ଓକରା ହାଇସ୍କୁଲ ର ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
ଭଦ୍ରକ ବ୍ଲକ ଅନ୍ତର୍ଗତ ଅନ୍ନପାଳ ପଞ୍ଚାୟତ ର ଓକରା ହାଇସ୍କୁଲ ର ବନ୍ଧୁ ମିଳନ ଉତ୍ସବ ଫରେଷ୍ଟ ପାର୍କ ଠାରେ ଅନୁଷ୍ଠିତ ହୋଇଯାଇଛି,୧୯୯୮ ବ୍ୟାଚ ର ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ତ୍ବରାନ୍ବିତ କରିଥିଲେ,ଦୀର୍ଘ 27 ବର୍ଷ ପରେ ଏହି ବନ୍ଧୁ ମିଳନ ସମସ୍ତଙ୍କ ମନରେ ଏତେ ଖୁସି ଆଣିଦେଇଥିଲା ଯେ ଯାହା କଳ୍ପନା ର ବାହାରେ ,କିଏ ଓଡିଶା ପ୍ରଶାସନିକ ଅଧିକାରୀ ତ ଆଉ କିଏ ଶିକ୍ଷକ ତ ଆଉ କିଏ କୃଷକ କିନ୍ତୁ କାହା ମନ ଭିତରେ ଟିକେ ବି ଆତ୍ମ ଗର୍ବ ନଥିଲା ପରି ଆଜିର ପରିବେଶ ଯାହା ସୁଚାଉଥିଲା ,ଏତେ ଦିନ ପରେ ସାକ୍ଷାତ ହୋଇଥିବରୁ ସମସ୍ତେ ସମସ୍ତଙ୍କ ଅନ୍ତରଙ୍ଗ କଥା ରେ ମଜି ଯାଇଥିଲେ ,,ଆଉ କିଛି ସଙ୍ଗୀତ ର ତାଳେ ତାଳେ ଝୁମିଥିଲେ, କାର୍ଯ୍ୟକ୍ରମ ର ଶେଷ ଭାଗରେ ସମସ୍ତେ ଖାଇ ପିଇ ଲୋତକ ଚକ୍ଷୁ ରେ ଘରକୁ ଫେରିଲେ ଏବଂ ମନେ ମନେ ଭାବିଲେ ଆଉ କଣ ଜୀବନରେ ଏ ଦିନ ଆସିବ ଆମେ ସମସ୍ତେ ଏକଜୁଟ ହେବା।
