ଓଡିଶା ପ୍ରଦେଶ କଂଗ୍ରେସ କମିଟି ଅନୁସୂଚୀତ ଜାତି ବିଭାଗ କାର୍ଯ୍ୟକାରିଣୀ ବୈଠକ
ଓଡିଶା ପ୍ରଦେଶ କଂଗ୍ରେସ କମିଟି ଅନୁସୂଚୀତ ଜାତି ବିଭାଗ କାର୍ଯ୍ୟକାରିଣୀ ବୈଠକ
କୋଣାର୍କ – କୋଣାର୍କ ଚନ୍ଦ୍ରଭାଗା ଠାରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ପୁରୀ ଜିଲ୍ଲା ଅନୁସୂଚୀତ ଜାତି ବିଭାଗ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୁରୀ ଜିଲ୍ଲା ସଭାପତି ଗୋବିନ୍ଦ ଚନ୍ଦ୍ର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ରାଜ୍ୟ ଅନୁସୂଚୀତ ଜାତି ବିଭାଗ ଅଧକ୍ଷ ମାନସ ମଲ୍ଲିକ, ରାଜ୍ୟ ସମ୍ପାଦକ ପ୍ରତାପ କୁମାର କାଣ୍ଡି, କାକଟପୁର ନିର୍ବାଚନ ମଣ୍ଡଳୀ କଂଗ୍ରେସ ପ୍ରାର୍ଥୀ ବିଶ୍ବଭୂଷଣ ଦାସ, ପିସିସି ସମ୍ପାଦିକା ଅନିମା ମିଞ୍, ଅନୁସୂଚୀତ ଜାତି ବିଭାଗ କୋଷାଧ୍ୟକ୍ଷ କାର୍ତ୍ତିକ ମଲ୍ଲିକ, ସଧାରଣ ସମ୍ପାଦକ ବିକାଶ ମଲ୍ଲିକ, ମିଡ଼ିଆ ସେଲ ଅଧକ୍ଷ ଇମ୍ରାନ ଖାଁ, କୋଣାର୍କ ନଗର କଂଗ୍ରେସ ସଭାପତି ସ୍ଵାଧୀନ କୁମାର ନାୟକ, ଗୋପ ବ୍ଲକ ସଭାପତି ଭାସ୍କର ଶେଠ୍, ପୁରୀ ଜିଲ୍ଲା ସମ୍ପାଦକ ସୁବାସ ନାୟକ ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ପୁରୀ ଜିଲ୍ଲା ସୁଆଣ୍ଡୋ ଗ୍ରାମ ରୁ ଏକ ନିଶା ନିବାରଣ ଅଭିଯାନ ଆରମ୍ଭ ହୋଈ ପ୍ରଥମ ପର୍ଯ୍ୟାୟରେ ୧୩ ଟି ଜିଲ୍ଲା ପରିଭ୍ରମଣ କରି ଜନ ସଚେତନା ସୃଷ୍ଟି କରିବ। ଏହାକୁ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭକ୍ତ ଚରଣ ଦାସ ଆସନ୍ତା ୧୪ ତାରିଖରେ ଶୁଭ ଆରଂଭ କରିବା ନେଇ ସ୍ଥିରୀକୃତ କରାଯାଇଅଛି। ପୁରୀ ଜିଲ୍ଲା ସମେତ ଖୋର୍ଦ୍ଧା, ନୟାଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, କଟକ, ଭଦ୍ରକ, ବାଲେଶ୍ଵର, ଢେଙ୍କାନାଳ ଓ ଅନୁଗୋଳ ଆଦି ଜିଲ୍ଲା ପରିଭ୍ରମଣ କରି ଭୁବନେଶ୍ଵର ରେ ସମାପ୍ତି ହେବ ବୋଲି ନିଷ୍ପତି ନିଆଯାଇଥିଲା। ଏହି ଅବସରରେ ପୁରୀ ଜିଲ୍ଲାର ସମସ୍ତ ନୂତନ କର୍ମକର୍ତ୍ତା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
