ବ୍ରହ୍ମପୁର ଓ ଦକ୍ଷିଣ ଓଡିଶା ପ୍ରତି ରେଳ ବିଭାଗର କ୍ରମାଗତ ଅବହେଳା ପ୍ରତିବାଦରେ ଖୋର୍ଦ୍ଧା_ଡି ଆର ଏମ ଅଫିସ ଘେରାଉ

ବ୍ରହ୍ମପୁର ଓ ଦକ୍ଷିଣ ଓଡିଶା ପ୍ରତି ରେଳ ବିଭାଗର କ୍ରମାଗତ ଅବହେଳା ପ୍ରତିବାଦରେ ଖୋର୍ଦ୍ଧା_ଡି ଆର ଏମ ଅଫିସ ଘେରାଉ ।

ବ୍ରହ୍ମପୁର ୧୦/୩( )ଦକ୍ଷିଣ ଓଡିଶାର ଗଣସଙ୍ଗଠନ ମାନଙ୍କ ମିଳିତ ମଞ୍ଚ ‘ଦକ୍ଷିଣ ଓଡିଶା ରେଳପଥ ଉନ୍ନୟନ ମିଳିତ କ୍ରିୟାନୁଷ୍ଠାନ କମିଟି’ ତରଫରୁ ଖୋର୍ଦ୍ଧାରୋଡ଼ ରେଳ ପ୍ରବନ୍ଧକ କାର୍ଯାଳୟ ସମ୍ମୁଖରେ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
୧୦୦ ବର୍ଷ ରୁ ଉର୍ଦ୍ଧ ସମୟ ଧରି ଦାବି କରାଯାଇ ଆସୁଥିବା
ଗୋପାଳପୁର (#ବ୍ରହ୍ମପୁର)- #ରେଢ଼ାଖୋଲ (#ସମ୍ବଲପୁର ),
ଗୋପାଳପୁର- #ସିଙ୍ଗାପୁର ରୋଡ (#ରାୟଗଡା ),
ଗୋପାଳପୁର- #ତାଳଚେର ରେଳପଥ ଭାୟା #ତାରା_ତାରିଣୀ ଶକ୍ତିପୀଠ ନିର୍ମାଣକୁ ଜାଣିଶୁଣି ଅବହେଳା କରାଯାଉଛିI ବାରମ୍ବାର ସର୍ଭେ କରାଯାଇଥିଲେ ମଧ୍ୟ ଏହାକୁ କାର୍ଯ୍ୟକ୍ଷମ ତଥା ଆର୍ଥିକ ଅନୁମୋଦନ କରାଯାଉନାହିଁ ଫଳରେ ଦକ୍ଷିଣ ଓଡିଶା ସହ ପଶ୍ଚିମ ଓଡିଶା ସହ ସିଧାସଳଖ ଯୋଗାଯୋଗ ଓ ସାମାଜିକ ଅର୍ଥନୈତିକ ପ୍ରଗତି ବାଧାପ୍ରାପ୍ତ ହେଉଛି। ସେହିପରି,

ଗୁଣୁପୁର-#ଥେରୁବାଲି ରେଳପଥ କାର୍ଯ୍ୟ, #ଜୟପୁର- #ମାଲକାନଗିରି ଓ ଜୟପୁର- #ନବରଙ୍ଗପୁର ରେଳପଥ କାର୍ଯ୍ୟ ଅତି କଚ୍ଛପ ଗତିରେ ଚାଲିଛି। ସେହିପରି

ଜୁନାଗଡ଼-ଗୋପାଳପୁର ଭାୟା #କନ୍ଧମାଳ ରେଳପଥ କାର୍ଯ୍ୟ କେବଳ ସର୍ଭେ ରେ ରହିଯାଇଛି। ଏହି ସବୁ କାମକୁ #ଗତିଶକ୍ତି ଅଧୀନରେ ଅନ୍ତର୍ଭୁକ୍ତ କରାଯାଇ ତ୍ୱରାନ୍ଵିତ କରାଯାଉ।

ଏଥିସହ ରାଜ୍ୟର ସର୍ବପ୍ରଥମ ଓ ସର୍ବ ପୁରାତନ ତଥା ୧୩୦ ବର୍ଷର ପୁରୁଣା #ବ୍ରହ୍ମପୁର ରେଳ ଷ୍ଟେସନ, ଅମୃତ ଭାରତ ରେଳ ଷ୍ଟେସନ ମାନ୍ୟତା ପାଇଥିବା ଏବଂ ଓଡ଼ିଶାର ତିନି ଗୋଟି ଏନ ଏସ ଜି -୨ଷ୍ଟେସନ ଭିତରେ (ଭୁବନେଶ୍ୱର, ପୁରୀ ଏବଂ ବ୍ରହ୍ମପୁର) ରହିଛି I ବ୍ରହ୍ମପୁରର ଆୟ ବାର୍ଷିକ ୧୦୦ କୋଟିରୁ ଉର୍ଦ୍ଧ ରହିଥିବାବେଳେ ଯାତ୍ରୀ ସଂଖ୍ୟା ବାର୍ଷିକ ହାରାହାରି ୭୨ ଲକ୍ଷରୁ ଅଧିକା ରହିଛି। #ଭୁବନେଶ୍ୱର ଓ #ପୁରୀର ବିକାଶ ପାଇଁ ୪୦୦ ଓ ୩୦୦ କୋଟି ଦିଆଯାଇ ଥିବାବେଳେ ଓଡ଼ିଶIର ୫ ନମ୍ବର ଷ୍ଟେସନ #କଟକର ଓ ୮ ନମ୍ବର #ସମ୍ବଲପୁରର ବିକାଶ ପାଇଁ ୩୫୦ ଓ ୩୦୦ କୋଟିରୁ ଅଧିକା ଅର୍ଥ ଦିଆଯାଇଥିବା ବେଳେ ବ୍ରହ୍ମପୁର ଷ୍ଟେସନର ଅନୁସIଙ୍ଗିକ ବିକାଶ ପାଇଁ ମାତ୍ର ୯୩.୧୯ କୋଟି ଦିଆଯିବା କେତେ ଦୂର ଯୁକ୍ତି ସଙ୍ଗତ? ପ୍ରଶ୍ନ ଉଠୁଛି ୧୦୦ କୋଟିରୁ ଅଧିକ ବାର୍ଷିକ ଆୟ କରୁଥିବା ବ୍ରହ୍ମପୁର ଭଳି ଓଡ଼ିଶାର ସର୍ବପୁରାତନ ଷ୍ଟେସନ ପାଇଁ ଏହି ନୂତନ କୋଠIର ଡ଼ିଜାଇନ ଉପଯୁକ୍ତ କି ? ରାଜ୍ୟର ସବୁ ବଡ ଷ୍ଟେସନରେ ବୃହତ୍ତ #ରୁଫପ୍ଲାଜ଼ା ଓ ନୂତନ ଭବ୍ୟ କୋଠା ନିର୍ମାଣ ଚାଲିଥିବାବେଳେ ବ୍ରହ୍ମପୁରରେ ମଧ୍ୟ ଫୂଟଫଲ କୁ ଆଧାର କରି ସେହିଭଳି ଭାବେ ରୂଫ ପ୍ଲାଜ଼ା ନିର୍ମାଣ କରାଯାଉ ଓ ଷ୍ଟେସନର ଐତିହ କୁ ଦୃଷ୍ଟିରେ ରଖି ଏହାର ମୁଖଶାଳା ନିର୍ମାଣ କରାଯାଉ I
ଗୋଳନ୍ଥରା କୋଚିଙ୍ଗ_ଡିପୋ ଆବଶ୍ୟକତା ଦୃଷ୍ଟିରୁ ତୁରନ୍ତ ଆର୍ଥିକ ଅନୁଦାନ, ବ୍ରହ୍ମପୁରକୁ ବିଶ୍ୱ ସ୍ତରୀୟ ଷ୍ଟେସନ ଭାବେ ବିକାଶକୁ ତ୍ୱରାନ୍ୱିତ କରାଯାଉ, ବ୍ରହ୍ମପୁର ଷ୍ଟେସନରେ କେତୋଟି ସାପ୍ତାହିକ ଓ ରୂତୁ କାଳୀନ ଟ୍ରେନ ରହିବା ଅତ୍ୟନ୍ତ ଆବଶ୍ୟକତା ଥିବାବେଳେ ଏହାର ବ୍ୟତିକ୍ରମ ଭାବେ ପଲାସାରେ ରହଣି ବ୍ୟବସ୍ଥା ଥିବାବେଳେ ବ୍ରହ୍ମପୁର ରେ କାହିଁକି ବ୍ୟତିକ୍ରମ ?
ବ୍ରହ୍ମପୁର ଠାରୁ ପୁରୀ AC Chair Car,
ବ୍ରହ୍ମପୁର ଠାରୁ ଭୁବନେଶ୍ୱର ଓ ବିଶାଖାପାଟଣା ନିମନ୍ତେ ସକାଳୁଯିବା ଓ ସନ୍ଧ୍ୟାରେ ସରକାରୀ କର୍ମଚାରୀ ମାନଙ୍କପାଇଁ ଫେରିବା ତଥା AC chairCar ର ବ୍ୟବସ୍ଥା, ଭୁବନେଶ୍ୱରରୁ ଯାଉଥିବା ଆନନ୍ଦ ବିହାର (ସମ୍ପର୍କ କ୍ରାନ୍ତି )ଏବଂ ଜନଶତାବ୍ଦୀ ଏକ୍ସପ୍ରେସ କୁ ବ୍ରହ୍ମପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ, ବିଶାଖାପାଟଣା–LTT କୁ ବ୍ରହ୍ମପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ, ଟାଟାନଗର- ଜାମ୍ମୁତାବି କୁ ବ୍ରହ୍ମପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ ଆଦି ପ୍ରମୁଖ ବହୁ ଦାବି ନେଇ ବିକ୍ଷୋଭ କରାଯାଇଥିଲା। ଏଥିରେ ଦକ୍ଷିଣ ଓଡିଶା ରେଳପଥ ଉନ୍ନୟନ ମିଳିତ କ୍ରିୟାନୁଷ୍ଠାନ କମିଟି ର ଆବାହକ ତଥା ବରିଷ୍ଟ ଆଇନଜୀବୀ ସରୋଜ ରଞ୍ଜନ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଗତିଶୀଳ ଉତ୍କଳ ସମାଜର ରାଜ୍ୟ ସମ୍ପାଦକ ମାନସ ରଞ୍ଜନ ପାତ୍ର, ଜୟଦେ ବେଗ, ସୁରେନ୍ଦ୍ର ନାଥ ରାଉତ, ମହେଶ୍ୱର ବଡ଼ତ୍ୟI, ଓଡିଶା ଡେଭେଲପମେଣ୍ଟ ଫୋରମର ଲଷ୍ମୀ ନାରାୟଣ ପାଢୀ, ପ୍ରବୀଣ ପଟ୍ଟନାୟକ, ବରିଷ୍ଟ ସାମ୍ବାଦିକ ସୂର୍ଯ୍ୟ ନାରାୟଣ ବେହେରା, ଆଇନଜୀବୀ ସିରିନ ତମ୍ମାନI, ସମାଜସେବୀ ଆଦିତ୍ୟ ନାରାୟଣ ରଥ, ଭାସ୍କର ବାଙ୍ଗାରି, ପ୍ରତାପ କୁମାର ବିଷୋୟୀ, ଶରତ କୁମାର ପାତ୍ର, ବଦ୍ରିନାରାୟଣ ପାତ୍ର, ସଂସାର ଅନୁଷ୍ଠାନର ରମେଶ ଚନ୍ଦ୍ର ସାହୁ ପ୍ରମୁଖ ବହୁ ମାନ୍ୟଗନ ବ୍ୟକ୍ତି ଯୋଗଦେଇଥିଲେ I

Leave a Reply

Your email address will not be published. Required fields are marked *