ନଇରେ ଭାସିଗଲେ ବୃଦ୍ଧା
ନଇରେ ଭାସିଗଲେ ବୃଦ୍ଧା। ପୁରୀ ସଦର ଥାନା ଅନ୍ତର୍ଗତ ଗଡମୃଗଶିରା ଠାରେ ଘଟିଛି ଏଭଳି ଅଭାବନୀୟ ଘଟଣା। ନଇକୁ ଶୌଚ ହେବାପାଇଁ ଯାଇଥିବା ବେଳେ ଭାସି ଯାଇଥିଲେ ବୃଦ୍ଧା। ଖବରପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଆରମ୍ଭ କରିଛି ଖୋଜାଖୋଜି। ନିଖୋଜ ବୃଦ୍ଧାଙ୍କ ପରିଚୟ ମିଳିପାରିନାହିଁ। ନଇରେ ବନ୍ୟା ପାଣି ଆସିଥିବା ଯୋଗୁଁ ବୃଦ୍ଧା ଜଣକ ଭାସି ଯାଇଥିବା ସନ୍ଦେହ କରାଯାଉଛି।
