ଏକ ତ୍ରିଦିବସୀୟ ସେବା ଶିବିର ଅନୁଷ୍ଠିତ

ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଜିଲ୍ଲା ଶିକ୍ଷାଧିକାରୀ ଦୀପକ କୁମାର ପାଢ଼ୀଙ୍କ ନିର୍ଦ୍ଦେଶରେ ପୁରୀ ଜିଲ୍ଲା ସ୍କାଉଟ ଓ ଗାଇଡ ମାନଙ୍କ ଦ୍ଵାରା ଦେବାଦୀଦେବ ମହାଦେବ ଶ୍ରୀ ଲୋକନାଥ ଦେବଙ୍କ ଜାଗର ଯାତ୍ରା ଉପଲକ୍ଷେ ଏକ ତ୍ରିଦିବସୀୟ ସେବା ଶିବିର ଅନୁଷ୍ଠିତ ହୋଇଅଛି । ଏଥିରେ ପ୍ରାୟତଃ ୩୦୦ରୁ ଉର୍ଦ୍ଧ୍ଵ ପୁରୀ ସହରାଞ୍ଚଳରେ ଥିବା ପ୍ରତ୍ୟେକ ବିଦ୍ୟାଳୟର ସ୍କାଉଟ, ଗାଇଡ୍ସ,ରୋଭର ରେଞ୍ଜର ତଥା ସମସ୍ତ ସ୍କାଉଟ ମାଷ୍ଟର ଓ ଗାଇଡ୍ସ ମାନେ ସହଯୋଗ କରିଥିଲେ l ଏହି ସେବା ଶିବିରକୁ ଜିଲ୍ଲା ଗାଇଡ ସଂଗଠକ ଶ୍ରୀମତୀ ମିନାକ୍ଷୀ ମିଶ୍ର ବିଦ୍ୟାଧର ମିଶ୍ର ଅରୁଣ ଭଟ୍ଟାଚାର୍ଯ୍ୟ ନିରଞ୍ଜନ ପରିଡା ଗୋବିନ୍ଦଚନ୍ଦ୍ର ସିଂ କାବେରୀ ବିଶ୍ଵାଳ ସସ୍ମିତା ରାଉତରାୟ ବସନ୍ତ କୁମାର ବାରିକ ପ୍ରକାଶଚନ୍ଦ୍ର ଦାଶ ଭାଗ୍ୟଶ୍ରୀ ସେଠି ରୋଭର ଲିଡର ରାଜେନ୍ଦ୍ରନାରାୟଣ ହରିଚନ୍ଦନ ପ୍ରଶାନ୍ତ କୁମାର ମୁଦୁଲି ସୂର୍ଯ୍ୟନାରାୟଣ ମହାପାତ୍ର ରେଞ୍ଜର ଲିଡର ରେଖା ମାନସିଂହ ଆରତୀ ମହାନ୍ତି ପରିଚାଳନାରେ ସହଯୋଗ କରିଥିଲେ l ସେବା ଶିବିର ପରିଦର୍ଶନରେ ଜିଲ୍ଲା ସ୍କାଉଟ ସଂଗଠନର ଉପସଭାପତି ଶ୍ରୀ ପ୍ରଦ୍ୟୁମ୍ନ କୁମାର ମିଶ୍ର ଆସି ପିଲାମାନଙ୍କୁ ଉତ୍ସାହିତ କରିଥିବାର ସୂଚନା ଜିଲ୍ଲା ସ୍କାଉଟ ସଂଗଠକ ଦେବାଶିଷ ମିଶ୍ର ପ୍ରଦାନ କରିଛନ୍ତି l ଏହି ଶିବିର ଆସନ୍ତା କାଲି ସକାଳ ପର୍ଯ୍ୟନ୍ତ ଚାଲିବ l

Leave a Reply

Your email address will not be published. Required fields are marked *