କ୍ରୀଡା ବିଭାଗଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ
ଭଦ୍ରକ ଜିଲ୍ଲାପାଳଙ୍କ ସଦଭାବନା ସଭା ଗୃହ ଠାରେ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ , ମନ୍ତ୍ରୀ, ଉଚ୍ଚଶିକ୍ଷା, କ୍ରୀଡା ବିଭାଗଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ଶ୍ରୀ ଦିଲିପ ରାଉତରାୟ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ଦତ୍ତ, ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଶୁଭେନ୍ଦ୍ର ସାମଲ,ଉପ ଜିଲ୍ଲାପାଳ ଶ୍ରୀ ସୌରଭ ଚକ୍ରଵର୍ତ୍ତି, ଅତିରିକ୍ତ ଉପ ଜିଲ୍ଲ।ପାଳ ଶ୍ରୀ ଶ୍ୟାମଲ କୁମାର ରାୟ, ଅତିରିକ୍ତ ତହସିଲଦାର, ତିହିଡ଼ି ଶ୍ରୀମତୀ ନମିତା ଧଳ , ଗୋଷ୍ଟି ଉନ୍ନୟନ ଅଧିକାରୀ ,ତିହିଡି ନିରଞ୍ଜନ ବାରିକ୍ ଓ ଗୋଷ୍ଟି ଉନ୍ନୟନ ଅଧିକାରୀ,ଧାମନଗର ବନବିହାରୀ ଧିନ୍ଦା, ସରପଞ୍ଚ ,ନିର୍ବାଚିତ ପ୍ରତିନିଧି ,ଅନ୍ୟ ବିଭାଗର ଅଧିକାରୀ ମାନେ ଯୋଗଦେଇଥିଲେ।
ସମସ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ମନ୍ତ୍ରୀଙ୍କ ସହ ବିଭିନ୍ନ ପ୍ରସଙ୍ଗ ରେ ଆଲୋଚନା ହୋଇଥିଲା। ପ୍ରମୁଖ ଆଲୋଚନା ମଧ୍ୟରୁ ସାଳନ୍ଦୀ ଓ ବୈତରଣୀ ନଦୀ ପାର୍ଶ୍ଵରେ ନୂତନ ବନୀକରଣ କରିବାକୁ। ଏହି ବର୍ଷା ଋତୁହି ପ୍ରକୁଷ୍ଠ ସମୟ ,ଏହି ସମୟରେ ବିଭିନ୍ନ NGO,କମୁନିଟୀ ମାନଙ୍କୁ ନେଇ 20 ହଜାରରୁ ଉର୍ଦ୍ଧ୍ବ ଚାରା ଲଗାଇବା।କ୍ଷୁଦ୍ର ଜଙ୍ଗଲ ସୃଷ୍ଟି କରିବା।ସରକାରୀ ଜାଗାକୁ ସୁରକ୍ଷା କରା ଯାଇପାରିବ ଓ ଜଙ୍ଗଲ ସୃଷ୍ଟି ହୋଇପାରିବ।ସ୍କୁଲ କଲେଜ ମାନଙ୍କରେ ପିଲା ମାନଙ୍କୁ ପ୍ରତିଯୋଗୀତା ଭାବରେ ବୃକ୍ଷ ରୋପଣ ଓ ଏହାକୁ ବଞ୍ଚେଇ ରଖିବାକୁ ପ୍ରୟାସ କରାଯାଇପାରିବ। ଏହାଦ୍ବାରା ଗ୍ରୀନ ଭଦ୍ରକ ମିଶନ ଲକ୍ଷ୍ୟ ପୁରଣ ହୋଇ ପାରିବ।
ବୈତରଣୀର କୋଚିଲା ଠାରେ ଘେରି ବନ୍ଧର ସର୍ଭେ। ସାଳନ୍ଦୀ ନଦୀ ଦ୍ଵାରା ନିମ୍ନ ଅବବାହିକାରେ ଯଥେଷ୍ଟ ଜଳସେଚନ ହୋଇପାରୁନାହିଁ। ତେଣୁ ବୈତରଣୀ ନଦୀ କୁ ସାଳନ୍ଦୀ ନଦୀ ଦ୍ଵାରା ସଂଯୋଗି କରଣ କରାଯିବ। ଏହା ଦ୍ବାରା ତିହିଡି ଓ ଧାମନଗର ର ବୃହତ୍ ଅଞ୍ଚଳ ରେ ଜଳସେଚନ ହୋଇ ପାରିବ।
ତିହିଡି, ଧାମନଗର ରାସ୍ତାର ଉନ୍ନତିକରଣ ଓ ରାସ୍ତା ପାର୍ଶ୍ବରେ ବନୀକରଣ, ବରପୁତ୍ର ଐତିହ ଗ୍ରାମର ଉନ୍ନତି କରଣ , ତିହିଡିର ମଙ୍ଗର।ଜପୂର୍ ଠାରେ ଏକ ସରକାରୀ ସ୍ଥାନ ଠିକ୍ କରାଯାଇଛି। ଏଠାରେ ବିଭିନ୍ନ ସରକାରୀ କାର୍ଯ୍ୟଳୟ କରାଯିବ।
କ୍ରୀଡା ବିଭାଗ ର OSD ଶ୍ରୀ ରମେଶ କୁମାର ମହାନ୍ତି ନେହେରୁ ଷ୍ଟାଡିୟମ୍ ର ଅଗ୍ରଗତି, ଜିଲ୍ଲାର ବହୁମୁଖୀ indoor ଷ୍ଟାଡିୟମ୍ କାର୍ଯ୍ୟକ୍ଷମ , ବ୍ଲକ ସ୍ତରୀୟ ଷ୍ଟାଡିୟମର ତଥ୍ଯ ପ୍ରଦାନ କରିଥିଲେ ଯାହାର ସମୀକ୍ଷା କର।ଯାଇଥିଲା ।
ପ୍ରାୟ ତିନି ଘଣ୍ଟା ଧରି ଏହି ସଭା ଚାଲିଥିଲା ପରିଶେଷରେ ଶ୍ରୀ ରବି ନାରାୟଣ ସ।ହୁ ସମସ୍ତଙ୍କୁ ଧନ୍ୟବାଦ କରି ସଭା ସାଙ୍ଗ ଘୋଷଣା କରିଥିଲେ।
