ଅଜଣା ଗାଡି ଧକ୍କାରେ ଏକ ମୃତ ଏକ ଗୁରୁତର
କାମାକ୍ଷାନଗର ଦେଇ ଯାଇଥିବା ରେଙ୍ଗାଲି କେନାଲ ରେ ଥିବା ପୂର୍ତ୍ତ ବିଭାଗ ରାସ୍ତାର ଓଡ଼ିଶ ଗେଟ ଠାରେ ଶୁକ୍ରବାର ସନ୍ଧ୍ୟାରେ ଏକ ଅଜଣା ଗାଡି ଧକ୍କାରେ ୨ ଜଣ ଗୁରୁତର ଭାବେ ଆହତ ହୋଇ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ l ସେଠାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି l ମୃତକ ହେଲେ ଭୁବନ ଥାନା ଅନ୍ତର୍ଗତ ଅନଳ ଗ୍ରାମର ସୁବାସ ସାହୁ (୫୫ ) ଯାଜପୁର ଜିଲ୍ଲା କାଳିଆପାଣି ଖଣି ରୁ କାମ ସାରି ଅନଳ ଗ୍ରାମର ସୁବାସ ସାହୁ ଓ ଟାଟା ଖଣି ଅଞ୍ଚଳର ଗଣେଶ ହେମ୍ରମ ଘରକୁ ସାଇକେଲ ଯୋଗେ ଫେରୁଥିଲେ l ରେଙ୍ଗାଲି କେନାଲ ର ଓଡ଼ିଶ ଠାରେ ଥିବା ଗେଟ ନିକଟରେ ଏକ ଅଜଣା ଗାଡି ଦ୍ରୁତ ଗତିରେ ଧକ୍କା ଦେଇ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲା l ଏହି ଧକ୍କାରେ ସୁବାସ ଓ ଗଣେଶ ଗୁରୁତର ଭାବେ ଆହତ ହୋଇ ପଡ଼ିଥିଲେ l ପାଖରେ ଥିବା କେତେକ ଗ୍ରାମବାସୀଙ୍କ ସହାୟତାରେ ଉଭୟ ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତ୍ତି ହୋଇଥିଲେ l ସେଠାରେ ସୁବାସ ଙ୍କର ମୃତ୍ୟୁ ହୋଇଥିବା ବେଳେ ଗଣେଶ ଙ୍କର ଅବସ୍ଥା ସଂକଟପର୍ଣ୍ଣ ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାହାଯାଇଛି l
