ପ୍ରିୟଦର୍ଶନୀ ଡ୍ୟାନ୍ସ ଏକାଡେମୀ ତରଫରୁ ଓଡିଶା ଟ୍ରେଣ୍ଡି ଟ୍ୟାଲେଣ୍ଟ କମ୍ପିଟିସନ ଅନୁଷ୍ଠିତ
ପ୍ରିୟଦର୍ଶନୀ ଡ୍ୟାନ୍ସ ଏକାଡେମୀ ପକ୍ଷରୁ ଆଜି ପୁରୀ ଅର୍ଣ୍ଣପୂର୍ଣ୍ଣା ଥେଟର ରେ,ଓଡିଶା ଟ୍ରେଣ୍ଡି ଟ୍ୟାଲେଣ୍ଟ କମ୍ପିଟିସନ ଅନୁଷ୍ଠିତ କରାଯାଇଛି, ଏହି ପୋଗ୍ରାମ ରେ,ଲିଟିଲ ମିସ । କମ୍ପିଟିସନ,ଲିଟିଲ ମାଷ୍ଟର,କମ୍ପିଟିସନ, ମଡ଼ଲିଙ୍ଗ କମ୍ପିଟିସନ, ଡ୍ୟାନ୍ସ କମ୍ପିଟିସନ, ଓ ସୁପର ମମ୍ମ କମ୍ପିଟିସନର ଆୟୋଜନ କରାଯାଇଥିଲା, ଏହି ପୋଗ୍ରାମ ରେ ଓଡିଶା ରୁ ପ୍ରାୟ 300ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ, ମୁଖ୍ୟ ଅତିଥି ଭାବରେ ପୁରୀ ବିଧାୟକ ଶ୍ରୀଯୁକ୍ତ ସୁନୀଲ କୁମାର ମହାନ୍ତି,ଓ ଅନୁଷ୍ଠାନ ର ସଭାପତି

ଶ୍ରୀଯୁକ୍ତ ଅନନ୍ତ ତିଆଡ଼ି,ଯୋଗ ଦେଇଥିବା ବେଳେ ସଂମ୍ମାନିତ ଅତିଥି ଭାବରେ ବ୍ରହ୍ମଗିରି ଚେୟାରମ୍ୟାନ ରତ୍ନମାଳା ବେହେରା,ବରିଷ୍ଠ ସେବାୟତ ଶ୍ରୀଯୁକ୍ତ ନାରାୟଣ ମହାସୁଆର, ଯୁବ ସେବାୟତ ଶ୍ରୀଯୁକ୍ତ ହରିଶଙ୍କର ମୁଦ୍ରା, ଯୁବ ସମାଜସେବୀ ଶ୍ରୀଯୁକ୍ତ ଶିବ ନାରାୟଣ ସୁବୁଦ୍ଧି, ଏବଂ ସମ୍ପାଦିକା ଶ୍ରୀମତୀ ନିତୁ ପ୍ରିୟଦର୍ଶିନୀ, ସହ ସମ୍ପାଦକ ଶ୍ରୀଯୁକ୍ତ ବଳରାମ ମହାନ୍ତି,ପ୍ରମୁଖ ଉପସ୍ଥିତ ରହି ଓଡିଶା ର ବିଭିନ୍ନ କୋଣ ଅନୁକୋଣ ରୁ ଆସିଥିବା ଛୋଟ ଛୋଟ ପିଲାଙ୍କଡ୍ୟାନ୍ସ ଉପଭୋଗ କରି ପ୍ରତେକ ଗ୍ରୁପ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ,
