ହରିଣ ଫାଶ ବସାଇ ଜଣେ ଗିରଫ
କୋଣାର୍କ,୧୧.୦୪ : ହରିଣ ଶିକାର ପାଇଁ ଫାଶ ବସାଉଥିବାବେଳେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି କୋଣାର୍କ ବନବିଭାଗ। କୋଣାର୍କ ଥାନା ଅନ୍ତର୍ଗତ କୁରୁଜଙ୍ଗ ଗ୍ରାମର ବିଜୟ କୁମାର ମାହାରୀ(୪୬) ଗୁରୁବାର ବିଳମ୍ବିତ ରାତିରେ ହରିଣ ଶିକାର କରିବା ପାଇଁ ଜଙ୍ଗଲରେ ଫାଶ ବସାଉଥିଲେ। ଏହି ସମୟରେ ଖବରପାଇ କୋଣାର୍କ ବନ୍ୟପ୍ରାଣୀ ବନାଞ୍ଚଳ କର୍ମଚାରୀ ତାଙ୍କୁମାଡ଼ି ବସିଥିଲେ।

ବିଜୟଙ୍କ ପାଖରୁ ୨ଟା ଛୁରି, ୭ଟି ଫାଶ, ପ୍ଲାଷ୍ଟିକ ଦଉଡ଼ି ଆଦି ଜବତ ହୋଇଛି। ଅଭିଯୁକ୍ତ ବିଜୟଙ୍କୁ ଗିରଫ କରିବା ସହ ପ୍ରଥମେ କୋଣାର୍କ କୋର୍ଟଚାଲାଣ କରାଯାଇଥିଲା। ପରେ ନିମାପଡ଼ା ଉପକାରାଗାର ପଠାଯାଇଥିବା ରେଞ୍ଜ ଅଧିକାରୀ ସୁଦର୍ଶନ ଦେହୁରୀ ସୁଚନା ଦେଇଛନ୍ତି।
