ଗଁଦିଆ ରେ ବ୍ଳକ ସ୍ତରୀୟ ବରିଷ୍ଠ ନାଗରିକ ଦିବସ ପାଳିତ
ଗଁଦିଆ ରେ ବ୍ଳକ ସ୍ତରୀୟ ବରିଷ୍ଠ ନାଗରିକ ଦିବସ ପାଳିତ।
ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ରେ ବ୍ଳକ୍ ସ୍ତରୀୟ ବରିଷ୍ଠ ନାଗରିକ ଦିବସ ଗଁଦିଆ ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପବିତ୍ର କୁମାର ବେହେରା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବ୍ଳକ୍ ସଭାଗୃହ ରେ ଅକ୍ଟୋବର ମାସ ଦଶ ତାରିଖ ପୂର୍ବାହ୍ନ ରେ ଅନୁଷ୍ଠିତ ହୋଇଯାଇଅଛି। ବ୍ଳକ ବରିଷ୍ଠ ନାଗରିକ ମଞ୍ଚ ସଭାପତି ବୁଦ୍ଧଦେବ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଙ୍କ ଗଁଦିଆ ବ୍ଳକ ପ୍ରତିନିଧି ତଥା ପୋରୁହଖୋଜ ଗ୍ରାମ ପଞ୍ଚାୟତ ସରପଞ୍ଚ ରତିକାନ୍ତ ସାହୁ ଉପସ୍ଥିତ ହୋଇ ସରକାର ଙ୍କ ଜନମୁଖୀ କଲ୍ୟାଣ ଯୋଜନା ଉପରେ ଆଲୋକପାତ କରିଥିଲେ। ସମ୍ମାନୀତ ଅତିଥି ଭାବେ ଅବସର ପ୍ରାପ୍ତ ସ୍ଵତନ୍ତ୍ର ବିଚାରପତି ସିବିଆଇ ଭିକାରୀ ଚରଣ ରାଉତ, ଶିକ୍ଷାବିତ୍ ପ୍ରକୃତି ବନ୍ଧୁ ଦଣ୍ଡଧର ସାହୁ , କଳା ସଂସ୍କୃତି ବ୍ଳକ ଉପସଭାପତି କପିଳ ବେହେରା, ଗଁଦିଆ ସ୍ମୃତି ସଂସଦ ସଭାପତି ପ୍ରକୃତି ବନ୍ଧୁ ହରିହର ସାହୁ ମଞ୍ଚାସୀନ ହୋଇ ବରିଷ୍ଠ ନାଗରିକ ମାନଙ୍କୁ ସରକାର ଦେଇଥିବା ଯୋଜନା ସମ୍ବନ୍ଧରେ ଆଲୋଚନା କରିଥିଲେ। ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ବେହେରା ସଦା ସର୍ବଦା ବରିଷ୍ଠ ନାଗରିକ ଙ୍କ ସେବାରେ ସରକାର କରୁଥିବା ଯୋଜନା ର ବିସ୍ତୃତ ବିବରଣୀ ଉଲ୍ଲେଖ କରିଥିଲେ। ଶିକ୍ଷାବିତ୍ ରାଘବ ଚନ୍ଦ୍ର ମହାରଣା ସ୍ବାଗତ ଭାଷଣ ଦେଇଥିଲେ। ଅବସର ପ୍ରାପ୍ତ ଶିକ୍ଷକ ହେମନ୍ତ କୁମାର ବ୍ରହ୍ମ ବରିଷ୍ଠ ନାଗରିକ ହିସାବରେ ଅଭିଭାଷଣ ପ୍ରଦାନ କରିଥିଲେ। ଶ୍ରୀ ରାମଚନ୍ଦ୍ର ପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ତରଫରୁ ବରିଷ୍ଠ ନାଗରିକ ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଯାଞ୍ଚ୍ କରାଯାଇଥିଲା। ପ୍ରାୟ ଶତାଧିକ ବରିଷ୍ଠ ନାଗରିକ ଉପସ୍ଥିତ ହୋଇ ଆଲୋଚନା ରେ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ। ସାମାଜିକ ସୁରକ୍ଷା ଭାର ପ୍ରାପ୍ତ ଅଧିକାରୀ ଶତାବ୍ଦୀ ଶେଖର ସାମଲ ସହଯୋଗ କରିଥିଲେ।
