ଚଳିତ ଜାନୁଆରୀ ମାସ ୧୩ ତାରିଖରେ ପୁରୀ ସହରର ସର୍ବ ପୁରାତନ ଅଗ୍ରଣୀ ଶିକ୍ଷାନୁଷ୍ଠାନ ବିଶ୍ୱମ୍ଭର ବିଦ୍ୟାପୀଠର ବାର୍ଷିକ ଉତ୍ସବ

ଉନ୍ମେଷ ୨.୦ ,୨୦୨୫ ମହାସମାରୋହରେ ପାଳିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୁରୀ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ରଶ୍ମି ରଞ୍ଜନ ସାହୁ , ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ହିମାଂଶୁ ଭୁଷଣ ସମର୍ଥା,ଟାଉନ ଥାନା ଅଧିକାରୀ ସୁନିଲ କୁମାର ପ୍ରଧାନ, ବିଶ୍ବମ୍ଭର ବିଦ୍ୟାପୀଠ ପରିଚାଳନା କମିଟିର ଉପସଭାପତି ଇତିଶ୍ରୀ ଦାଶ ଯୋଗଦାନ କରି କାର୍ଯ୍ୟକ୍ରମକୁ ଶୁଭ ଉଦ୍ଘାଟନ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀମତୀ ଶୁଭଶ୍ରୀ ଦାଶ।ବିଦ୍ୟାଳୟର ଗୌରବକୁ ଅକ୍ଷୁର୍ଣ୍ଣ ରଖି ବିଭିନ୍ନ ବିଭାଗରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯିବା ସହ ବିଦ୍ୟାଳୟର ମୁଖପାତ୍ର “ବିକାଶ” ଉନ୍ମୋଚିତ କରାଯାଇଥିଲା।

ବିଦ୍ୟାଳୟର କୃତି ଛାତ୍ରୀ ତାନିଆ ପ୍ରିୟଦର୍ଶିନୀ ଏବଂ ବାର୍ଷିକ କ୍ରୀଡା ପ୍ରତିଯୋଗିତାରେ ଚାମ୍ପିଅନ ହୋଇଥିବା ଦୁଇ କୃତୀ ଛାତ୍ରଛାତ୍ରୀ କରୁଣାକର ମୁର୍ମୁ ଓ ବୈଷ୍ଣବୀ ଆଚରିଙ୍କୁ ସମ୍ମାନିତ କରାଯାଇଥିଲା ।ତଥା ବିଦ୍ୟାଳୟରେ ବିଭିନ୍ନ ହାଉସର କାର୍ଯ୍ୟକ୍ରମକୁ ଅନୁଧ୍ୟାନ କରି ମାର୍କଣ୍ଡେୟ ହାଉସ(ରେଡ ହାଉସ) କୁ ଏହି ଶିକ୍ଷା ବର୍ଷର ଉତ୍କୃଷ୍ଟ ହାଉସ ଭାବେ ବିବେଚିତ କରାଯାଇଥିଲା ତତ୍ ସହିତ ଶୃଙ୍ଖଳା,କାର୍ଯ୍ୟକ୍ରମ ପରିଚାଳନା ଓ ପରିଚ୍ଛନ୍ନତା କ୍ଷେତ୍ରରେ ଇନ୍ଦ୍ରଦ୍ୟୁମ୍ନ(ୟେଲୋ ହାଉସ),ଶ୍ୱେତ ଗଙ୍ଗା (ଗ୍ରୀନ ହାଉସ) ଓ ମହୋଦଧି(ବ୍ଲୁ ହାଉସ) କୁ ସମ୍ମାନିତ କରାଯାଇଥିଲା।ଏହାପରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।ମଞ୍ଚ ପରିଚାଳନା କରିଥିଲେ ଶିକ୍ଷକ ସୁରେଶ ଚନ୍ଦ୍ର ତ୍ରିପାଠୀ,ଶିକ୍ଷୟିତ୍ରୀ ରାଜଶ୍ରୀ ମିଶ୍ର ଓ ରଶ୍ମିତା ଦାଶ ।ପରିଶେଷରେ ସମସ୍ତଙ୍କୁ ଧନ୍ୟବାଦ୍ ଜଣାଇଥିଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀମତୀ ଶୁଭଶ୍ରୀ ଦାଶ।

Leave a Reply

Your email address will not be published. Required fields are marked *