ୱାନ ଷ୍ଟପ୍ ସେଣ୍ଟର୍ ଥିବା ଅସହାୟ ମହିଳାଙ୍କ ଘର ବାହୁଡା଼

ନୟାଗଡ଼ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସଚିବ ଅଞ୍ଜଳି ମଛଖଣ୍ଡ ଙ୍କ ନିର୍ଦ୍ଦେଶରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ମଧ୍ୟସ୍ଥତା କେନ୍ଦ୍ରରେ ମହିପୁର ଅଞ୍ଚଳର ୱାନ୍ ଷ୍ଟପ ସେଣ୍ଟର୍ ରେ ଥିବା ଅସହାୟ ମହିଳାଙ୍କ ର ଆଜି ଘର ବାହୁଡା଼ ହୋଇଛି । ପ୍ରକାଶ ଥାଉ କି , ଆଠ ଦିନ ତଳେ ଅସହାୟ ଅବସ୍ଥାରେ ମହିଳା ଜଣଙ୍କ ରାତ୍ରି ୯ ଟା ରେ ଜଗନ୍ନାଥ ପରିସରରେ ଥିଲେ ।ଅଧିକାର ମିତ୍ର ପ୍ରଫୁଲ୍ଲ ବେହେରା ଉକ୍ତ ମହିଳା କୁ ଉଦ୍ଧାର କରି ମୁଖ୍ୟ ଚିକିତ୍ସାଳୟ ର ପରିସର ରେ ଥିବା ୱାନ୍ ଷ୍ଟପ୍ ସେଣ୍ଟର୍ ରଖିଥିଲେ ସଚିବଙ୍କ ନିର୍ଦ୍ଦେଶାନୁସାରେ । ଖୁସି ର କଥା ଆଜି ମଧ୍ୟସ୍ଥତା କେନ୍ଦ୍ର ରେ ଅଧିବକ୍ତା ଦଣ୍ଡପାଣି ସ୍ୱାଇଁ , ବରିଷ୍ଠ ଓକିଲ ରମେଶ ଚନ୍ଦ୍ର ମହାରଣା , ଅଧିକାର ମିତ୍ର ଲିପ୍ସା ଦାସ , ମମତା ବେହେରା ଏବଂ କର୍ମଚାରୀ ପ୍ରଶାନ୍ତ କୁମାର ସାହୁ ଙ୍କ ମଧ୍ୟସ୍ଥତା ରେ ମହିଳା ଏବଂ ତାଙ୍କ ସ୍ଵାମୀ ଙ୍କୁ ବୁଝାଇ ପରସ୍ପର ରେ ଥିବା ମନ ମାଳିନ କୁ ଦୂର କରି ତାଙ୍କ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟ ରେ ପୁନଃ ଭଲ ପାଇବା ଜାଗ୍ରତ କରି ଉଜୁଡ଼ା ସଂସାର କୁ ଯୋଡ଼ିଛନ୍ତି । ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ହସ୍ତକ୍ଷେପ ଯୋଗୁଁ ଅସହାୟ ମହିଳା ଙ୍କ ଘର ବାହୁଡା଼ କୁ ବୁଦ୍ଧିଜୀବୀ ମାନେ ପ୍ରଶଂସା କରିଛନ୍ତି ।

Leave a Reply

Your email address will not be published. Required fields are marked *