ଦୀପାବଳୀ ରାତିରେ ଆଜବେଷ୍ଟ ଭାଙ୍ଗି ଲୁଗା ଦୋକାନରୁ ଲୁଟି ନେଲେ ଦୃର୍ବୁତ୍ତ

କୋଣାର୍କ:-  ଦିପାବଳୀର ବିଳମ୍ବିତ ବଜାର ଫାଙ୍କାର ଭରପୁର ଫାଇଦା ନେଉଛନ୍ତି ଲୁଟେରା ମାନେ। ଛିନ୍ ତାଇ ଠାରୁ ଆରମ୍ଭ କରି ଦୋକାନ ଲୁଟ କରି ନିଜର ଉପସ୍ଥିତକୁ ଜାହିର କରିବା ସହ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। କୋଣାର୍କ ବସଷ୍ଟାଣ୍ଡ ନିକଟ ମାଉସୀ’ମା ମନ୍ଦିର ପାଖରେ ଥିବା ସୁମନ୍ତ ବସ୍ତ୍ରାଳୟରୁ ସୋମବାର ବିଳମ୍ୱିତ ରାତ୍ରରେ ଦୃର୍ବୁତ୍ତ ମାନେ ଦୋକାନ ଆଜବେଷ୍ଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ଜିନ୍ସ ପ୍ୟାଣ୍ଟ୍, ସାର୍ଟ, ଡ୍ରେସ୍ ଓ ଲୁଗା ସମେତ ୪୦ହଜାର ଟଙ୍କା ନଗଦ ଅର୍ଥ ଲୁଟ କରିନେଇଥିବା କୋଣାର୍କ ଥାନାରେ ଲିଖିତ ଅଭିଯୋଗ ହୋଇଥିବା ଜଣାପଡିଛି। ଖବରରୁ ଜଣାପଡେକି କୋଣାର୍କ ବସଷ୍ଟାଣ୍ଡ ସନ୍ନିକଟ ମାଉସୀ’ମା ମନ୍ଦିର ନିକଟରେ ଥିବା ସୁମନ୍ତ ବସ୍ତ୍ରାଳୟର ଆଜବେଷ୍ଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ଡ୍ରେସ ସହ ନଗଦ ଅର୍ଥ ଚୋରୀ କରି ନେଇଯାଇଛନ୍ତି। ଗତ ସୋମବାର କାଲି ପୂଜା ଥିବାର ଦୋକାନ ମାଲିକ ମଙ୍ଗୁଳି ଚରଣ ନାୟକ ରାତ୍ର ପ୍ରାୟ ୧୨ଘଟିକାରେ ଦୋକାନ ପୂଜା କରି ଘରକୁ ଯାଇଥିଲେ। ମଙ୍ଗଳବାର ସକାଳ ପ୍ରାୟ ୯ ଘଟିକା ସମୟରେ ଦୋକାନ ଖୋଲିବାକୁ ଆସି ଦେଖନ୍ତିତ ଦୋକାନରେ ଥିବା ଲୁଗା,ଡ୍ରେସ ସବୁ ଏଣେତେଣେ ବିଛାଡ଼ି ହୋଇ ପଡିଥିବା ବେଳେ ଆଜବେଷ୍ଟ ଭଙ୍ଗା ଯାଇଅଛି। ସେ  ଦୋକାନ ଭିତରକୁ ଯାଇ ଚେକ୍ ଚାକ୍ କରିବାରେ ଦୃର୍ବୁତ୍ତ ମାନେ ବିଳମ୍ୱିତ ରାତ୍ର ରେ ଦୋକାନରୁ ଚୋରୀ କରି ନେଇ ଯାଇଛନ୍ତି। ଦୁର୍ବୃତ୍ତ ମାନେ ଦୋକାନରୁ ଲକ୍ଷାଧିକ ଟଙ୍କାର ଡ୍ରେସ,ଲୁଗା ସହ କ୍ୟାସ ବାକ୍ସ ଭାଙ୍ଗି ନଗଦ ଅର୍ଥ ନେଇ ଯାଇଥିବା ଦୋକାନ ମାଲିକ ଶ୍ରୀ ନାୟକ କୋଣାର୍କ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। କୋଣାର୍କ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ସୁଚନା ମିଳିଛି।

Leave a Reply

Your email address will not be published. Required fields are marked *