ଜଗତସିଂହପୁର ଜିଲ୍ଲା ରାଜସ୍ବ ଅମଲା ସଂଘ୍ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ 5t ସଚିବଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି

ଜଗତସିଂହପୁର ଜିଲ୍ଲା ରାଜସ୍ବ ଅମଲା ସଂଘ୍ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ 5t ସଚିବଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।ଆଙ୍କର- ରାଜସ୍ବ ଅମଲା ସଂଘର ଦୀର୍ଘ ଦିନର ଦାବି ପୂରଣ ନେଇ ଅମଲା ମାନେ ବେଶ୍ ଖୁସି ହୋଇଛନ୍ତି। ରାଜ୍ୟ ସରକାର ବିଳମ୍ବ ହେଉ ପଛେ ରାଜସ୍ବ ଅମଲା ମାନଙ୍କ ଦାବି ପୂରଣ କରିଛନ୍ତି। ୨୦୧୭ ମସିହାରୁ ଓଡ଼ିଶା ରାଜସ୍ବ ଅମଲା ସଂଘ୍ ରାଜସ୍ବ ଅମଲା ମାନଙ୍କୁ ପୃଥକ୍ କ୍ୟାଡ଼ର ପ୍ରଦାନ କରିବା ପାଇଁ ଓ ୪୨୦୦ଟଙ୍କା ଗ୍ରେଡପେ ପ୍ରଦାନ ନିମନ୍ତେ ରାଜ୍ୟ ସରକାରଙ୍କ ଠାରେ ଦାବି ଉପସ୍ଥାପନ କରିଆସୁଥିଲେ। ଏହି ପରିପ୍ରେକ୍ଷୀରେ ୨୦୧୭ ମସିହାରେ ୨୧ ଦିନ ଓ ୨୦୧୮ ମସିହାରେ ୨୪ ଦିନ କଲମ ଛାଡ ଆନ୍ଦୋଳନ କରିଥିଲେ। ଏହା ସହିତ ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚ ସହିତ ଯୋଡି ହୋଇ ୨୦୨୩ ମସିହାରେ ଜୁନ ୧ ତାରିଖ ଠାରୁ ୧୭ ତାରିଖ ପର୍ଯ୍ୟନ୍ତ ଏକମାତ୍ର ଦାବି ୪୨୦୦ ସହ ପାଇଁ ସମୂହ ଛୁଟିନେଇ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ। ସରକାର ରାଜସ୍ବ ଅମଲା ସଂଘର ଦବିର ଯଥାର୍ଥତା ହୃଦୟଙ୍ଗମ କରି ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ଓଡ଼ିଶା ସରକାର ଜିଲ୍ଲାସ୍ତରୀୟ ରାଜସ୍ବ ଅମଲା ଙ୍କୁ ପୃଥକ୍ କ୍ୟାଡ଼ର ପ୍ରଦାନ କରିଛନ୍ତି।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, 5t ସଚିବ ଭିକେ ପଣ୍ଡିୟାନ, ସଂଗଠନ ସମ୍ପାଦକ ବବି ଦାସଙ୍କୁ ଜଗତସିଂହପୁର ଜିଲ୍ଲା ରାଜସ୍ବ ଅମଲାସଂଘ ପକ୍ଷରୁ କୃତଜ୍ଞତା ଜଣାଇଛନ୍ତି।

ଜଗତସିଂହପୁର ରୁ Rita ସାହୁ

Leave a Reply

Your email address will not be published. Required fields are marked *