ବଡ଼ଦିନ ଉପଲକ୍ଷେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ
ରାଇକିଆ,ତା16/12/25 ବଡ଼ ଦିନ ନବ ବର୍ଷ ପର୍ବକୁ ଶାନ୍ତି, ସମନ୍ୱୟ ଓ ସାମ୍ପ୍ରଦାୟିକ ସୌହାର୍ଦ୍ଦ ସହ ପାଳନ କରିବା ଉଦ୍ଦେଶ୍ୟରେ କନ୍ଧମାଳ ଜିଲ୍ଲା ରାଇକିଆ ପଂଚାୟତ ସମିତି ଗୃହରେ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇ ଯାଇଅଛି।ଆଜିର ଏହି କାର୍ଯ୍ୟକ୍ରମ ରାଇକିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସବ୍ୟସାଚୀ ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ବୈଠକରେ ଆଇନ ଶୃଙ୍ଖଳା ରକ୍ଷା, ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ କରିବା, ଓ ଅସାମାଜିକ କାର୍ଯ୍ୟ ଉପରେ କଠୋର ନଜର ରଖିବା ବିଷୟରେ ଆଲୋଚନା ହୋଇଥିଲା।ଶ୍ରୀ ସାହୁ ସମସ୍ତ ସମୁଦାୟର ଲୋକମାନଙ୍କୁ ଶାନ୍ତି, ସଂଯମ ଓ ଭାଇଚାରା ରଖି ଉତ୍ସବ ପାଳନ କରିବାକୁ ଆହ୍ୱାନ ଜଣାଇଥିଲେ। ଅଞ୍ଚଳବାସୀମାନେ ମଧ୍ୟ ପ୍ରଶାସନକୁ ସହଯୋଗ କରି ଶାନ୍ତିପୂର୍ଣ୍ଣ ବଡ଼ଦିନ ପାଳନ ପାଇଁ ପ୍ରତିଶ୍ରୁତି ଦେଇଥିଲେ।

ବୈଠକର ଶେଷରେ ବଡ଼ଦିନକୁ ସୁସଂଗଠିତ ଓ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରିବାକୁ ସର୍ବ ସମ୍ମତି ହୋଇଥିଲା.ଏହି ବୈଠକ ରେ ରାଇକିଆ ପଂଚାୟତ ସମିତି ଅଧକ୍ଷା ଶ୍ରୀମତୀ ରୀନା ପ୍ରଧାନ,ତହସିଲଦାର ବରିୟାଲ ମୁର୍ମୁ, ରାଇକିଆ ଥାନା ଅଧିକାରୀ ଆଶୁତୋଷ ପାଇକରାୟ, ବଣିକ ସଂଘ ସଭାପତି ପଦ୍ମ ଚରଣ ପଣ୍ଡା, ଜନ ପ୍ରତିନିଧି ଙ୍କ ସହିତ ସମସ୍ତ ବୁଦ୍ଧିଜୀବୀ ଉପସ୍ଥିତ ରହିଥିଲେ.।
