ଓମ୍ ସାଇ ସୁଜୁକିରେ ନୂଆ ମଡେଲ ଆକ୍ସେସ ଲୋକାର୍ପଣ ଉତ୍ସବ

ଯାଜପୁର ରୋଡ୍ ସନ୍ତରା ସ୍ଥିତ ଓମ୍ ସାଇ ସୁଜୁକି ସୋ ରୁମ ତରଫରୁ ନୂଆ ଆକ୍ସେସ ଓ ଜିକ୍ସର ମଡେଲ ସୋରୁମ ପରିସରରେ ଲୋକାର୍ପଣ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି l କମ୍ପାନି ତରଫରୁ ଉକ୍ତ ନୂଆ ମଡେଲରେ ପିକଅପ, ମାଇଲେଜ ଓ ଲୁକ୍ସ ଉପରେ ଗୁରୁତ୍ୱ ଦିଆଯାଇ ଗ୍ରାହକଙ୍କ ପାଇଁ ବିଶେଷ ସୁବିଧା ଓ ନୂଆ ମଡେଲ ବୁକିଂ ଉପରେ ରିହାତି ସାଙ୍ଗକୁ ଲକି ଡ୍ର କୁପନ ବ୍ୟବସ୍ଥା ରହିଛି | ଆଜିର ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବାଞ୍ଚଳ ଜୋନାଲ ମ୍ୟାନେଜର ଶୋଭିକ ଲେହେରି, ଓଡିଶା ହେଡ଼ ଆସରାଫ, ଓଡିଶା ଆଞ୍ଚଳିକ ପ୍ରବନ୍ଧକ ମୁକେଶ ମିଳିନ, ଓମ୍ ସାଇ ସୁଜୁକି ପରିଚାଳନା ନିର୍ଦେଶକ ବିପିନ କୁମାର ସାହୁ, ସତ୍ବାଧୀକାରିଣୀ ଲକି ବ୍ରହ୍ମ ବରିଷ୍ଠ ସାମ୍ବାଦିକ ଚିନ୍ତାମଣି ପାଢ଼ୀ, ପ୍ରଥମ କ୍ରେତା ବିଜୟ କୁମାର ସାହୁ, ଶିଶିର କୁମାର ରାଉତ, ସମାଜସେବୀ ବସନ୍ତ କୁମାର ସାହୁ ପ୍ରମୁଖ ଯୋଗଦେଇ ନୂଆ ମଡେଲ ଗାଡି ଗୁଡିକର ଅନାବରଣ କରିଥିଲେ l ଓମ୍ ସାଇ ସୁଜୁକି ସ୍ବତ୍ବାଧିକାରୀ ଶ୍ରୀ ସାହୁ ୫ଟି ମଡେଲ ଉପରେ ଥିବା ସୁବିଧା ଓ ଅଫର ସମ୍ପର୍କରେ ଉପସ୍ଥିତ ଗ୍ରାହକଙ୍କୁ ସୂଚନା ଦେଇଥିଲେ l ୱାର୍କସପ ପରିଚାଳକ ତପନ କୁମାର ଦାସ, ସେଲ୍‌ସ ପରିଚାଳକ ପ୍ରଶାନ୍ତ କୁମାର ମିଶ୍ର, ହେମନ୍ତ କୁମାର ନାୟକ, ନୀଳକଣ୍ଠ ବେହେରା ଦିଲୀପ ବୋଇତାଇ, ପରମେଶ୍ବର ରାଉତ, ନାରଣ ସାମଲ, ବିନୋଦ ସାହୁ, ସୁମିତ୍ରା ମଣ୍ଡଳ, କାବେରୀ ପାଢ଼ୀ, ଅନୁପମ ଧଳ, ରଘୁନାଥ ମହାପାତ୍ର ଙ୍କ ସମେତ ସୋ’ରୁମ୍‌ର ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ l

ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର Live

Leave a Reply

Your email address will not be published. Required fields are marked *