ଭାରତ ବର୍ଷ ମୁକ୍ତି ଆନ୍ଦୋଳନର ଅନନ୍ୟ ମହାନ ଜନନାୟକ

ଭାରତ ବର୍ଷ ମୁକ୍ତି ଆନ୍ଦୋଳନର ଅନନ୍ୟ ମହାନ ଜନନାୟକ, ଓଡ଼ିଆ ଜାତିର ସ୍ଵାଭିମାନର ପ୍ରତିକ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୮ ତମ ତିରୋଧାନ ଦିବସରେ ଆଜି ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ କୃଷ୍ଣପ୍ରସାଦ ବ୍ଲକ ସାତପଡ଼ା ଠାରେ ପାଳନ କରାଯାଇଛି। ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳ କାର୍ଯ୍ୟକ୍ରମ ରୂପାୟନ କମିଟି, ଓଡ଼ିଶା ର ଅଧ୍ୟକ୍ଷ ଶ୍ରୀ ସଞ୍ଜୟ କୁମାର ଦାସବର୍ମା ଆଜି ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ କୃଷ୍ଣପ୍ରସାଦ, ବ୍ରହ୍ମଗିରି ଓ ପୁରୀ ସଦର ବ୍ଲକ ବିଜୁ ଜନତା ଦଳ କର୍ମୀମାନଙ୍କ ସହିତ କୃଷ୍ଣପ୍ରସାଦ ବ୍ଲକ ସାତପଡ଼ା CDA ଠାରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି।ଇତିହାସ ସମସ୍ତେ ସୃଷ୍ଟି କରନ୍ତି ନାହିଁ, ସବୁ ଦିନେ ବି ଇତିହାସ ସୃଷ୍ଟି ହୁଏନାହିଁ।

ଜଣେ ଜଣେ ଇତିହାସ ପୁରୁଷଙ୍କର ଗୋଟିଏ ଗୋଟାଏ ମୁହୂର୍ତ୍ତର ନିଷ୍ପତି ଇତିହାସର ଧାରା ବଦଳେଇ ଦେଇଥାଏ। ଏଥିପାଇଁ ଯେ ନିରବଚ୍ଛିନ୍ନ ସାଧନା ନଥାଏ, ତା’ ନୁହେଁ କି ନିଷ୍ପତ୍ତି ମୁହୂର୍ତ୍ତକର। ଏହି ଯୁଗଜନ୍ମା ବ୍ୟକ୍ତିଙ୍କ ମଧ୍ୟରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଅନ୍ୟତମ । ସ୍ଵପ୍ନ ଦେଖିବା ଏବଂ ସ୍ଵପ୍ନକୁ ସତ୍ୟରେ ପରିଣତ କରାବା ଏ ଦୁଇଟିର ସମନ୍ଵୟ କରିଥିଲେ ବିଜୁ ପଟ୍ଟନାୟକ। ରାଜନୀତି ଦୃଷ୍ଟିରୁ ବିତର୍କିତ ହେଲେ ହେଁ ମାନବତା ଦୃଷ୍ଟିରୁ ସେ ନିର୍ବିବାଦୀୟ ଥିଲେ ଏ କଥା କହିବାରେ ଅପତି ନ ରହିପାରେ। ଓଡ଼ିଶାରେ ସେ ନିଶ୍ଚୟ ଏକ ବିସ୍ମୟ, ଭାରତରେ ଏକ ପ୍ରତ୍ୟୟ ଏବଂ ବିଶ୍ୱରେ ଏକ ନିର୍ଭୟର ସେ ଥିଲେ ପ୍ରତିକ। ଜଣେ ଦୁଃସାହସି, ବୀର ଭାବରେ ସ୍ଵାଧୀନଚେତା ଓ ସ୍ଵାଧୀନତା ସଂଗ୍ରାମୀର ବିଭିନ୍ନ ପର୍ଯ୍ୟାୟରେ ନିଜର ଦୁର୍ବାର ଶକ୍ତି ଓ ସଂକଳ୍ପ ର ପ୍ରମାଣ ଦେଇଥିଲେ ଯାହା ସାରା ଭାରତକୁ ପରିବ୍ୟାପ୍ତ ହୋଇଥିଲା ଏବଂ ପୃଥିବୀକୁ ଚମକ୍ରୃତ କରିଥିଲା। ଓଡ଼ିଶାର ସେଇ ଐତିହାସିକ କଳିଙ୍ଗ ସମ୍ରାଟ ଐର ଖାରବେଳଙ୍କ ଗୋଟିଏ କ୍ଷୁଦ୍ର ସଂସ୍କରଣ ବିଜୁ ପଟ୍ଟନାୟକ ଯୁଗ ଇତିହାସ ହୋଇଗଲା। ତାଙ୍କ ନିର୍ଭୀକ ଜୀବନ, ଅଦମ୍ୟ ସାହସ କୋଟି କୋଟି ଓଡ଼ିଆଙ୍କ ପାଇଁ ପ୍ରେରଣା ହୋଇ ରହିଗଲା। ଲୋକଙ୍କ ସହ ରହିବା ଓ ଲୋକଙ୍କ ଲାଗି କାମ କରିବାକୁ ସେ ଦେଇଥିବା ମନ୍ତ୍ର ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କ ସେବା ପାଇଁ ଆମକୁ ସର୍ବଦା ଅନୁପ୍ରାଣିତ କରିବ।ବିଜୁ ପଟ୍ଟନାୟକ କୋୖଣସି ଦଳ ବା ଗୋଷ୍ଠୀର ନେତା ନୁହନ୍ତି, ସେ ଓଡ଼ିଶାର ସର୍ବମାନ୍ୟ ନେତା ଓ ଆନ୍ତର୍ଜାତିକ ରାଜନୀତିରେ ପ୍ରତିଷ୍ଠା ପାଇଥିବା ଓଡ଼ିଶାର ମହାନନାୟକ। ବିଜୁ ବାବୁଙ୍କ ପ୍ରତି ପ୍ରତ୍ୟକ ମନରେ ରହିଛି ପ୍ରଚଣ୍ତ ଶ୍ରଦ୍ଧା ଓ ଅସିମ ଭଲପାଇବା। ରାଜ୍ୟର ବିକାଶରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଅବଦାନକୁ ଓଡ଼ିଶା ବାସୀ ଭୁଲି ନାହାଁନ୍ତି, ସ୍ଵାଧୀନତା ସଂଗ୍ରାମ ଓ ପରବର୍ତ୍ତୀ ସମୟରେ ଦେଶ ଗଠନରେ ତାଙ୍କ ଭୂମିକାକୁ ମଧ୍ୟ ଭାରତବାସୀ ଭୁଲେବେ ନାହିଁ। ତାଙ୍କୁ ଭାରତ ରତ୍ନ ପ୍ରଦାନ ପାଇଁ କେନ୍ଦ୍ରସରକାରଙ୍କ ନିକଟରେ ଓଡ଼ିଶା ବାସୀଙ୍କ ଦାବି ଏଯାଏଁ ଅପୂରଣୀୟ ରହିଛି। ସମଗ୍ର ଓଡ଼ିଆ ଜାତି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ନେଇ ଗର୍ବ କରୁଥିବା ବେଳେ ରାଜ୍ୟର ବିଜେପି ସରକାରଙ୍କୁ ‘ବିଜୁ’ ଙ୍କ ନାମ ବିଷ ପରି ଲାଗୁଛି। ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରଠାରୁ କଟକ ଜିଲ୍ଲା ମାହାଙ୍ଗା ଠାରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀରୁ ମୁଣ୍ଡ ଅଲଗା କରିବା ଏବଂ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଠାରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତୀ ପୋଡ଼ାଜଳା ହେବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ଓ ଦୁଃଖ ଦାୟକ। ବିଜୁ ବାବୁଙ୍କ ପ୍ରତିମୂର୍ତ୍ତୀରେ ନିଆଁ ଲଗାଇବା କେବଳ ଏକ ଜଘନ୍ୟ ଅପରାଧ ନୁହେଁ ଓଡ଼ିଶାର ସ୍ଵାଭିମାନୀ ଓ ଅସ୍ମିତା କୁ ଭୁଲୁଣ୍ଠିତ କଲାଭଳି ଦୁର୍ଭାଗ୍ୟଜନକ ଘଟଣା। ସେହିପରି ବିଜୁ ପଟ୍ଟନାୟକଙ୍କ ନାମ ଥିବା ଏକାଧିକ ଯୋଜନା କୁ ପରିବର୍ତ୍ତନ କରିଛି ଏ ବିଜେପି ସରକାର। ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଗାଣ, ବିଜୁ ସେତୁ ଯୋଜନା, ବିଜୁ ପକ୍କାଘର ଯୋଜନା, ବିଜୁ କେବିକେ ଯୋଜନା ଆଦିର ନାମ ପରିବର୍ତ୍ତନ କରିଛନ୍ତି। ବିଜୁ ପଟ୍ଟନାୟକଙ୍କ ନାମରେ ଦିଆଯାଉଥିବା ରାଜ୍ୟ କ୍ରୀଡ଼ା ପୁରସ୍କାର ନାମକୁ ମଧ୍ୟ ପରିବର୍ତ୍ତନ ରାଜ୍ୟ ବିଜେପି ସରକାର ଉଦ୍ୟମ କରିଥିଲେ। ମାତ୍ର ରାଜ୍ୟ ବ୍ୟାପୀ ଏହା ବିରୋଧରେ ଅସନ୍ତୋଷ ତେଜିପା ପରେ ସରକାର ଏଥିରୁ ବିରତ ରହିଥିଲେ। ରାଜ୍ୟରେ ପଞ୍ଚାୟତିରାଜ ବ୍ୟବସ୍ଥାର ପ୍ରବର୍ତ୍ତକ ଭାବରେ ବିଜୁ ବାବୁଙ୍କ ଜୟନ୍ତୀ ରେ ପାଳନ ହେଉଥିବା ପଞ୍ଚାୟତରଜା ଦିବସକୁ ପରିବର୍ତ୍ତନ କରାଯାଇଛି। ଓ ସରକାରୀ ଛୁଟିକୁ ବାତିଲ କରାଯାଇଛି। କେବଳ ସେତିକି ନୁହେଁ ବିଜୁ ବାବୁଙ୍କ ନାମରେ ନାମିତ ଇସ୍ପାତ ଏକାଡେମୀ କୁ ମୃତ୍ୟୁ ଶଯ୍ୟାକୁ ଠେଲି ଦିଆଯାଇଛି। ସେହିପରି ବିଜୁ ପଟ୍ଟନାୟକଙ୍କ ଆନ୍ତର୍ଜାତୀୟ ବିମାନବନ୍ଦରକୁ ବିଜୁ ବାବୁ ଙ୍କ ନାମକୁ ଲିଭାଇବା ପ୍ରସ୍ତୁତି ବି ଏ ବିଜେପି ସରକାର ଆରମ୍ଭ କରିଛନ୍ତି। ବିଜୁ ଲିଗାସୀ ଓ ବିଜୁ ପଟ୍ଟନାୟକଙ୍କ ନାମକୁ ନେଇ ବିଜେପିର ଏହିପରି ବିଚାରକୁ ନେଇ ଓଡ଼ିଶା ବାସୀ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ବିଜୁ ପଟ୍ଟନାୟକଙ୍କ ଓଡ଼ିଶା ର ବରପୁତ୍ର। ଦେଶର ସ୍ଵାଧୀନତା ପ୍ରାପ୍ତି ତଥା ଓଡ଼ିଶା ର ସାମଗ୍ରୀକ ବିକାଶ କ୍ଷେତ୍ରରେ ବିଜୁ ବାବୁଙ୍କ ଅବଦାନ ଅତୁଳନୀୟ ଓ ଅବର୍ଣ୍ଣନୀୟ। ତାଙ୍କୁ କୈାଣସି ରାଜନୀତିକ ବନ୍ଧନୀ ମଧ୍ୟରେ ସୀମିତ ରଖିବା ଦେଶ ପ୍ରତି ଅସମ୍ମାନ। ବିଜୁ ପଟ୍ଟନାୟକଙ୍କ ହେଉଛନ୍ତି ସେହି ବ୍ୟକ୍ତି ଯାହାଙ୍କ ପରଲୋକ ରେ ତିନୋଟି ଦେଶର ଜାତୀୟ ପତାକା ଅର୍ଦ୍ଧନିର୍ମିତ ହୋଇଥିଲା। ତାଙ୍କୁ ଭାରତ ରତ୍ନ ଦେବା ପାଇଁ ଓଡ଼ିଶା ବାସୀ ବାରମ୍ବାର କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି। ତାଙ୍କୁ ସମ୍ମାନ ବା ଭାରତ ରତ୍ନ ଦେବା ପାଇଁ ଉଦ୍ୟମ ତ ଦୂରର କଥା ଏବେ ତାଙ୍କ ନାମ ଲେଭାଇ ଦେବାକୁ ରାଜ୍ୟ ବିଜେପି ସରକାର ଉଦ୍ୟମ କରୁଛି। ବିଜୁ ପଟ୍ଟନାୟକଙ୍କୁ ଅସମ୍ମାନ କରିବା ପରି କାର୍ଯ୍ୟ ରାଜ୍ୟ ବିଜେପି ସରକାର ନିରନ୍ତର କରୁଛନ୍ତି। ଏହା ଓଡ଼ିଶା ବାସୀଙ୍କୁ ପ୍ରଚଣ୍ଡ ଆଘାତ ଦେଇଛି । ତେଣୁ ସଂକୀର୍ଣ୍ଣ ରାଜନୀତିରୁ ଊର୍ଦ୍ଧ୍ବକୁ ନ ଉଠିଲେ ଓଡ଼ିଶା ବାସୀ ବିଜେପି କୁ କ୍ଷମା କରିବେ ନାହିଁ ବୋଲି ଶ୍ରୀ ଦାସବର୍ମା କହିଛନ୍ତି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମଗିରି ବ୍ଲକ ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ବିଦ୍ୟାଧର ସ୍ଵାଇଁ, କୃଷ୍ଣପ୍ରସାଦ ବ୍ଲକ ବିଜୁ ଜନତା ଦଳ ସଭାପତି ଲକ୍ଷ୍ମୀଧର ସାହୁ, କୃଷ୍ଣପ୍ରସାଦ ବ୍ଲକ ଅଧ୍ୟକ୍ଷା ସରୋଜିନୀ ତରେଇ, ବ୍ରହ୍ମଗିରି ବ୍ଲକ ଅଧ୍ୟକ୍ଷା ରତ୍ନବାଳା ବେହେରା, ଉପାଧ୍ୟକ୍ଷା ମାଳିନୀ ଦଳାଇ, ପୁରୀ ସଦର ବ୍ଲକ ଉପାଧ୍ୟକ୍ଷ ନିରଞ୍ଜନ ପ୍ରଧାନ, ସମିତି ସଭ୍ୟ କାର୍ତ୍ତବିଯ୍ୟ ସ୍ଵାଇଁ, ଜିଲ୍ଲା ପରିଷଦ ସଦସ୍ୟ ସନ୍ଦିପ କୁମାର ଜେନା, ବରିଷ୍ଠ ନେତା ରମେଶ ପଲେଇ, ପଦ୍ମ ଚରଣ ଜେନା, ରାମଚନ୍ଦ୍ର ଷଡ଼ଙ୍ଗୀ , ଭଗବାନ ନାୟକ, ରଘୁନାଥ ଜେନା, ମହିଳା ନେତ୍ରୀ ମାନସୀ ହରିଚନ୍ଦନ, ସସ୍ମିତା ସାହୁ, ସକୁନ୍ତଳା ମିଶ୍ର, ବ୍ରହ୍ମଗିରି ବ୍ଲକ ପୂର୍ବତନ ବ୍ଲକ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ରାୟ, ଯୁବ ନେତା ବିଜୟ କୁମାର ଦଳେଇ, ନରସିଂହ ପତି, ବୃନ୍ଦାବନ ପ୍ରଧାନ, ପୂର୍ବତନ ଉପାଧ୍ୟକ୍ଷ ଯୁଧିଷ୍ଠିର ନାୟକ, ବ୍ରହ୍ମପୁର ସରପଞ୍ଚ ସନ୍ତୋଷ କୁମାର ଜେନା, ସମିତି ସଭ୍ୟ କାଳୁ ଜେନା, ସମିତି ସଭ୍ୟ ମଣ୍ଟୁ ପ୍ରଧାନ, ଗୋଲାପ ସ୍ଵାଇଁ, ସର୍ବେଶ୍ଵର ଜେନା , ଯୁବ ଛାତ୍ର ଜନତା ଦଳ ପ୍ରତିନିଧି ଓ ପ୍ରମୁଖ ମହିଳା ନେତୃମଣ୍ଡଳୀ ଏବଂ ବହୁ ବିଜୁ ପ୍ରେମୀ ଉପସ୍ଥିତ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *