ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପୂଜା ନାମରେ ପୁଣି ଅନଲାଇନରେ ଠକେଇ,
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପୂଜା ନାମରେ ପୁଣି ଅନଲାଇନରେ ଠକେଇ, – ପୁଣି ଅନଲାଇନରେ ଜଗନ୍ନାଥ ପ୍ରେମୀଙ୍କୁ ଠକେଇ। ଅନଲାଇନରେ ମହାପ୍ରଭୁଙ୍କ ପୂଜା ସହ ନିର୍ମାଲ୍ୟ ମିଳିବା ନେଇ ବିଜ୍ଞାପନ ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି। ପୂଜା ପରିସେବା ନାମକ ଏକ ଆପ୍ ମାଧ୍ୟମରେ ଏଭଳି ବିଜ୍ଞାପନ ଦିଆଯାଇଥିବା ଦେଖିବାକୁ ମିଳିଛି। ଚାରି ପ୍ରକାରର ପୂଜା ପାଇଁ ଅଲଗା ଅଲଗା ପ୍ରକାର ମୂଲ୍ୟ ରହିଛି। ତେବେ ଏହି ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବରିଷ୍ଠ ସେବାୟତ। ଶ୍ରୀମନ୍ଦିରରେ ଅନଲାଇନର ଏଭଳି କୌଣସି ବ୍ୟବସ୍ଥା ନାହିଁ। ଭକ୍ତମାନେ ବାରମ୍ବାର ଅନଲାଇନରେ ଠକେଇର ଶିକାର ହେଉଛନ୍ତି। ତୁରନ୍ତ ଶ୍ରୀମନ୍ଦିର, ଜିଲ୍ଲା ଓ ପୋଲିସ ପ୍ରଶାସନ ଏଭଳି ସଂସ୍ଥା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ସେବାୟତ। ସେପଟେ ଏହି ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଏସପି ପ୍ରତୀକ ସିଂ। ଅନଲାଇନ ମାଧ୍ୟମରେ ବାରମ୍ବାର ଭକ୍ତଙ୍କୁ ଠକେଇ ହେଉଥିବାର ନଜିର ଆସିଛି। ଏହି ଘଟଣାକୁ ପୋଲିସ ଗୁରୁତର ସହ ନେଇଛି। ତେବେ ସାଇବର ଏକ୍ସପର୍ଟ ଙ୍କ ଦ୍ଵାରା ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ। ତଦନ୍ତ ପରେ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ସିଂ କହିଛନ୍ତି |
