ସର୍ବଭାରତୀୟ ବେସାମାରିକ ଭଲିବଲ୍ ଟୁର୍ଣ୍ଣାମେଣ୍ଟରେ ଓଡିଶା ଦଳର ବିଜୟ ଯାତ୍ରା
ଭୁବନେଶ୍ୱର-୨୨.୦୩.୨୦୨୬ ସର୍ବଭାରତୀୟ ବେସାମାରିକ ଭଲିବଲ୍ ଟୁର୍ଣ୍ଣାମେଣ୍ଟରେ ଓଡିଶା ଦଳ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି । ଓଡିଶା ଦଳ ଉତ୍ତରାଖଣ୍ଡକୁ ୨-୦ ସେଟରେ ପରାସ୍ତ କରି ଏହାର ବିଜୟ ଯାତ୍ରା ଆରମ୍ଭ କରିଛି । ଟିମର କୋଚ ଶ୍ରୀ ପ୍ରକାଶ ଚନ୍ଦ୍ର ରଥଙ୍କ ପ୍ରତ୍ୟକ୍ଷ ତତ୍ତ୍ଵବଧାନରେ ଦଳ ଏହି ବିଜୟ ହାସଲ କରିଛି । ଆସନ୍ତାକାଲି ଓଡିଶା ଦଳ ମହାରାଷ୍ଟ୍ରକୁ ଭେଟିବ।ଦିଲ୍ଲୀର ପିତାମ୍ପୁରାଠାରେ ଚଳିତ ୨୦ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ସର୍ବଭାରତୀୟ ସିଭିଲ୍ ସର୍ଭିସ୍ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଉଛି । ଏହି ଟୁର୍ଣ୍ଣାମେଣ୍ଟରେ ଯୋଗଦେବା ପାଇଁ ଓଡ଼ିଶା ସିଭିଲ୍ ସର୍ଭିସ୍ ଭଲିବଲ୍ ଟିମ୍ର ସଦସ୍ୟମାନେ ଦିଲ୍ଲୀ ଯାତ୍ରା କରିଛନ୍ତି । ଏହି ଦଳରେ ପ୍ରଶିକ୍ଷକ ଓ ମ୍ୟାନେଜରଙ୍କୁ ମିଶାଇ ମୋଟ ୧୬ ଜଣ ସଦସ୍ୟ ଯାତ୍ରା କରିଛନ୍ତି । କେନ୍ଦ୍ରୀୟ ସିଭିଲ୍ ସର୍ଭିସ୍ ସାଂସ୍କୃତିକ ଓ କ୍ରୀଡ଼ା ବୋର୍ଡ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗୀତାରେ ଦେଶର ସମସ୍ତ ରାଜ୍ୟର ସିଭିଲ୍ ସର୍ଭିସ୍ ଟିମ୍ ଭାଗନେଉଛନ୍ତି । ଓଡ଼ିଶା ପକ୍ଷରୁ ଏହି ଟୁର୍ଣ୍ଣାମେଣ୍ଟରେ ଶ୍ରୀ ଚନ୍ଦନ କୁମାର ମଣ୍ଡଳ, ଶ୍ରୀ ନାରାୟଣ

ଦାସ, ଶ୍ରୀ ଜଳେନ୍ଦ୍ର କୁମାର ପି୍ରବକା, ଶ୍ରୀ ଅକ୍ଷୟ କୁମାର ମିଶ୍ର, ଶ୍ରୀ ଆଶୁତୋଷ ତି୍ରପାଠୀ, ଶ୍ରୀ ପ୍ରକାଶ ଚନ୍ଦ୍ର ବେହେରା, ଶ୍ରୀ ଆଶିଷ ବେହେରା, ଶ୍ରୀ ଜଗନ୍ନାଥ ପ୍ରସାଦ ବଳ, ଶ୍ରୀ ପାର୍ଥସାରଥି ଜେନା, ଶ୍ରୀ ରଶ୍ମିରଞ୍ଜନ ଦାସ, ଶ୍ରୀ ଅବିନାଶ ଜେନା, ଶ୍ରୀ ବିଚିତ୍ର ପ୍ରଧାନ, ଶ୍ରୀ ରାଜେଶ ସେନାପତି ପ୍ରମୁଖ ଯୋଗ ଦେଇଛନ୍ତି । ଏହି ଦଳରେ ପ୍ରଶିକ୍ଷକ ଭାବେ ଶ୍ରୀ ପ୍ରକାଶ ଚନ୍ଦ୍ର ରଥ ଏବଂ ମ୍ୟାନେଜର ଭାବେ ଶ୍ରୀ ପୂର୍ଣ୍ଣଚନ୍ଦ୍ର ଷଡ଼ଙ୍ଗୀ ଖେଳାଳୀମାନଙ୍କ ସହ ଅଛନ୍ତି ।
