ବିଜେଡି ପକ୍ଷରୁ ନିର୍ବାଚନମଣ୍ଡଳୀ ସୁରିୟ ପ୍ରତିଷ୍ଠା ଦିବସ ପାଳିତ

୨୮ତମ ପ୍ରତିଷ୍ଠା ଦିବସବିଜୁ ଜନତା ଦଳଜନତା ଦଳ ଓଡିଶା ବାସୀଙ୍କ ବଳ ଭଦ୍ରକ ନିର୍ବାଚନ ମଣ୍ଡଳୀ: ବିଜୁ ଜନତା ଦଳର ୨୮ ତମ ପ୍ରତିଷ୍ଠା ଦିବସରେ ଭଦ୍ରକ ନିର୍ବାଚନ ମଣ୍ଡଳୀ ପକ୍ଷରୁ ଭଦ୍ରକ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ପ୍ରବାଦ ପୁରୁଷ ବିଜୁବାବୁଙ୍କ ପ୍ରଭିମୁର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଏକ ବିଶାଳ ବାଇକ ରାଲିରେ ନୂଆ ବସଷ୍ଟାଣ୍ଡ ବିଜେଡି ଜିଲ୍ଲା କାର୍ଯ୍ୟାଳୟ ନିକଟରୁ ବାହାରି ସହର ପରିକ୍ରମା କରି ସହିଦ ସ୍ମୃତି ଭବନ ଠାରେ ଆୟୋଜିତ ସାଧାରଣ ସଭା ନିକଟରେ ପହଂଚିଥିଲେ ସେଠାରେ ପ୍ରତିଷ୍ଠା ଦିବସ କୁ ନେଇ ଏକ ବିରାଟ ସଭା ମଧ୍ୟ ଆୟୋଜନ କରାଯାଇଥିଲା |ତେବେ ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ସାଂସଦ ଭଦ୍ରକ ଶ୍ରୀମତୀ ମଞ୍ଜୁଲତା ମଣ୍ଡଳ,ପୂର୍ବତନ ବିଧାୟକ ଭଣ୍ଡାରୀପୋଖରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ ସାମଲ, ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଜଗନ୍ନାଥ ସ୍ବାଇଁ, ଜିଲ୍ଲାପରିଷଦ ଅଧକ୍ଷ ପ୍ରଫୁଲ୍ଲ ଯେନା ତଥା ବିଜୁ ଜନତା ଦଳର ସମସ୍ତ ଆଗଧାତି ର ନେତୃତ୍ୟ ମାନେ ଯୋଗଦାନ କରି ବିଜେଡି ଲୋକଙ୍କ ସାଙ୍ଗରେ ଥିଲା ଆଗକୁ ରହିବ ଏବଂ ନବୀନ ବାବୁଙ୍କୁ ଲୋକ ଏଯାଏଁ ମୁଖ୍ୟମନ୍ତ୍ରୀ ବୋଲି ମନରୁ ଲିଭାଇ ନାହାନ୍ତି ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ |

Leave a Reply

Your email address will not be published. Required fields are marked *