OIC ଓ ଶ୍ରୀକ୍ଷେତ୍ର ବିକାଶ ମଞ୍ଚ ର ଦେବ ଦୀପାବଳି ପ୍ରସ୍ତୁତି ବୈଠକ

Holiday Resort ଠାରେ ଅନୁଷ୍ଠିତ ହୋଇଥିଲା ଓଡ଼ିଶା ଇଣ୍ଟରନ୍ୟାସନାଲ ସେଣ୍ଟର୍ ଓ ଶ୍ରୀକ୍ଷେତ୍ର ବିକାଶ ମଞ୍ଚ ତରଫରୁ।ଏହି ଅବସର ରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଈ ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ଶୁଭାଶିଷ ଖୁଣ୍ଟିଆ କହିଲେ, ଏ ଦେବ ଦୀପାବଳି କାର୍ଯ୍ୟକ୍ରମ ଏକ ଅନନ୍ୟ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମକୁ ଆମେ ସମସ୍ତେ ମିଳିମିଶି ସଫଳ କରିବା ଏବଂ ଭକ୍ତି ଭାବର ସହ ଏକତ୍ରିତ ହୋଇ ବଡ଼ଦାଣ୍ଡ ରେ ଦୀପ ଟିଏ ଦେବା ।ଶ୍ରୀ ଗୁଣ୍ଡିଚା ମନ୍ଦିର ନିକଟରେ ହେଉଥିବା ଶ୍ରୀ ଯନ୍ତ୍ର ର ଅପୂର୍ବ ଶୋଭା ବିଷୟରେ ଶ୍ରୀଯୁକ୍ତ ଖୁଣ୍ଟିଆ ପ୍ରକାଶ କରିଥିଲେ । ଅନ୍ୟତମ ଅତିଥି ରବିଶଙ୍କର ପ୍ରତିହାରୀ କହିଲେ, ମହାପ୍ରଭୁଙ୍କ ର ଏ ଦିନ ହେଉଛି ଏକ ପବିତ୍ର ଦିନ ଆଉ ଏ ଦେବ ଦୀପାବଳି କୁ ଆମେ ମଧ୍ଯ ଏକତ୍ର ହୋଇ ଦ୍ଵୀପ ଟିଏ ଦେଈ ମହାପ୍ରଭୁ ଙ୍କ ପାଖରେ ନିଜକୁ ସମର୍ପି ଦେବା ।ଅନ୍ୟତମ ଅତିଥି , ପୂର୍ବତନ ପୌର ସଦସ୍ୟ କୃଷ୍ଣଚନ୍ଦ୍ର ପଣ୍ଡା କହିଲେ, ସହରର ପ୍ରତି ଗଳି କନ୍ଦିରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆସନ୍ତୁ ଶ୍ରଦ୍ଧାରେ ଦ୍ଵୀପ ଟିଏ ଜାଳିବା ଓ ଆସନ୍ତା ତା.୨୦.୧୧.୨୦୨୫ ରିଖ ରେ ହେବାକୁ ଥିବା ଶରଧାବାଲି ସ୍ଥିତ ମୁକ୍ତାକାଶ ରଙ୍ଗମଞ୍ଚ ଥରେ ଭଜନ ସମାରୋହରେ ସମସ୍ତେ ସହଯୋଗ କରିବାପାଇଁ ସେ ନିବେଦନ କରିଥିଲେ।OIC ର Chairman ଟ୍ରଷ୍ଟି ଭାବଗ୍ରାହୀ ଶାନ୍ତି କହିଲେ, ଶ୍ରୀକ୍ଷେତ୍ର ପୁରୀରେ ଦୀର୍ଘ ୫ ବର୍ଷ ଧରି ଆୟୋଜିତ ହୋଇ ଆସୁଥିବା ଦେବ ଦୀପାବଳି କାର୍ଯ୍ୟକ୍ରମ ଆପଣ ମାନଙ୍କ ଦ୍ଵାରା ସୁରୁଖୁରୁରେ ସମ୍ପାଦିତ ହୋଈ ଆସୁଅଛି ଓ ଏଥିପାଇଁ ଆପଣ ମାନଙ୍କ ସମ୍ପୂର୍ଣ୍ଣ ସହଯୋଗରେ ଆମ ଅନୁଷ୍ଠାନ କୃତଜ୍ଞ। ଏହିଦିନ ମଧ୍ୟ ବଡ଼ଦାଣ୍ଡ ରେ ହାତୀ ଆଖଡ଼ା ମଠ ଠାରେ ଆୟୋଜିତ ହେବାକୁ ଥିବା ଅଗ୍ନିହୋତ୍ର ଯଜ୍ଞ କୁ ମଧ୍ଯ ସମସ୍ତଙ୍କୁ ନିମନ୍ତ୍ରଣ ରହିଲା ବୋଲି ନିବେଦନ କରିଥିଲେ ଏବଂ ସେହିଠାରେ ସନ୍ଧ୍ୟାରେ ଦୀପାବଳି ପାଇଁ ବଳିତା, ତେଲ ଏବଂ ଦୀପ ଦିଆଯିବ ବୋଲି କହିଥିଲେ।ଏହି ପ୍ରସ୍ତୁତି ବୈଠକରେ ଓଡିଶା ଇଣ୍ଟରନ୍ୟାସନାଲ ସେଣ୍ଟର୍ ଓ ଶ୍ରୀକ୍ଷେତ୍ର ବିକାଶ ମଞ୍ଚର ସମସ୍ତ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ। ସର୍ବଶେଷରେ OIC ର ଅନ୍ୟତମ ଟ୍ରଷ୍ଟି ସର୍ବଶ୍ରୀ ଉଦୟ ଶାନ୍ତି ଧନ୍ୟବାଦ ଦେବା ସହ ବୈଠକର ସମାପ୍ତି ଘୋଷଣା କରିଥିଲେ ।

Leave a Reply

Your email address will not be published. Required fields are marked *