ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ ପକ୍ଷରୁ ଆନ୍ଦୋଳନ ଜାରି
ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ ପକ୍ଷରୁ ଆନ୍ଦୋଳନ ଜାରି
15 ଦିନରେ ପହଁଚିଲା ଆନ୍ଦୋଳନ- ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ ପକ୍ଷରୁ ଦୀର୍ଘ 15 ଦିନ ହେବ ଆନ୍ଦୋଳନ ଜାରି ରହିଛି । ସଂଘ ର୍ ଦାବି 2008 ରୁ 2018 ମସିହା ମଧ୍ୟରେ ମହାବିଦ୍ୟାଳୟ ପରିଚାଳନା କମିଟି ଦ୍ୱାରା ନିଯୁକ୍ତ ସମସ୍ତ ଅଧ୍ୟାପକ ଓ କର୍ମଚାରୀ ମାନଙ୍କୁ ସରକାରୀ ଅନୁଦାନ ପ୍ରଦାନ କରିବା । ସଙ୍ଘ ପକ୍ଷରୁ ବିଭିନ୍ନ ସମୟରେ ଦାବି ହୋଇ ଆସୁଥିଲେ ମଧ୍ୟ ସରକାର ଏଥିପ୍ରତି କର୍ଣ୍ଣପାତ କରୁ ନାହାନ୍ତି ।

ତେବେ ରାଜ୍ୟ ସଙ୍ଘ ଡ଼ାକରାରେ ସଂଘର ସଭାପତି ବିଶ୍ୱ ରଞ୍ଜନ ଦାଶଙ୍କ ନିର୍ଦ୍ଦେଶ ରେ ଗତ ଅଗଷ୍ଟ 16 ତାରିଖ ଠାରୁ ରାଜ୍ୟର ସମସ୍ତ କଲେଜରେ କାର୍ଯ୍ୟବନ୍ଦ ଆନ୍ଦୋଳନ ହେବା ସହିତ ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗ ଲୋୟର ପି ଏମ ଜୀ ଠାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଥିବା ବେଳେ ଏବେ ପ୍ରତ୍ୟେକ କଲେଜ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି । ସେହିପରି ଜଗତସିଂହପୁର ଜିଲ୍ଲା ର୍ ବାଲିକୁଦା ମହାବିଦ୍ୟାଳୟ ସମ୍ମୁଖରେ ଧାରଣା ଜାରି ରହିଥିବା ବେଳେ ସ୍ଥାନୀୟ ବିଧାୟକ ଶାରଦା ପ୍ରସନ୍ନ ଜେନା ଆଜି ଆନ୍ଦୋଳନ କାରୀ ସହିତ ଯୋଗ ଦେଇ ସମସ୍ୟା ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିବା ବେଳେ ଆଗାମୀ ବିଧାନସଭା ରେ ସଂଘର ସମସ୍ୟା ସମ୍ପର୍କରେ ଆଲୋଚନା କରିବେ ବୋଲି କହିଛନ୍ତି ବିଧାୟକ ।
ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି l
