କୋଣାର୍କ ଇକୋ ରିଟ୍ରିଟରେ ପର୍ଯ୍ୟଟକଙ୍କ ମୃତ୍ୟୁ

କୋଣାର୍କ ଇକୋ ରିଟ୍ରିଟରେ ପର୍ଯ୍ୟଟକଙ୍କ ମୃତ୍ୟୁ
କୋଣାର୍କ,୦୨.୦୨()- କୋଣାର୍କ ରାମଚଣ୍ଡୀ ସମୁଦ୍ର ବେଳାଭୂମିରେ ଆୟୋଜିତ ଇକୋ ରିଟ୍ରିଟରେ ଜଣେ ଅଣଓଡିଆ ପର୍ଯ୍ୟଟକଙ୍କ ରବିବାର ହୃଦଘାତରେ ମୃତ୍ୟୁ ହୋଇଥିବା ସୁଚନା ମିଳିଛି । ଭୁବନେଶ୍ୱର ପଟିଆ ଅଞ୍ଚଳର ଏମ ଡି ଆଲାମ ହୁସେନ ନାମକ ଜଣେ ବାଇକ ରାଇଡ଼ର ପରିବାର ସହ ଗତକାଲି ରାତ୍ରିଯାପନ କରିଥିଲେ । ରବିବାର ଅପରାହ୍ନରେ ଦେହ ଅସୁସ୍ଥ ହେବାରୁ ଅଚେତ ହୋଇପଡିଥିଲେ। ତୁରନ୍ତ ତାଙ୍କୁ ଆମ୍ବୁଲାନ୍ସରେ ଗୋପ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯିବା ପରେ ଡାକ୍ତର ତାଙ୍କ ମୃତ୍ୟୁ ଘୋଷଣା କରିଥିଲେ । ଚନ୍ଦ୍ରଭାଗା ମେରାଇନ ପୁଲିସ ମୃତଦେହ ଜବତ କରି ୦୧/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ନିମନ୍ତେ ଚାରିଛକ ମେଡ଼ିକାଲକୁ ପଠାଇଥିବା ଆଇଆଇସି ପ୍ରତିମା ସାହୁ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *