ପୁରୁଣା ବଜାର ପୁଲିସର ଜୁଲମ
ଭଦ୍ରକ: ୨୯/୦୪- ଭଦ୍ରକ ଜିଲ୍ଲା ପୁରୁଣା ବଜାର ଥାନାରେ ଏକ ଅଭାବନୀୟ ଘଟଣା ଘଟିଛି। ଥାନା ଅଧିକାରୀ ଗୌରାଙ୍ଗ ଚରଣ ସାହୁଙ୍କ ସହ ତାଙ୍କ ସହଯୋଗୀ ASI ଗୌରାଙ୍ଗ ଚରଣ ଥାନା ଭିତରେ ନିରୀହ ଯୁବକ ଉପରେ ଗୁଣ୍ଡା ଗିରି କରିଛନ୍ତି । ଘଟଣା ଅନୁସାରେ ପଠାଣ ମହଲା ରେ ୨୦ ବର୍ଷ ର ଯୁବକ ଏକ ରିପୋର୍ଟ ନେଇ ଥାନାରେ ଯାଇଥିଲେ କିନ୍ତୁ ତାଙ୍କ ଅପର ପକ୍ଷଙ୍କ ଠାରୁ ପଇସା ଖାଇ ଯୁବକ ସହ କିଛି ଆଲୋଚନା ନ କରି ବିନା କାରଣରେ ତାକୁ ଏକ ଠେଙ୍ଗା ରେ ବାଡ଼େଇ ଲହୁ ଲୁହାଣ କରିଛନ୍ତି। ଫଳରେ ସେ ନ୍ୟାୟ ପାଇଁ ଭଦ୍ରକ ଆରକ୍ଷି ଅଧିକ୍ଷକ ଙ୍କ ପାଖରେ ଦ୍ବାରସ୍ଥ ହେଇଛନ୍ତି । ତେବେ ଦେଖାଯାଉ ଥାନାରେ ଏହି ଦୁଇ ଅଫିସରଙ୍କ ବିରୋଧରେ କେବେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ନା ଥାନାରେ ରାଜ୍ୱତୀ ଚାଲିବ ।
ରିପୋର୍ଟ- ପୁନିଲ କୁମାର ସାମନ୍ତ, ଭଦ୍ରକ।
