ହେ ମହାବାହୁ ଏତିକି ମିନତି ମୋର
ହେ ମହାବାହୁ ଏତିକି ମିନତି ମୋର –
ପ୍ରକୃତି କବି- ହରିହର ସାହୁ
– – –
ହେ ମହାବାହୁ ଏତିକି ମିନତି ମୋର
ଭବସାଗର ରୁ ପାର କର ପ୍ରଭୁ ତୁମେ ଦୟାର ସାଗର
ହେ ମହାବାହୁ ଏତିକି ମିନତି ମୋର।
ତୁମେ ଦୀନବନ୍ଧୁ, ତୁମେ ଭାବସିନ୍ଧୁ ତୁମେ ଦରଦୀ ର ବନ୍ଧୁ
ହୃଦୟ ତମର ଅତ୍ୟନ୍ତ କୋମଳ
କୋଟି ବ୍ରହ୍ମାଣ୍ଡ ର ବନ୍ଧୁ
ହେ ମହାବାହୁ ଏତିକି ମିନତି ମୋର –
ଅଦୃଶ୍ୟ ହାତରେ ଦାସିଆ ନଡିଆ ଗ୍ରହଣ କରିଲ ତୁମେ
ବଡ଼ ଦାଣ୍ଡ ପରା ଚହଳ ପଡ଼ିଲା
ଭାବ ବିନୋଦିଆ ନାମେ
ଆହେ ମହାବାହୁ ଏତିକି ମିନତି ମୋର –
ଭାବକୁ ନିକଟ ଅଭାବ କୁ ଦୂର
ଭାବ ବିନୋଦିଆ ହରି
ଭକତ ବତ୍ସଳ ଭକତ ର ବନ୍ଧୁ
ସ୍ନେହ ଶ୍ରଦ୍ଧା ହୃଦେ ଧରି
ଆହେ ମହାବାହୁ ଏତିକି ମିନତି ମୋର –
ତୁମେ ଜଗନ୍ନାଥ ତୁମେ ଆଦିନାଥ ତୁମେ ଦରଦୀ ର ବନ୍ଧୁ
ସେଥିପାଇଁ ପ୍ରଭୁ ହେ ବିଶ୍ବ ନିଅନ୍ତା
ନାମ ତୁମ କୃପାସିନ୍ଧୁ
ଆହେ ମହାବାହୁ ଏତିକି ମିନତି ମୋର –
ଦୁଃଖ ନିବାରଣ ପରଜା ପାଳନ
ଦୁଃଖୀ ହୃଦୟ ର ମାଳି
ହାତ ଟେକି ଯିଏ ଡାକିଦିଏ ତୋତେ
ଖୁସି ହୁଅ ବନମାଳୀ
ଆହେ ମହାବାହୁ ଏତିକି ମିନତି ମୋର –
ମୁଁ ଛାର ମାନବ କରୁଅଛି ଅଳି
ଆହେ ମୋ ହୃଦୟ ମାଳି
ଅନ୍ତିମ ସମୟେ ଦରଶନ ଦେବ
ତୁମେ ପ୍ରଭୁ ବନମାଳୀ
ଆହେ ମହାବାହୁ ଏତିକି ମିନତି ମୋର –
(ରାଜ୍ୟ, ପ୍ରକୃତି ବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓ ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ)
ଇଲେଇଜଙ୍ଗ, ଗଁଦିଆ ଢେଙ୍କାନାଳ, ଓଡ଼ିଶା ୭୫୯୦୧୬
