ଜଗତସିଂହପୁର ଜିଲ୍ଲାରେ କଂଗ୍ରେସ ସଭାପତି ଚୟନ ନେଇ ଆରମ୍ଭ ହୋଇଛି ୱାନ ଟୁ ୱାନ ସର୍ଭେ

Date-04/09/25*-ଜଗତସିଂହପୁର ଜିଲ୍ଲା କଂଗ୍ରେସ ସଭାପତି ଚୟନ ନେଇ ୱାନ ଟୁ ୱାନ ସର୍ଭେ ଆରମ୍ଭ ହୋଇଛି । ଜିଲ୍ଲାରେ ଏକାଧିକ ପ୍ରାର୍ଥୀ ଜିଲ୍ଲା କଂଗ୍ରେସ ସଭାପତି ନେଇ ଆଶାୟୀ ଥିବା ବେଳେ AICC ଅନୁମୋଦନ ପରେ ତାହା ସ୍ପଷ୍ଟ ଜଣାପଡିବ । ଏ ନେଇ ଜଗତସିଂହପୁର ଜିଲ୍ଲା ଗସ୍ତରେ ଆସିଥିବା ଅଖିଳ ଭାରତ କଂଗ୍ରେସ କମିଟି ପର୍ଯ୍ୟବେକ୍ଷକ ଏମ. ଲିଜୁ ସଂଗଠନ ଶ୍ରୀଜ଼ନ ଅଭିଯାନ କାର୍ଯ୍ୟକ୍ରମ ରେ ଯୋଗଦେଇ କର୍ମୀମାନଙ୍କ ସହିତ ଆଲୋଚନା କରିଥିବା ବେଳେ ନେତା ଓ କର୍ମୀ ମାନଙ୍କର ଫିଡ ବ୍ୟାକ ନେଇ ଛନ୍ତି । ତେବେ ଆଜି ଠାରୁ ଜିଲ୍ଲା ର୍ 8ଟି ବ୍ଲକ ଓ ଦୁଇଟି ମୁନିସିପାଲଟି ରେ ମଧ୍ୟ ସର୍ଭେ କରାଯାଇ AICC କୁ ପଠାଯିବ । ପରେ ରାହୁଲ ଗାନ୍ଧୀ ଜିଲ୍ଲା ସଭାପତି ଙ୍କ ନା ବିଧିବଦ୍ଧ ଭାବେ ଘୋଷଣା କରିବେ ବୋଲି କୁହାଯାଇଛି । ତେବେ ଗଣତାନ୍ତ୍ରିକ ପଦ୍ଧତିରେ ଚୟନ ପ୍ରକ୍ରିୟା କୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।

Leave a Reply

Your email address will not be published. Required fields are marked *