ଷ୍ଟୁଡେଣ୍ଟ ନଲେଜ ସେଣ୍ଟର୍ ତରଫରୁ ଅନଲାଇନ୍ ପେମେଣ୍ଟ ସଚେତନତା ରାଲି
ତା ୨୬.୧୦.୨୦୨୩ ପୁରୀ ଜିଲ୍ଲା ବଳଙ୍ଗା ଥାନା ଅନ୍ତର୍ଗତ ଗଡ଼ପଦନପୁର ଗ୍ରାମ ପଞ୍ଚାୟତ ଅଧୀନ ବାଙ୍ଗୁଋଷ ପାଟଣାସ୍ଥ ଷ୍ଟୁଡେଣ୍ଟ ନଲେଜ ସେଣ୍ଟର ତରଫରୁ ନଲେଜ ସେଣ୍ଟରର ପ୍ରତିଷ୍ଠାତା ଉପଦେଷ୍ଟା ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଈଶ୍ଵରଚନ୍ଦ୍ର ନାୟକଙ୍କ ଆହ୍ଵାନରେ ଏକ ଅନଲାଇନ୍ ପେମେଣ୍ଟ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ରାଲିରେ ନଲେଜ ସେଣ୍ଟରର ସମସ୍ତ ଛାତ୍ରଛାତ୍ରୀ ଓ ସଦସ୍ୟ ମାନଙ୍କ ସହିତ ଅନେକ ମାନ୍ୟଗନ୍ୟ ବ୍ୟକ୍ତି ସାମିଲ ହୋଇଥିଲେ। ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ରବୀନ୍ଦ୍ର ନାଥ ସ୍ୱାଇଁ ମହୋଦୟଙ୍କ ସହିତ ଜଣାଶୁଣା ଶିକ୍ଷକ ଓ ଅଧ୍ୟାପକ ବୃନ୍ଦ ଯଥା ଭାଗୀରଥି ବେହେରା, ବିଷ୍ଣୁ ଚରଣ ଦାସ, ହେମନ୍ତ କୁମାର ପ୍ରଧାନ, ମଙ୍ଗରାଜ ରଥ, ରବୀନ୍ଦ୍ର କୁମାର ଦାସ, ସଂଗ୍ରାମ କିଶୋର ପରିଡ଼ା ଆଦି ରାଲିରେ ସାମିଲ୍ ହୋଇ ଛାତ୍ରଛାତ୍ରୀ ମାନଙ୍କ ସହିତ ଗଡ଼ପଦନପୁର ଗ୍ରାମ ପଞ୍ଚାୟତର ସମସ୍ତ ଗାଁ ଯଥା ବାଙ୍ଗୁଋଷ ପାଟଣା, ଉଗ୍ରେଶ୍ଵର ଦେଉଳି, ଗଡ଼ପଦନ ପୁର, ମହାରଣା ସାହି, ଭାଣପୁର, ଦଳଭାଣପୁର, ବାଙ୍ଗୁଋଷ ଶାସନ ଆଦି ବୁଲି ଗ୍ରାମବାସୀ ମାନଙ୍କୁ ଅନଲାଇନ ପେମେଣ୍ଟ ସମ୍ପର୍କରେ ସଚେତନ କରିଥିଲେ ।ସେଣ୍ଟରର ସଭାପତି ବିମଲ କୁମାର ଦାସ, ବରିଷ୍ଠ ସଦସ୍ୟ ଜିତେନ୍ଦ୍ର ନାଥ ସାହୁ, ଅନନ୍ତ ନାୟକ, ପ୍ରତାପ କୁମାର ଦାସ, ଅନିତା ଦାସ, ବର୍ଷା ନାୟକ ଆଦି ରାଲି କୁ ପରିଚାଳନା କରିଥିଲେ । ତତ୍ ସହିତ ରାଷ୍ଟ୍ରୀିୟ ସ୍ଵୟଂସେବକ ସଂଘର କାର୍ଯ୍ୟକର୍ତ୍ତା ସରୋଜ କୁମାର ସାହୁ ଓ ଜିତେନ୍ଦ୍ର କୁମାର ସାହୁ ଆଦି ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଅନଲାଇନ ପେମେଣ୍ଟ ସଚେତନତା ଧର୍ମୀ ସ୍ଲୋଗାନ୍ ମାନ ଦେଇ ଉତ୍ସାହିତ କରିଥିଲେ ।ପରିଶେଷରେ ନଲେଜ ସେଣ୍ଟର ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।
