ଅନଲାଇନରେ ମହାପ୍ରସାଦ ବିକିବା

ଅନଲାଇନରେ ମହାପ୍ରସାଦ ବିକିବା ମାହାଙ୍ଗା ପଡିଲା, ଗିରଫ ହେଲେ ସମ୍ପୃକ୍ତ ବ୍ୟକ୍ତି, ଅନଲାଇନରେ ମହାପ୍ରସାଦ ବିକ୍ରି କରିବା ଘଟଣାରେ ପୁରୀ ପୋଲିସର ବଡ ପଦକ୍ଷେପ। ଅନଲାଇନରେ ମହାପ୍ରସାଦ ଯୋଗାଇବା ଵିଜ୍ଞାପନ ଦେଇ ଜଣେ ଗିରଫ। ଗିରଫ ବ୍ୟକ୍ତି ହେଉଛନ୍ତି ଭୁବନେଶ୍ୱରର ରିଅଲ୍ ଇଷ୍ଟେଟ୍ ବ୍ୟବସାୟୀ ଡିସ୍ପୋଜା ପଟ୍ଟନାୟକ। SHREEPRASAD.ORG ନାମକ ୱବସାଇଟରେ ଅନଲାଇନ ମହାପ୍ରସାଦ ଅର୍ଡର ନେଇ ଵିଜ୍ଞାପନ ସହ ଏକ ମୋବାଇଲ ଫୋନ୍ ନମ୍ବର ଦେଇଥିଲେ ଗିରଫ ବ୍ୟକ୍ତି। ଏନେଇ ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ହେମନ୍ତ କୁମାର ପାଢୀ ପୁରୀ ସାଇବର୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁରୀ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ୍ ଗଠନ କରାଯାଇ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଭୁବନେଶ୍ୱରରୁ ଗିରଫ କରାଯାଇଥିବା ଏସପି ପ୍ରତୀକ୍ ସିଂ କହିଛନ୍ତି। ୱବସାଇଟରେ ଏଭଳି କାର୍ଯ୍ୟକଳାପ ମନ୍ଦିରର ପ୍ରତିଛବି ଏବଂ ପବିତ୍ରତାକୁ ବାଧା ଦେବାସହ ଭକ୍ତଙ୍କ ଧାର୍ମିକ ଭାବନାକୁ ମଧ୍ୟ ଆଘାତ କରିଥିଲା। ଗିରଫ ବ୍ୟକ୍ତିଙ୍କ ବିରୁଦ୍ଧରେ ୨୯୯/୩୧୮(୨)/୩୧୮(୪)/୩୧୯(୨)/୩୩୬(୨)/୩୩୬(୩)/୩୩୬(୪)/୩୪୦(୨)/୩୫୬(୨) rw ୩(୫) BNS rw ୬୬(C)/୬୬(D) IT Actରେ ମାମଲା ରୁଜୁ କରାଯାଇଛି। ସେପଟେ ଯେକୌଣସି ବ୍ୟକ୍ତିବିଶେଷ ଅନଲାଇନରେ ମହାପ୍ରସାଦ ବିକ୍ରି କରିବା ଘଟଣା ନଜରକୁ ଆସିଲେ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସପି ପ୍ରତୀକ୍ ସିଂ ଚେତାଇ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *