କଳାହାଣ୍ଡିରେ ଓଡିଶା ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷାଙ୍କ ୱାନ୍ ଷ୍ଟପ୍ ସେଣ୍ଟର ପରିଦର୍ଶନ
କଳାହାଣ୍ଡି, ତା-୧୮/୦୩/୨୦୨୬ (): ଓଡିଶା ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷା ଶ୍ରୀମତୀ ଶୋଭନା ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ କଳାହାଣ୍ଡି ଜିଲ୍ଲାର ୱାନ୍ ଷ୍ଟପ୍ ସେଣ୍ଟର (ସଖି) ପରିଦର୍ଶନ କରିଥିଲେ।ଏହି ପରିଦର୍ଶନ ସମୟରେ ଅତିରିକ୍ତ ଜିଲ୍ଲାପାଲ ଶ୍ରୀ ତନ୍ମୟ କୁମାର ଦର୍ବାନ, ଜିଲ୍ଲା ସମାଜ କଳ୍ୟାଣ ଅଧିକାରୀଣୀ ଶ୍ରୀମତୀ ମଜିବୁନ ନିଶା, ଜିଲ୍ଲା ସଂସ୍କୃତିକ ଅଧିକାରୀ ଶ୍ରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସମାଜ କଳ୍ୟାଣ ବିଭାଗର ଅନ୍ୟାନ୍ୟ ଅଧିକାରୀମାନେ ସହ ଶ୍ରୀମତୀ ସୁମିତା ଦେବୀ ତ୍ରିପାଠୀ, ପ୍ରୋଟେକ୍ସନ ଅଫିସର ଶ୍ରୀମତୀ ସନ୍ଧ୍ୟାରଣୀ ନାୟକ ଏବଂ ମହିଳା ହବ୍ର କର୍ମଚାରୀମାନେ ଉପସ୍ଥିତ ଥିଲେ।ପରିଦର୍ଶନ ସମୟରେ ପ୍ରତିନିଧି ଦଳ ୱାନ୍ ଷ୍ଟପ୍ ସେଣ୍ଟର ମାଧ୍ୟମରେ ପୀଡିତ ମହିଳାମାନଙ୍କୁ ଯୋଗାଇ ଦିଆଯାଉଥିବା ବିଭିନ୍ନ ସେବା ସମ୍ପର୍କରେ ସବିଶେଷ ଅବଗତ ହୋଇଥିଲେ। ବିଶେଷତଃ ପୀଡିତମାନଙ୍କୁ ପରାମର୍ଶ ପ୍ରଦାନ ପ୍ରକ୍ରିୟା, ମାମଲା ପଞ୍ଜିକରଣ ବ୍ୟବସ୍ଥା, ଆଇନଗତ ସହାୟତା ଏବଂ ସେଣ୍ଟରର ସମଗ୍ର ପରିଚାଳନା ବ୍ୟବସ୍ଥା ବିଷୟରେ ସମୀକ୍ଷା କରାଯାଇଥିଲା।ଶ୍ରୀମତୀ ମହାନ୍ତି ସେଣ୍ଟରର କାର୍ଯ୍ୟପ୍ରଣାଳୀକୁ ପ୍ରଶଂସା କରି କହିଥିଲେ ଯେ, କଳାହାଣ୍ଡିର ୱାନ୍ ଷ୍ଟପ୍ ସେଣ୍ଟର (ସଖି) ସୁଚାରୁ ଏବଂ ପ୍ରଭାବଶାଳୀ ଭାବରେ ପରିଚାଳିତ ହେଉଛି। ସେ ଏହାକୁ ଜିଲ୍ଲାରେ ପୀଡିତ ମହିଳାମାନଙ୍କ ପାଇଁ ଏକ ଭରସାଯୋଗ୍ୟ ଓ ସମଗ୍ର ସହାୟତା କେନ୍ଦ୍ର ଭାବେ ବର୍ଣ୍ଣନା କରିଥିଲେ ଏବଂ ସମସ୍ତ କର୍ମଚାରୀଙ୍କ ନିଷ୍ଠାପୂର୍ଣ୍ଣ ସେବାକୁ ସ୍ୱାଗତ କରିଥିଲେ।
