ପବିତ୍ର ଅକ୍ଷୟ ତୃତୀୟାରେ ଚଳ ଚଞ୍ଚଳ ଶବର ପୀଠ,ମତାତ୍ ବନ୍ନମ୍ ମାତ ତାରବନ୍ନମ ବିଜ୍ଞାନ ପ୍ରଚାର ସମିତି ଗୃହ ଉଦଘାଟନ କଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।
ରାୟଗଡା-୩୦/୪-ରାୟଗଡ଼ ଜିଲ୍ଲାର ପଦ୍ମପୁର ନିକଟସ୍ଥ ମରିଚଗୁଡା ର ଶବର ସଂପ୍ରଦାୟର ଆରାଧ୍ୟ ଦେବତା ଅକ୍ଷର ବ୍ରହ୍ମ ବା ମାତତ ବନ୍ନମଙ୍କ ବିଜ୍ଞାନ ପ୍ରଚାର ଆଶ୍ରମ ଓ ଆଦିବାସୀ ପଣ୍ଡିତ ସ୍ଵର୍ଗତ ମାଙ୍ଗୋଇ ଗମାଙ୍ଗଙ୍କ ପ୍ରତିମୃତ୍ତି, ପ୍ରାର୍ଥନା ଗୃହ, ସଭାଗୃହ, ମନ୍ଦିର ଉନ୍ନତି କରଣର ଉଦଘାଟନୀ ଅବସରରେ ହଜାର ହଜାର ସଂଖ୍ୟାରେ ଶବର ସଂପ୍ରଦାୟର ଲୋକମାନେ ଆଜି ପୀଠ ସମାଗମ ହୋଇଛନ୍ତି। ଏହି ଅବସରରେ ବୁଧବାର ଦିନ ଗଣଶିକ୍ଷା ତଥା ଆଦିବାସୀ ହରିଜନ କଲ୍ୟାଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ କରିଥିଲେ । କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲ୍ଲାକା, ଗୁଣପୁର ବିଧାୟକ ସତ୍ୟଜିତ ଗମାଙ୍ଗ, ବିଷମକଟକ ବିଧାୟକ ନୀଳ ମାଧବ ହିକକା, ପୂର୍ବତନ ମୁଖ୍ୟମନ୍ତ୍ରୀ ଡ଼ ଗିରିଧର ଗମାଙ୍ଗ, ପୂର୍ବତନ ବିଧାୟକ ରଘୁନାଥ ଗମାଙ୍ଗ, ତ୍ରିନାଥ ଗମାଙ୍ଗ, ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ସମୟରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଦ୍ଵାରା ଓଡ଼ିଶା ସରକାରଙ୍କ ଦ୍ଵାରା ୩କୋଟି ୯୬ଲକ୍ଷ ଟଙ୍କାରେ ନିର୍ମିତ ମତତ୍ ବନ୍ନମ୍ ବିଜ୍ଞାନ ପ୍ରଚାର ଆଶ୍ରମ ଓ ଶବର ପଣ୍ଡିତ ଏମ୍ ପି ମାଙ୍ଗେଇଙ୍କ ପ୍ରତିମୃତ୍ତି ର ଉଦଘାଟନ କରାଯାଇଥିଲା । ଶବର ସମାଜ ତଥା ଅକ୍ଷର ବ୍ରହ୍ମ ମନ୍ଦିର ଉପଦେଷ୍ଟା ଟିସିୟାଙ୍ଗପ୍ଳାଇ ଗମାଙ୍ଗ, ସଭାପତି ରାମପ୍ରସାଦ ଗମାଙ୍ଗ, ସଂପାଦକ ଡିଗାସ୍ମୀ ଗମାଙ୍ଗ ପ୍ରମୁଖ ଆରାଧ୍ୟ ଦେବତା ଅକ୍ଷର ବ୍ରହ୍ମଙ୍କ ଅବସ୍ଥାନ ସମଗ୍ର ଦେଶ କ’ଣ ପୃଥିବୀରେ ମଧ୍ୟ ବିରଳ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ ଓ ଶବର ପଣ୍ଡିତ ଏସ ପି ମାଙ୍ଗେଇ ଗମାଙ୍ଗଙ୍କ ସିଦ୍ଧିଲାଭ ଓ ଶବର ଭାଷା ଅକ୍ଷର ଉପରେ ମତବ୍ୟକ୍ତ କରିଥିଲେ । ମୁଖ୍ୟ ଅତିଥି ନିଜ ବକ୍ତୃତା ମାଧ୍ୟମରେ ଶହୀଦ ଲକ୍ଷ୍ମଣ ନାୟକ, ରବି ସିଂ ଆଦି ସ୍ୱାଧୀନତା ସଂଗ୍ରାମୀଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ସ୍ୱର୍ଗତ ମଳିଆ ଗମାଙ୍ଗ, ବାଇରୁ ଗମାଙ୍ଗ, ମଙ୍ଗେଇ ଶବରଙ୍କ ଦ୍ୱାରା ପ୍ରତିଷ୍ଠିତ ଅକ୍ଷର ବ୍ରହ୍ମ ମନ୍ଦିର ଆଜି ଆମ ପାଇଁ ସ୍ମରଣୀୟ ହୋଇ ରହିବ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ନବିନ ଚନ୍ଦ୍ର ନାୟକ,ପ୍ରକଳ୍ପ ପ୍ରଶାସକ ଅଜୟ କୁମାର ପ୍ରଧାନ, ଜିଲ୍ଲା ମଙ୍ଗଳ ଅଧିକାରୀ ଅସୀମା ରାଓ, ପଦ୍ମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ଵସ୍ତିକ ଜମାଦାର, ବ୍ଳକ ମଙ୍ଗଳ ଅଧିକାରୀ ଅର୍ଚ୍ଚନା ପଣ୍ଡା, ଗୁଣପୁର ଉପଖଣ୍ଡ ଆରକ୍ଷୀ ଅଧୀକାରି ବାବୁଲି ନାୟକ, ପଦ୍ମପୁର ଥାନା ଅଧିକାରୀ ଧରଣୀଧର ପ୍ରଧାନ,କେନ୍ଦୁଗୁଡା ଫାଣ୍ଡି ଅଧିକାରୀ ଓ ପୋଲିସ ଆଇନ୍ ଶୃଙ୍ଖଳା ତଦାରଖ କରିଥିଲେ।ଅପରାହ୍ନରେ ମନ୍ତ୍ରୀ ରାମନଗୁଡା ବ୍ଲକ ଅନ୍ତର୍ଗତ କୁଜେନ୍ଦ୍ରୀ ଗ୍ରାମଠାରେ ଅକ୍ଷୟ ତୃତୀୟା, ଅକ୍ଷିମୁଠି ଅନୁକୂଳ କାର୍ଯ୍ୟକ୍ରମରେ ଯୋଗଦେଇ କୁଜେନ୍ଦ୍ରୀ ଅଞ୍ଚଳର ଚାଷୀଙ୍କ ସହ ଭାବ ବିନିୟମ କରିଥିଲେ । ରାମନଗୁଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ନୂତନ ସ୍ୱାସ୍ଥ୍ୟ ସେବା କେନ୍ଦ୍ର, ନୂତନ ଭାବେ ନିର୍ମିତ ରାମନାଗୁଡା ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଉଦଘାଟନ କରିଥିଲେ । ରାୟଗଡ ଅତିରିକ୍ତ ଜିଲ୍ଲାପାଳ ନିହାର ରଞ୍ଜନ କହଁର, ଅତିରିକ୍ତ ତହସିଲଦାର ଗୟା ବେହେରା, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଧନଞ୍ଜୟ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।
ରାୟଗଡ଼ାରୁ ନୃସିଂହ ଚରଣ ବାରିକଙ୍କ ରିପୋର୍ଟ
