ଓଡ଼ିଶା ଯାତ୍ରା ଆୱାର୍ଡ -2025 ଅନୁଷ୍ଠିତ

Date-16/06/25 ଜଗତସିଂହପୁର ଠାରେ ହୀରାଲାଲ ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ ଆଦିକବି ଶାରଳା ଦାସ ସଂସ୍କୃତି ଭବନ ଠାରେ ଦଶମ ଓଡ଼ିଶା ଯାତ୍ରା ଆୱାର୍ଡ ଅନୁଷ୍ଠିତ ହୋଇ ଯାଇଛି । ହୀରାଲାଲ ଫାଉଣ୍ଡେସନ ପକ୍ଷରୁ ପ୍ରାୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ସାଂସଦ ଆମର ପଟ୍ଟନାୟକ, ରୋଟାରୀ ଗଭର୍ଣ୍ଣର ଯଜ୍ଞଶିଷ ମହାପାତ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ କୁମାର ଭୋଇ, ପୋୖରାଧକ୍ଷ। ଅର୍ଚ୍ଚନା ସିଂ, ହୀରାଲାଲ ଫାଉଣ୍ଡେସନ ର ନିର୍ଦ୍ଦେଶକ ରମେଶ ଚନ୍ଦ୍ର ନାୟକ ପ୍ରମୁଖ ଯୋଗ ଦେଇ ବଛା ବଛା ଯାତ୍ରା କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଯାତ୍ରା କଳାକାର ମାନଙ୍କ ମଧ୍ୟ ସୁସମ୍ପର୍କ ସୃଷ୍ଟି କରିବା ସହିତ ଏହି ଆୱାର୍ଡ ସେମାନଙ୍କୁ ଉତ୍ସାହିତ କରିବ ବୋଲି ଅତିଥି ମାନେ କହିଛନ୍ତି । ଏହା ସହିତ ଏହି ଅନୁଷ୍ଠାନ କିପରି ସରକାରୀ ସ୍ୱୀକୃତି ପାଇବ ସେ ନେଇ ମଧ୍ୟ ଉଦ୍ୟମ ଜାରି ରହିବ ବୋଲି ମୁଖ୍ୟ ଅତିଥି ଆମର ପଟ୍ଟନାୟକ କହିଛନ୍ତି ।

Leave a Reply

Your email address will not be published. Required fields are marked *