କଂଶାରି ନଦୀରୁ ଓଡ୍ରାଫ ଟିମ ମୃତ ଯୁବକଙ୍କ 30ଘଣ୍ଟା ପରେ ଠାବ!

କଂଶାରି ନଦୀରୁ ଓଡ୍ରାଫ ଟିମ ମୃତ ଯୁବକଙ୍କ 30ଘଣ୍ଟା ପରେ ଠାବ!

ଚିଲିକା ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟ ବାଙ୍କିଆପଲି ଗ୍ରାମ ନିକଟସ୍ଥ କଂଶାରି ନଦୀରେ ଗତ କାଲି ଭାସିଗଲେ ଆଶୀର୍ବାଦ ବେହେରା ୨୧( ବର୍ଷ)।ସବୁଦିନ ପରି ସକାଳ ଆଠଟା ସମୟରେ ଗାଁ ପାଖ ନିକଟ କଂଶାରି ନଈକୁ ଗାଧେଇବାକୁ ଯାଇଥିଲେ କିନ୍ତୁ ଅକାତ କାତ ପାଣି ରେ ବୁଡିଗଲେ ଆଶୀର୍ବାଦ ଓରଫ କାର୍ତ୍ତିକ ବେହେରା।ଦୁଃଖର ବିଷୟ କିଛି ବର୍ଷ ପୂର୍ବେ ବାପା ବାବୁଲା ବେହେରା ଙ୍କର ମୃତ୍ୟୁ ହୋଇଥିଲା।ଘରେ ମା,ଦୁଇ ପୁଅ ଓ ଗୋଟିଏ ମାତ୍ର ଝିଅ ଅତି ଦୁଃଖ କଷ୍ଟରେ ଚଳୁଥିଲେ।କିନ୍ତୁ କଂସାରୀ ନଦୀ କାଳ ସାଜିଲା ଗାଧୋଇବା ସମୟରେ ନଈର ପ୍ରଖର ସ୍ରୋତରେ କେଉଁଆଡେ ଭାସିଗଲେ ।ଖବର ପାଇ ଘଟଣା ସ୍ଥଳରେ ବାଲୁଗାଁ ପୋଲିସ ଓ ଦମକଳ ବାହିନୀ ପହଞ୍ଚି କଂସାରୀ ନଦୀରେ ଦୀର୍ଘ ସମୟ ହେଲା ଖୋଜା ଖୋଜି ଚଳାଇ ନିରାଶ ହୋଇଥିଲେ,କିନ୍ତୁ କୌଣସି ସନ୍ଧାନ ମିଳିପାରିନଥିଲା l

ଏଣେ ମା ଓ ପରିଜନ କାନ୍ଦି କାନ୍ଦି ଅଣାୟତ୍ତ ହୋଇପଡିଥିବା ଦେଖିବାକୁ ମିଳିଥିଲା l ପୁନର୍ବାର ଆଜି ଉଦ୍ଧାର କାର୍ଯ୍ୟ ପାଇଁ ଓଡ୍ରାଫ ଟିମ ବାହାରିଥିଲା ଖୋଜିବାରେ କିନ୍ତୁ ଗତ କାଲିଠାରୁ ଏପର୍ଯ୍ୟନ୍ତଦୀର୍ଘ ତିରିଶ ଘଣ୍ଟା ପରେ ଆଜି ଆଶୀର୍ବାଦ ଗଳିତ ଶବ ଉଦ୍ଧାର କରିବାରେ ସଫଳ ହୋଇଛି ।ଶବକୁ ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇ ଦିଆଯାଇଛି l ଉକ୍ତ ଶବକୁ ଦେଖି ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ଏବଂ ଏହି ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି l

Leave a Reply

Your email address will not be published. Required fields are marked *