ଭଦ୍ରକଠାରେ ଘରୋଇ ହିଂସାରୁ ମହିଳାମାନଙ୍କୁ ସୁରକ୍ଷା ଅଧିନିୟମ- ୨୦୦୫ ପାଇଁ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ

ତା ୨୮/୧୦/୨୦୨୫ ରିଖ ମଙ୍ଗଳବାର ୧୦:୩୦ ସମୟରେ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ , ଭଦ୍ରକ ତରଫରୁ ଜିଲ୍ଲାପାଳ, ଭଦ୍ରକ ଶ୍ରୀଯୁକ୍ତ ଦିଲ୍ଲିପ କୁମାର ରାଉତରାୟଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପଞ୍ଚାୟତ ସମ୍ବଳ କେନ୍ଦ୍ର ଭଦ୍ରକଠାରେ ଘରୋଇ ହିଂସାରୁ ମହିଳାମାନଙ୍କୁ ସୁରକ୍ଷା ଅଧିନିୟମ- ୨୦୦୫ ପାଇଁ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ରୂପାଲୀ ମିତ୍ର ଉକ୍ତ କର୍ମଶାଳାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ। ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଭଦ୍ରକ ମହିଳାମାନଙ୍କ ସୁରକ୍ଷା ଓ ଅଧିକାର ଉପରେ ଧାରଣା ଦେଇଥିବାବେଳେ ଅନ୍ୟତମ ଅତିଥି ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ଦତ୍ତ ଘରୋଇ ହିଂସାରୁ ମହିଳାମାନଙ୍କୁ ସୁରକ୍ଷା ଅଧିନିୟମ -୨୦୦୫ କିଭଳି ତୃଣମୂଳ ସ୍ତରରେ ପହଞ୍ଚାଯାଇ ପାରିବ ତାହା ଉପରେ ଗୁରୁତୋଆରୋପ କରିଥିଲେ। ଅନ୍ୟତମ ଅତିଥିମାନେ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡକ୍ଟର ପାର୍ଥସାରଥୀ ମିଶ୍ର, ଆରକ୍ଷୀ ଅଧିକ୍ଷକଙ୍କ ପ୍ରତିନିଧି ଭାବେ ଦିପ୍ତିକା ପ୍ରିୟଦର୍ଶିନୀ ସାହୁ ଏବଂ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପ୍ରତିନିଧି ଭାବେ ଡକ୍ଟର ତାପସ କୁମାର ମହାନ୍ତି ଏହି କର୍ମଶାଳାର ଆବଶ୍ୟକତା ଓ ଅନିବର୍ଯ୍ୟତା ଉପରେ ମତପୋଷଣ କରିଥିଲେ। ଏହି କର୍ମଶାଳାରେ ସମ୍ବଳ ପ୍ରତିନିଧିଭାବେ ଭଦ୍ରକ ଓକିଲ ସଂଘର ବରିଷ୍ଠ ଓକିଲ ଡକ୍ଟର ରାଧାରାଣୀ ମହାପାତ୍ର ଏବଂଗଦାଧର ବଳ ଓ ନିର୍ଦ୍ଦେଶକ ଫେଲୋସିପ ଲଲାତେନ୍ଦୁ ମହାନ୍ତି ପ୍ରମୁଖ ସେମାନଙ୍କ ବକ୍ତବ୍ୟରେ ଉପସ୍ଥିତ ପ୍ରଶିକ୍ଷାତ୍ରୀମାନଙ୍କୁ ସମ୍ପୂର୍ଣ୍ଣ ତାଲିମ୍ ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମହିଳା ସଶକ୍ତି କେନ୍ଦ୍ରର କର୍ମଚାରୀମାନେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ସୁରକ୍ଷା ତଥା କାର୍ଯକ୍ରମ ଅଧିକାରୀ ଶ୍ରୀମତୀ ଚନ୍ଦ୍ରା ସାହୁ ଏହି କର୍ମଶାଳାକୁ ସୁଚାରୁରୂପେ ସମ୍ପାଦନା କରିବା ସହିତ ସମସ୍ତଙ୍କୁ ଧନ୍ୟବାଦ୍ ଜଣାଇ ସଭା ସାଙ୍ଗ କରିଥିଲେ।

Leave a Reply

Your email address will not be published. Required fields are marked *