ହେ ସ୍ମୃତି ରୁହ ଏମିତି

          ହେ ସ୍ମୃତି ରୁହ ଏମିତି

  🔹କବିରତ୍ନ ନୂତନ କୁମାର ବେହେରା

ହେ ସ୍ମୃତି ରୁହ ଏମିତି
ଚିର ସବୁଜ ସୁନ୍ଦର ହେଉ ଅନୁଭୂତି
ସମୟ ଆସେ ଯାଏ ତ ବିତି
ରୋକି ହୁଏ ନାହିଁ କାଳର ଗତି
ଇତିହାସ ତୁମକୁ ରଖିଥାଉ ସାଇତି
କମି ନ ଯାଉ ତୁମ ପ୍ରୀତି
ଦିବସେ ହୁଅ ରବି କର ଜ୍ୟୋତି
ଝଟକୁ ଥାଅ ତାରକା ସମ ସବୁ ରାତି
ହେ ସ୍ମୃତି ରୁହ ଏମିତି
ତୁମ ଭଲ ପାଇବା ରହୁ ସବୁରି ପ୍ରତି
ଧୀର ଶାନ୍ତ ହେଉ ମାନବର ମତି
ସୁଖେ ଥାଉ ସେ ସ୍ଵଚ୍ଛ ଚିନ୍ତି
ଜୀବନରେ କରି ଚାଲୁ ପ୍ରଗତି
ପାଳୁଥାଉ ଆଦର୍ଶର ନ୍ୟାୟ ନୀତି
କେହି କା’ର ନ ହୁଅନ୍ତୁ ଅରାତି
ହିଂସା ଘୃଣା ଦ୍ୱେଷର ହେଉ ଇତି
ହେ ସ୍ମୃତି ରୁହ ଏମିତି
ପ୍ରକାଶ କରୁ ମଣିଷ ତା’ ଆତ୍ମଶକ୍ତି
ସତ୍ୟ ନ୍ୟାୟ ଧର୍ମେ ହେଉ ବ୍ରତୀ
ସଚେତନ ରହୁ ମାନବ ଜାତି
ଅକ୍ଷୟ ଅକ୍ଷୁଣ୍ଣ ରଖୁ ଭବର ସଂସ୍କୃତି
ତା’ ହୃଦୟରେ ଆସୁ ନିଷ୍କାମ ଭାବଭକ୍ତି
ଈଶ୍ଵର ଶୁଣିବେ ଆର୍ତ୍ତର ମିନତି
ସେ ଯେ ସବୁ ପ୍ରତିନିଧିର ନିଧିପ୍ରତି
ହେ ସ୍ମୃତି ରୁହ ଏମିତି…….।

ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ
ନବସୃଜନ ଇ-ପତ୍ରିକା
ମୟୂରଭଞ୍ଜ ।

Leave a Reply

Your email address will not be published. Required fields are marked *