ଦନ୍ତା ଆକ୍ରମାଣରେ ବୃଦ୍ଧଙ୍କ ର ଶୋଚନୀୟ ମୃତ୍ୟୁ

କାମାକ୍ଷାନଗର, କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ ଅନ୍ତର୍ଗତ ରାଇବୋଲ ପଞ୍ଚାୟତର କୋରିଆପାଳ ଗ୍ରାମରେ ରବିବାର ପୂର୍ବାହ୍ନରେ ଏକ ଦନ୍ତା ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କର ଶୋଚନୀୟ ମୃତ୍ୟୁ ହୋଇଛି l ମୃତକ ଜଣଙ୍କ କୋରିଆପାଳ ଗ୍ରାମର ବିଦ୍ୟାଧର ଦେହୁରୀ (65) lବିଦ୍ୟାଧର ଦେହୁରୀ ରବିବାର ପୂର୍ବାହ୍ନରେ ସନ୍ନିକଟ ପୋଖରୀକୁ ଗାଧୋଇବାକୁ ଯାଉଥିବା ବେଳେ ଦାନ୍ତହାତୀ ହାବୁଡ଼ରେ ପଡିଯାଇଥିଲେ l ଦନ୍ତା ହାତୀ ବିଦ୍ୟାଧରଙ୍କୁ ଟେକି କଚାଡି ଦେଇଥିଲା l ବିଦ୍ୟାଧର ଙ୍କର ଚିତ୍କାର ଶୁଣି ପାଖରେ ଥିବା ଗ୍ରାମବାସୀ ଘଟଣା ସ୍ଥଳକୁ ପଳାଇ ଆସିବାରୁ ଦାନ୍ତହାତୀ ସନ୍ନିକଟ ଜଙ୍ଗଲକୁ ଚାଲିଯାଇଥିଲା l ପରେ ଆମ୍ବୁଲାନ୍ସ ସେବା ଯୋଗେ ବିଦ୍ୟାଧରଙ୍କୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ l ହେଲେ ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି l ଖବର ପାଇ ଢେଙ୍କାନାଳ ଜିଲ୍ଲା ବିଜେପି ସଭାପତି ରାସବିହାରୀ ବେହେରା ଡାକ୍ତରଖାନାରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରି ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି l

Leave a Reply

Your email address will not be published. Required fields are marked *