ଅବ୍ୟବସ୍ଥା ଘେରରେ ଯାଜପୁର ଜିଲ୍ଲା ବ୍ୟାସନଗର ପୌର ପରିଷଦର ସର୍ବ ପୁରାତନ ବସଷ୍ଟାଣ୍ଡ

ଅବ୍ୟବସ୍ଥା ଘେରରେ ଯାଜପୁର ଜିଲ୍ଲା ବ୍ୟାସନଗର ପୌର ପରିଷଦର ସର୍ବ ପୁରାତନ ବସଷ୍ଟାଣ୍ଡ l ଏହି ବସଷ୍ଟାଣ୍ଡରୁ ଜିଲ୍ଲା ବାହାରକୁ ଯିବା ଆସିବା ପାଇଁ ପ୍ରତେକ ଦିନ ହଜାର ହଜାର ଯାତ୍ରୀ ଯିବା ଆସିବା କରନ୍ତି l ମାତ୍ର ବସଷ୍ଟାଣ୍ଡରେ ଉପଯୁକ୍ତ ବିଶ୍ରାମ ଗାର, ପାନୀୟ ଜଳ ଓ ଲାଇଟ ର ବ୍ୟବସ୍ଥା ନଥିବାରୁ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ସେପଟେ ଏହି ସମସ୍ୟା ସମ୍ପର୍କରେ ପୌର ପରିଷଦର ନିର୍ବାହୀ ଅଧିକାରିଣୀ କହିଛନ୍ତି ଯେ ଏହି ସମସ୍ୟା ସମ୍ପର୍କରେ ଅଭିଯୋଗ ପାଇଛୁ ତୁରନ୍ତ ପାଣି ଓ ଲାଇଟ ସମସ୍ୟା କିଭଳି ଦୂର ହେବ ସେନେଇ ଆମେ ଯାଥାଶୀଘ୍ର ପଦେକ୍ଷେପ ନେବୁ ଏ ହେଉଛି ବ୍ୟାସନଗର ସହର ସର୍ବ ପୁରାତନ ବସଷ୍ଟାଣ୍ଡ l ଏହି ବସଷ୍ଟାଣ୍ଡକୁ ୧୯୯୮ ମସିହାରେ ତତ୍କାଳୀନ ପୌର ପରିଷଦର ଅଧ୍ୟକ୍ଷ ରସାନନ୍ଦ ମହାନ୍ତି ନିର୍ମିତ କରିଥିଲେ l ଯାତ୍ରୀ ମାନଙ୍କ ସୁବିଧା ପାଇଁ ବିଶ୍ରାମ ଗାର, ପାନୀୟ ଜଳ ବ୍ୟବସ୍ଥା ଓ ଲାଇଟ ବ୍ୟବସ୍ଥା ମଧ୍ୟ କରାଯାଇଥିଲା l ମାତ୍ର ଏହାର ରକ୍ଷଣବ୍ୟକ୍ଷଣ ଅଭାବ ଯୋଗୁ ଏବେ ଏହି ପ୍ରକଳ୍ପ ଗୁଡିକ ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି l ଯାତ୍ରୀ ମାନେ ବିଭିନ୍ନ ସ୍ଥାନକୁ ଯିବା ପାଇଁ ଏହି ବସଷ୍ଟାଣ୍ଡକୁ ଆସି ବିଭିନ୍ନ ସମସ୍ୟାରେ ପଡ଼ୁଥୁବା ଅଭିଯୋଗ କରିଛନ୍ତି l ବିଶେଷ ଭାବରେ ରାତିରେ ଲାଇଟ ନଜଳିବାରୁ ସୁରକ୍ଷା କୁ ନେଇ ଚିନ୍ତା ପ୍ରକ୍ଟ କରିବା ସହିତ ବସଷ୍ଟାଣ୍ଡର ବିକାଶ ପାଇଁ ଦାବୀ କରିଛନ୍ତି llସେପଟେ ଏହି ସହରଟି କଳିଙ୍ଗନଗରର ମୁଖଶାଳାରେ ହେଇଥିବାରୁ ପ୍ରତେକ ଦିନ କଟକ, ଭୁବନେଶ୍ୱର,କେନ୍ଦୁଝର ଓ ଭଦ୍ରକ ଜିଲ୍ଲାକୁ ଯିବା ଆସିବା ପାଇଁ ଶହଶହ ଯାତ୍ରୀ ଆସୁଛନ୍ତି l ମାତ୍ର ବସଷ୍ଟାଣ୍ଡର ବିକାଶ ଯେତିକି ଆବଶ୍ୟକ ତାହା ହେଇନାହିଁ l ଯାହାଫଳରେ ଏହି ବସଷ୍ଟାଣ୍ଡକୁ ଯାତ୍ରୀ ଆସିବା ପାଇଁ ଅମଙ୍ଗ ହେଉଥୁବା ଦେଖିବାକୁ ମିଳୁଛି l ପୌର ପରିଷଦ ପକ୍ଷରୁ ପାର୍କିଂଗ ଟଙ୍କା ଆଦାୟ ହେଉଛି ସତ ବସ ଡ୍ରାଇଭର ଓ କର୍ମଚାରୀ ମାନଙ୍କ ପାଇଁ ସେଭଳି ସୁବିଧା କରୁନଥିବା କର୍ମଚାରୀ ଅଭିଯୋଗ କରିଛନ୍ତି l ସେପପଟେ ଏହି ସମସ୍ୟାର ସମାଧାନ ପାଇଁ ଆମେ ପୌର ପରିଷଦର ନିର୍ବାହୀ ଅଧିକାରିଣୀକୁ ଭେଟି ଥିଲୁ l ମାତ୍ର ସେ କ୍ୟାମେରା ସମ୍ମୁଖରେ ସ୍ୱଳ୍ପ ରେ ତାଙ୍କ ମତ ରଖିଥିଲେ l ବସଷ୍ଟାଣ୍ଡରେ ଆବଶ୍ୟକୀୟ ଭିତ୍ତିଭୂମି ଅଛି ସତ ମାତ୍ର ସରକାରଙ୍କର ଉଦାସୀନତା ଯୋଗୁ ବିକାଶ ହେଇ ପାରୁନଥିବା ସାଧାରଣରେ ଆଲୋଚନା ହେଉଛି l

Leave a Reply

Your email address will not be published. Required fields are marked *