ୟକ୍ରମରେ କନ୍ଧମାଳ ସାଂସଦ ଶ୍ରୀ ସୁକାନ୍ତ କୁମାର ପାଣିଗ୍ରାହୀ, ଓଡ଼ିଶା ବିଧାନସଭା ମୁଖ୍ୟ ସଚେତକ ତଥା ବୌଦ୍ଧ ବିଧାୟକ ଶ୍ରୀ ସରୋଜ କୁମାର ପ୍ରଧାନ ଉପସ୍ଥିତ ଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀ ସଚିବ ଡ଼. ଚନ୍ଦ୍ରଶେଖର ହୋତା ଆଜିର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।ଅମ୍ଳାନ ଦାସ ଲୋକସମ୍ପର୍କ ଅଧିକାରୀ l

Leave a Reply

Your email address will not be published. Required fields are marked *