ଏକ ସ୍ଵଚ୍ଛାକୃତ ରକ୍ତ ଦାନ ଶିବିର
ଏକ ସ୍ଵଚ୍ଛାକୃତ ରକ୍ତ ଦାନ ଶିବିର ସିଦ୍ଧାର୍ଥ ଶଙ୍କର ସାମଲଙ୍କ ଜନ୍ମଦିନ ଉପଲକ୍ଷେ ଯାଜପୁର ରୋଡ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଅଛି l ଏଥିରେ ବ୍ୟାସନଗର ପୌର ପରିଷଦର ନଗରପାଳ ସୁଭାଷ ଚନ୍ଦ୍ର ବଳ ଯୋଗ ଦେଇ ରକ୍ତଦାତା ମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ l ଏହି ରକ୍ତ ଦାନ କୁ ସଫଳ କରିବା ପାଇଁ ଅନେକ ଯୁବକ ଯୁବତୀ ସେଚ୍ଛାକୃତ ଭାବରେ ରକ୍ତ ଦାନ କରିଥିଲେ l ଜନ୍ମଦିନ ରେ ଏହି ଭଳି ରକ୍ତଦାନ ଶିବିର କଲେ ରକ୍ତ ଅଭାବ ଦୂର ହେବା ସହ ଆଗମୀ ଭବିଷ୍ୟତ ଅନୁପ୍ରାଣିତ ହେବେ ବୋଲି ବୁଦ୍ଧି ଯିବି ଓ ସମାଜ ସେବୀଙ୍କ ମଧ୍ଯ ରେ ପ୍ରତିକ୍ରିୟା ପ୍ରକାଶ ପାଇଛି l ଖୁବ୍ କମ୍ ବୟସରେ ଉତ୍ତମ ରାଜନେତା ହୋଇଥିବାରୁ ସମସ୍ତ ଦଳ ପକ୍ଷରୁ ଜନ୍ମଦିନରେ ତାଙ୍କ ପାଖକୁ ଶୁଭେଚ୍ଛା ର ସୁଅ ଛୁଟିଛି l ତେବେଏହି ଶିବିରରେ ୧୧୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ସୂଚନା ମିଳିଛି l
ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର Live
