କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ଯୌନ ଉତ୍ପୀଡନ ଆଇନ ସଂପର୍କରେ ପଶିକ୍ଷଣ ଶିବିର

କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ଯୌନ ଉତ୍ପୀଡନ ଆଇନ ସଂପର୍କରେ ପଶିକ୍ଷଣ ଶିବିର ରାୟଗଡ଼ା-୧୧/୯-ସ୍ଥାନୀୟ ଡି ଆର ଡି ଏ ସମ୍ମିଳନୀ କକ୍ଷରେ ଜିଲ୍ଲା ପ୍ରଶାସନ ତରଫରୁ କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ଯୌନ ଉତ୍ପୀଡନ ଆଇନ ସଂପର୍କରେ ଏକ ପ୍ରଶିକ୍ଷଣ ଶିବିର ଜିଲ୍ଲା ସମାଜ ମଂଗଳ ଅଧିକାରୀ ଶ୍ରୀମତୀ ମିନତି ଦେଓଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ଶିବିରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବୀନ ନାୟକ ମୁଖ୍ୟ ଅତିଥି ରୂପେ , ସମାଜସେବି ମଞ୍ଜୁଶ୍ରୀ ମୁଖାର୍ଜି,ଅଧ୍ୟକ୍ଷା ଲୋକlଲ କମିଟି ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସମ୍ପାଦକ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ। ଉକ୍ତ ଶିବିରରେ ରାୟଗଡ଼ ଜିଲ୍ଲାର ସମସ୍ତ ନୋଡାଲ ଅଫିସର ଓ ବିଭିନ୍ନ ସରକାରୀ, ବେସରକାରୀ, ବ୍ୟାଙ୍କ ଓ ଥାନାର ଆଭ୍ୟନ୍ତରିଣ କମିଟିରସଦସ୍ୟମାନେ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ଶ୍ରୀମତୀ ପ୍ରତିମା ଦାସ ପୋକଷ ଆଇନର ପୃଷ୍ଠଭୂମି ଉପରେ ଆଲୋକପାତ କରିଥିଲେ। ପରେ ମାଷ୍ଟର ଟ୍ରେନର ଶ୍ରୀ ଶିବ ପ୍ରସାଦ ମିଶ୍ର କର୍ମକ୍ଷେତ୍ରରେ ମହିଳାଙ୍କ ଯୌନ ଉତ୍ପୀଡନ ଆଇନ ବିଷୟରେ ଆଲୋଚନା କରିବା ସହ ଆଭ୍ୟନ୍ତରୀଣ କମିଟିର ଗଠନ ଓ କାର୍ଯ୍ୟକାରିତା ଉପରେ ବୁଝାଇଥିଲେ। କାର୍ଯ୍ୟକ୍ଷେତ୍ର କହିଲେ କଣ ବୁଝାଏ, ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଏବଂ ଜିଲ୍ଲା ସ୍ତରୀୟ ସ୍ଥାନୀୟ ଅଭିଯୋଗ କମିଟି ର ଗଠନ ଓ ଭୂମିକା , ଅଭିଯୋଗ ଫର୍ମାଟ, ଅନୁସନ୍ଧାନ ପ୍ରକ୍ରିୟା ସମ୍ବନ୍ଧରେ ତାଲିମ ପ୍ରଦାନ କରାଯାଇଥିଲା l ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରତିନିଧିମାନେ ସ୍ଥାନୀୟ କମିଟିର ଉପଲବ୍ଧତା ବିଷୟରେ ପ୍ରତ୍ୟେକ ଗ୍ରାମରେ ସଚେତନତା ସୃଷ୍ଟି କରିବାକୁ କୁହାଗଲା l ଯେଉଁ କାର୍ଯ୍ୟ କ୍ଷେତ୍ରରେ ୧୦ ରୁ କମ୍ କର୍ମଚାରୀ ଅଛନ୍ତି, କିମ୍ବା ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ମହିଳାଙ୍କ ପାଇଁ ସ୍ଥାନୀୟ କମିଟି ଥିବା ସମ୍ପର୍କରେ ସଚେତନତା, ବୃଦ୍ଧି କରିବା ପାଇଁ ନୋଡାଲ ଅଧିକାରୀ ପଦକ୍ଷେପ ନେବା ପାଇଁ ଆଲୋଚନା ହୋଇଥିଲା।ଜିଲ୍ଲା ସଂଯୋଜକ ମହିଳା ସଶକ୍ତି କରଣ ବିଭାଗ ଶ୍ରୀ ଦିବାକର ପରିଛା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ,ଶ୍ରୀ ସାୟେଦ ସଲିମ୍ ଧନ୍ୟବାଦ୍ ଅର୍ପଣ କରିଥିଲେ।ରାୟଗଡ଼ାରୁ ନୃସିଂହ ଚରଣ ବାରିକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *