ଜନ ଶିକ୍ଷଣ ସଂସ୍ଥାନ ପୁରୀ ତରଫରୁ, ୯୦ତମ ଉତ୍କଳ ଦିବସ ପାଳିତ।

ଜନ ଶିକ୍ଷଣ ସଂସ୍ଥାନ ପୁରୀ ତରଫରୁ, ୯୦ତମ ଉତ୍କଳ ଦିବସ ପାଳିତ।ଜନ ଶିକ୍ଷଣ ସଂସ୍ଥାନ ପୁରୀ ତରଫରୁ ୯୦ ତମ ଉତ୍କଳ ଦିବସ ପାଳନ ଭଟ୍ଟପୁର, କାଦୁଆ ସ୍ଥିତ କୋଠଘରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଉତ୍ସବ ରେ ସଂସ୍ଥାନ ର କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀଯୁକ୍ତ ଶଶି ଭୂଷଣ ଦତ୍ତ ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଭାବେ ବଳଙ୍ଗା ମହାବିଦ୍ୟାଳୟ ର ଶିକ୍ଷା ବିଭାଗର ବରିଷ୍ଠ ଅଧ୍ୟାପକ, ଡ଼କ୍ଟର ପ୍ରଦୋଷ କୁମାର ପତି, ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ସାହିତ୍ୟପ୍ରେମୀ, ଆଲୋଚକ ତଥା ବ୍ୟଙ୍ଗୌକ୍ତି ବାଚକ ବକ୍ତା ଶ୍ରୀଯୁକ୍ତ କୈଳାଶ ଚନ୍ଦ୍ର ଶତପଥୀ ଯୋଗଦାନ କରିଥିଲେ। ଏହି ଉତ୍ସବ ରେ ଡକ୍ଟର ପତି ସ୍ୱତନ୍ତ୍ର ଓଡ଼ିଶା ଗଠନରେ ତତ୍କାଳୀନ ମୟୂରଭଞ୍ଜ ରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ, ସାନଖେମୁଣ୍ଡି ରାଜା କୃଷ୍ଣ ଚନ୍ଦ୍ର ଗଜପତିଙ୍କ ସହିତ ମହାନ ପୁରୁଷ ଉତ୍କଳ ଗୌରବ ମଧୁସୂଦନ ଦାସ, ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସ ଆଦି ମହାପୁରୁଷଙ୍କ ପ୍ରଚେଷ୍ଟା ଉପରେ ଆଲୋକପାତ କରିଥିଲେ।

ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ଶତପଥୀ ମହୋଦୟ ଓଡ଼ିଆ ଭାଷା ସାହିତ୍ୟ ସୁରକ୍ଷା, ଭବିଷ୍ୟତ ତଥା ଉନ୍ନତି ରେ ଆମେ କିଭଳି ଅଗ୍ରସର ହେବା ସେ ବିଷୟରେ ଗୁରୁତ୍ୱାରୋପ କରିଥିଲେ। ତତ୍ ସହିତ ସଂସ୍ଥାନ ର ସହକର୍ଯ୍ୟକ୍ରମ ଅଧିକାରିଣୀ ଶ୍ରୀମତୀ ନିକି ପ୍ରଧାନ ଆମ ଓଡ଼ିଆ ଭାଷା, ଚାଲିଚଳଣୀ, ସଂସ୍କୃତି ପରମ୍ପରା, ଖାଦ୍ୟ ବେଶଭୂଷା କିଭଳି ଉଚୋକୋଟିର ଏବଂ ଗୌରବା ସମ୍ପର୍ଣ୍ଣ ସେ ବିଷୟରେ ବକ୍ତବ୍ୟ ରଖିଥିଲେ। ଏହି ଉତ୍ସବରେ ସଂସ୍ଥାନ ର ଚାଳିଶି ରୁ ଉର୍ଦ୍ଧ୍ବ ପ୍ରଶିକ୍ଷାର୍ଥୀ ଏବଂ ଗ୍ରାମବାସୀ ଯୋଗଦେଇଥିଲେ। ସଂସ୍ଥାନ ର ଅନ୍ୟ କର୍ମଚାରୀ ଯଥା ପ୍ରସାଦ ଦ୍ୱିବେଦୀ, ଜିବନଜିତା ଦାସ ଏବଂ ପ୍ରତାପ ବେହେରା ଉପସ୍ଥିତ ରହି ସଭା ପରିଚାଳନା କରିଥିଲେ। ସର୍ବଶେଷରେ ସଭାପତି ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରାଇଥିଲେ।

Leave a Reply

Your email address will not be published. Required fields are marked *