ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସୂର୍ଯ୍ୟ ମନ୍ଦିର ପରିସରରେ ପାଳନ ହେଲା ଆଜାଦି କା ଅମୃତ ମହୋତ୍ସବ। ଗଣଦୌଡ଼।

କୋଣାର୍କ :- ଆଜି ପୂର୍ବାହ୍ନରେ କୋଣାର୍କ ସୂର୍ଯ୍ୟ ମନ୍ଦିର ସମ୍ମୁଖରେ ପାଳନ କରାଯାଇଛି ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତ ଅବସରରେ ଆଜାଦି କା ଅମୃତ ମହୋତ୍ସବ।ଏହି କାର୍ଯ୍ୟକ୍ରମ ଟି ନେହେରୁ ଯୁବ କେନ୍ଦ୍ର ପୁରୀ ଦ୍ୱାରା ଆୟୋଜନ କରାଯାଇଥିଲା।କୋଭିଡ୍ ତୃତୀୟ ଲହରକୁ ଆଖିରେ ରଖି ସମସ୍ତେ ଫିଟ ରହିବା ଓ ସ୍ଵସ୍ଥ ରହିବା ପାଇଁ ଏକ ଆହ୍ୱାନ ନେଇ ଗଣ ଦୌଡ଼ କାର୍ଯ୍ୟକ୍ରମ କରାଯାଇଥିଲା।ଏହି କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାର କାନ୍ତି ବେହେରା, ନେହେରୁ ଯୁବ କେନ୍ଦ୍ର ର ନିର୍ଦ୍ଦେଶକ ନବୀନ ନାୟକ, ନେହେରୁ ଯୁବ କେନ୍ଦ୍ର ର ଜିଲ୍ଲା ସଂଯୋଜକ ଜୟ ଶଙ୍କର ଯୋଶୀଙ୍କ ସହ କୋଣାର୍କର ବୁଧିଜୀବୀ ଓ ଛାତ୍ର ଛାତ୍ରୀ ଯୋଗଦେଇଥିଲେ। ପ୍ରଥମେ କୋଣାର୍କ ସୂର୍ଯ୍ୟ ମନ୍ଦିର ସମୁଖରେ ସୂର୍ଯ୍ୟ ପୂଜା କରି ଗଣ ଦୌଡ଼ ବାହାରି କୋଣାର୍କ ବଜାର ବୁଲି କୋଣାର୍କ ଲୋକମାନଙ୍କୁ ସଚେତନତା କରିଥିଲେ।ପରିବେଶ ସୁରକ୍ଷା କରିବା ସହ କୋଭିଡ୍ ର ତୃତୀୟ ଲହରୀ ରୁ ନିଜକୁ ସୁରକ୍ଷା ଦେବା ପାଇଁ। ପ୍ରସ୍ତୁତ କରିବାକୁ କରିଥିଲେ ସଚେତନା ପରେ କୋଣାର୍କ ର ଗର୍ବ ବାଲୁକା ଶିଳ୍ପୀ ସରିତା ଗୋଛୟତ ସମ୍ମାନିତ କରାଯାଇଥିଲା।

କୋଣାର୍କରୁ ସୌମ୍ୟ ରଞ୍ଜନ ମହାରଣାଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର।

Leave a Reply

Your email address will not be published. Required fields are marked *