ବାଇକ ଦୁର୍ଘଟଣାରେ ବୃଦ୍ଧାଙ୍କର ମୃତ୍ୟୁ

କାମାକ୍ଷାନଗର, -କାମାକ୍ଷାନଗର ଥାନା ଅନ୍ତର୍ଗତ ୫୩ ନଂ ଜାତୀୟ ରାଜପଥର ନୂଆପାଣି ଠାରେ ଏକ ବାଇକ ଧକ୍କା ରେ ଜଣେ ବୃଦ୍ଧାଙ୍କର ଶୋଚନୀୟ ମୃତ୍ୟୁ ହୋଇଛି l ମୃତକ ଜଣକ ହେଲେ ନୂଆପାଣି ଗ୍ରାମର ଗଣ୍ଡେଇ ଦେହୁରୀ (65) l ଗଣ୍ଡେଇ ଦେହୁରୀ ଜାତୀୟ ରାଜପଥ ଅତିକ୍ରମ କରୁଥିବା ବେଳେ ଏକ ବାଇକ ଧକ୍କା ଦେଇଥିଲା l ଫଳରେ ଘଟଣା ସ୍ଥଳରେ ଗଣ୍ଡେଇଙ୍କର ମୃତ୍ୟୁ ହୋଇଥିଲା l ଏହି ଘଟଣା ପରେ ସଂପୃକ୍ତ ଗ୍ରାମବାସୀଙ୍କ ମଧ୍ୟରେ ଉତେଜନା ପ୍ରକାଶ ପାଇଥିଲା l ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଆୟତ୍ତ କରିବା ସହିତ ଗଣ୍ଡେଇ ଙ୍କ ମୃତଦେହ ଜବତ କରି ବ୍ୟବଛେଦ ର ବ୍ୟବସ୍ଥା କରିଛି l ଦୁର୍ଘଟଣା ଘଟଇଥିବା ବାଇକ କୁ ଜବତ କରି ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରିଥିବାର ଜଣାଯାଉଛି l

Leave a Reply

Your email address will not be published. Required fields are marked *