ଘାସରୁ ବାହାରୁଛି ତେଲ
ଘାସରୁ ବାହାରୁଛି ତେଲ
– ଏ ପୃଥିବୀ ପୃଷ୍ଟରେ ବିଭିର୍ଣ୍ଣ ପ୍ରକାରର ଗଛ ଲତା ଦେଖିବାକୁ ମିଳେ । କିଛି ଗଛ ମନୁଷ୍ୟ କାର୍ଯ୍ୟ ରେ ବ୍ୟବହାର ହୁଏ ତ ଅନ୍ୟ କିଛି ଗଛ ପଶୁପକ୍ଷୀ ମାନଙ୍କ କାର୍ଯ୍ୟ ରେ ଲାଗିଥାଏ କିମ୍ବା ଅନ୍ୟ କାମରେ ଲାଗେ କିଛି ଅନାବଶ୍ୟକ ଭାବେ ରହିଥାଏ । ଏହି ଅନାବଶ୍ୟକ ଗଛ ଭିତରେ ରହିଛି ଘାସ ।ଆମେ ଜାଣିଛେ ଘାସ କୁ ଗାଈ ଗୋରୁ ର ଖାଦ୍ୟ ରୁପେ ବ୍ୟବହାର କରାଯାଏ କିନ୍ତୁ ଘାସ ରୁ ଉତ୍ପନ୍ନ ହେଉଥିବା କିଛି ଜିନିଷ ମନୁଷ୍ୟ ର ନିତିଦିନିଆ କାର୍ଯ୍ୟ ରେ ବି ବ୍ୟବହାର ହେଉଛି ଆଜି ଆମେ ଦେଖିବାକୁ ପାଇଲେ l କିନ୍ତୁ ଏହି ଘାସ ଗଛକୁ ଚାଷ କରି ସେଥିରେ 15 ରୁ 20 ଟି ପରିବାର ସ୍ବାବଲମ୍ବୀ ହୋଇ ପ୍ରତିପୋଷଣ ହେଉଥିବା ଶୁଣିବାକୁ ମିଳୁଚି ଟିକେ ଅବିଶ୍ଵାସ ଲାଗିପାରେ କିନ୍ତୁ କଥାଟି ସମ୍ପୂର୍ଣ ସତ । ଆସନ୍ତୁ ଦେଖିବା ଘାସ ଚାଷ କରି ମଧ୍ୟ୍ୟ କିପରି ଲାଭବାନ ହୋଇପାରିବେ ଏବଂ ଏହି ଘାସରୁ କିପରି ତେଲେ ବାହାରେ ଏବଂ ଏହା କେଉଁ କେଉଁ କାମରେ ଲାଗେ l ଏବଂ ଏହି ଅନାବଶ୍ୟକ ଘାସ ଗଛଟି କିଭଳି ଲାଗିଛି ଏକର ଏକର ଜମିରେ ହୋଇଛି ଘାସ ଗଛ । ବେସ ଲମ୍ବା ଲମ୍ବା ହୋଇଛି । ଦେଖିବାକୁ ମଧ୍ୟ୍ୟ ବୋହୁତ ସୁନ୍ଦର ଲାଗୁଛି l ଆଉ ତାକୁ ଭି କାଟୁଛନ୍ତି କିଛି ମହିଳା ଓ ପୁରୁଷ । ଏହି ଘାସ ଗଛଟି ଆପଣଙ୍କୁ କିଛି ଅଲଗା ଲାଗିପରେ କାରଣ ଏ ହଉଛି ଲେମନ ଘାସ ଓ ପାମ ରୋଜା ଘାସ । ଏ ଦ୍ରୁଶ୍ଯ ହେଉଛି ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକର ବୋରଦା ପଞ୍ଚାୟତର ବୋରଦା ଗ୍ରାମର କଥା । ଏହି ଗ୍ରାମ ନିକଟରେ ଥିବା ଜମିରେ କରାଯାଉଛି ଏହି ଘାସ ଚାଷ । ଏଥିରେ ନିୟୋଜିତ ହୋଇଛନ୍ତି 15 ରୁ 20 ଗୋଟି ପରିବାରର ଲୋକ । ପ୍ରତିଦିନ ଏମାନଙ୍କ କାମ ହେଲା ଘାସ କାଟିବା ଠାରୁ ଆରମ୍ଭ କରି ତାକୁ ଆଣି ଗୋଟିଏ ସ୍ଥାନରେ ରଖାଯାଏ । ସେଠାରେ ଥିବା ଦୁଇ ଗୋଟି ଟ୍ୟାଙ୍କର ରେ ଘାସ ଭରି କରାଯାଏ । ଗୋଟିଏ ଗୋଟିଏ ଟ୍ୟାଙ୍କରରେ ରହେ 250 କିଲୋ ଲେମନ ଘାସ l ଏହି ଭଳି ଦୁଇଟି ଟାଙ୍କି ରେ ରହେ 500 କିଲୋ ଘାସ । ଟାଙ୍କି କୁ ଏକ ସ୍ଵତନ୍ତ୍ର ଘୋଡଣି ଢଙ୍କା ଯିବାପରେ ତାହା ଭିତରକୁ ଛଡା ଯାଏ ଗରମ ବାଷ୍ପ । ପାଖାପାଖି ଚାରି ଘଣ୍ଟା ପରେ ଘାସ ସିଜି ସେଥିରୁ ବାଷ୍ପ ବାହାରି ଅନ୍ୟ ଏକ ଟାଙ୍କିରେ ସେହି ବାଷ୍ପକୁ ଥଣ୍ଡା କରାଯାଏ । ସେହି ବାଷ୍ପରେ ଥାଏ ଘାସର ତେଲ ଅଂଶ । ପ୍ରତେକ ଦିନ ଆଠରୁ ନଅ ଘଣ୍ଟା ପରିଶ୍ରମ ପରେ ଗୋଟିଏ ଟ୍ୟାଙ୍କରୁ ବାହାରେ ପାଖାପାଖି ଚାରି ରୁ ପାଞ୍ଚ ଲିଟର ତେଲ l ଘାସ ଚାଷ କରି ଲାଭବାନ ହେଉଥିବା କହିଛନ୍ତି ମାଲିକ ଓ ଚାଷୀ । ପ୍ରଥମ ଦୁଇ ବର୍ଷ କିଛି କଷ୍ଟ ହୁଏ କିନ୍ତୁ ତାହା ପରେ ଲାଭ ମିଳିବା ଆରମ୍ଭ ହୋଇଥାଏ । ଘାସରୁ ବାହାରୁଥିବା ତେଲ ବିଭିର୍ଣ୍ଣ ବ୍ୟବହାର ରେ ଲାଗେ ଯେମିତି ମାନୁଷ୍ୟ ବ୍ୟବହାର କରୁଥିବା ଅତର , ସାବୁନ, ପରଫ୍ୟୁମ,ଔଷଧ, କୋଲ୍ଡଡ୍ରିଙ୍କ, ଫଳ ଓ ବହୁ ଖାଦ୍ଯରେ ରେ ମଧ୍ୟ ବ୍ୟବହାର କରାଯାଏ ଏହି ତେଲ । ରୋଜଗାର ପାଇଁ ଲୋକଙ୍କୁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବାକୁ ପଡିଥାଏ l କିନ୍ତୁ ଏହି ଭଳି କାମ କରି ଗୋଟିଏ ଚାଷୀକୁ 9 ରୁ 10 ହଜାର ମାସିକ ଲାଭ ମିଳିପାରୁଛି l ଚାଷୀ କହୁଛନ୍ତି ଏହି ଚାଷ ଖରାଦିନେ ଅଧିକରୁ ଅଧିକ ଲାଭ ଦେଇଥାଏ l କିନ୍ତୁ ଖରାଦିନେ ପାଣିର ଆବଶ୍ୟକତା ବହୁତ ରହେ ଯଦି ପାଣି ସମସ୍ଯା ନ ରହେ ତେବେ ଅଧିକ ଲାଭ ଏହି ସମୟରେ ମିଳେ । ଏହି ବ୍ୟବସାୟ ପାଇଁ ପାଖାପାଖି 10 ଲକ୍ଷ ଟଙ୍କା ବିନିଯୋଗ କରିବାକୁ ପଡେ । ବର୍ତମାନ ଯେଉଁ ମେସିନ ବ୍ୟବହାର କରାଯାଉଛି ତାହା ପୁରୁଣା ହୋଇସାରିଲାଣି ବର୍ତ୍ତମାନ ସୋୟମ ଚଳିତ ମେସିନ ଅର୍ଥାତ ଅଟୋମେଟିକ ମେସିନ ଆସିଗଲାଣି । ଯଦି ଏଥୀ ପାଇଁ ସରକାରୀ ଦୃଷ୍ଟି ଆକର୍ଷଣ ହୋଇ କିଛି ସହାୟତା ମିଳେ ତେବେ ଆହୁରି ବହୁତ ପରିବାର ଭରଣ ପୋଷଣ କରିପାରିବେ ।
ଗଞ୍ଜାମ ସୋରଡ଼ା ରୁ ନାରାୟଣ ଡାକୁଆ ଙ୍କ ରିପୋର୍ଟ
