କନ୍ଧମାଳର ଯୁବ ନେତା ରାଧାମୋହନ ମହାପାତ୍ରଙ୍କୁ ଓଡ଼ିଶା ଯୁବରତ୍ନ ସମ୍ମାନ ।
କନ୍ଧମାଳ ୨୨/୦୧/୨୦୨୬ ଫୁଲବାଣୀ, ସମାଜସେବା ଓ ରାଜନୀତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କନ୍ଧମାଳ ଜିଲ୍ଲାର ପ୍ରସିଦ୍ଧ ଯୁବ ନେତା ଓ ସମାଜସେବୀ, ଉଦାରବାଦୀ, ପରୋପକାରୀ ଶ୍ରୀ ରାଧାମୋହନ ମହାପାତ୍ରଙ୍କୁ ଓଡ଼ିଶା ଯୁବରତ୍ନ ସମ୍ମାନ-୨୦୨୬ ପ୍ରଦାନ କରାଯାଇଛି। ଭୁବନେଶ୍ୱର ସ୍ଥିତ ଜୟଦେବ ଭବନରେ ବ୍ରାଇଟ୍ ଓଡ଼ିଶା ଫାଉଣ୍ଡେସନ୍ ପକ୍ଷରୁ ଆୟୋଜିତ ଏକ ବିଶେଷ ସମାରୋହରେ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ସମାଜସେବା କ୍ଷେତ୍ରରେ ଯୁବ ସମାଜସେବୀ ଭାବରେ ଏବଂ ରାଜନୀତିରେ ଉଦୀୟମାନ ଯୁବ ନେତୃତ୍ୱ ପାଇଁ ଯୁବ ରାଜନେତା ଭାବରେ ଶ୍ରୀ ରାଧାମୋହନ ମହାପାତ୍ରଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି।ସେ କନ୍ଧମାଳ ପିପୁଲସ୍ ଫୋରମ୍ (KPF) ର ଅଧକ୍ଷ ଭାବରେ ଜଣାଶୁଣା । କନ୍ଧମାଳ ଜିଲ୍ଲାର ସର୍ବାଙ୍ଗିନ ବିକାଶ, ଜନଜାତି ଅଧିକାର, ସ୍ଥାୟୀ ଘରବାଡ଼ି ପଟ୍ଟା ଦାବି ଓ ରେଳ ଯୋଗାଯୋଗ ଭଳି ବିଭିନ୍ନ ମୁଦ୍ଦାରେ ସେ ସକ୍ରିୟ ଭୂମିକା ନିର୍ବାହ କରି ଆସୁଛନ୍ତି।ସମ୍ମାନ ଗ୍ରହଣ କରି ଶ୍ରୀ ରାଧାମୋହନ ମହାପାତ୍ର ସମସ୍ତଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି। ଏହି ସଫଳତା ପାଇଁ କନ୍ଧମାଳ ଜିଲ୍ଲାବାସୀଙ୍କ ଅବିରତ ସ୍ନେହ, ସହଯୋଗ ଓ ଭଲପାଇବାକୁ ସେ ମୁଖ୍ୟ କାରଣ ବୋଲି ଉଲ୍ଲେଖ କରିଛନ୍ତି। ଏହି ସମ୍ମାନକୁ ସେ ସମ୍ପୂର୍ଣ୍ଣ ରୂପେ ତାଙ୍କ ପ୍ରିୟ କନ୍ଧମାଳ ବାସୀଙ୍କୁ ଉତ୍ସର୍ଗୀକୃତ କରିଛନ୍ତି।ଏହି ଘଟଣା ଓଡ଼ିଶାର ଯୁବ ସମାଜସେବୀ ଓ ରାଜନେତା, ଉଦାରବାଦୀ, ପରୋପକାରୀ ମାନଙ୍କ ପାଇଁ ବଡ଼ ପ୍ରେରଣା ର ସ୍ରୋତ ହୋଇପାରିବ ବୋଲି ମନେ କରାଯାଉଛି। ବର୍ତ୍ତମାନ ବିଭିନ୍ନ ମହଲରୁ ରାଧାମୋହନ ଙ୍କ ପାଖକୁ ଶୁଭେଛା ର ସୁଅ ଛ୍ଚୁଟିଛି ।
