ସାମୂହିକ ସଚେତନତା ହିଁ ଘରୋଇ ହିଂସା ବିରୁଦ୍ଧରେ ନିରାକରଣ କରିପାରିବ

ପୁରୀ (୨୫ /୦୯) – ଆଜି ପୂର୍ବାହ୍ନ ରେ ଜାତୀୟ ଆଇନ୍ ବିଶ୍ୱବିଦ୍ୟାଳୟ, ଓଡ଼ିଶା, କଟକ ଓ ନେଦରଲାଣ୍ଡ ସରକାରଙ୍କ ଦୂତାବାସର ମିଳିତ ଆନୁକୂଲ୍ୟରେ ହୋଟେଲ ଜମିଦାର ପ୍ୟାଲେସ୍,ପୁରୀ ପରିସରରେ ପୁରୀ, ଖୋର୍ଦ୍ଧା, ନୟାଗଡ଼ ଜିଲ୍ଲାର ଘରୋଇ ହିଂସା ବିରୁଦ୍ଧରେ ସମ୍ପ୍ରଦାୟ ଭିତ୍ତିକ ନେତୃତ୍ୱକାରୀ ଅଂଶୀଦାର ମାନଙ୍କ ସହିତ ଗୋଷ୍ଠୀ କେନ୍ଦ୍ରିତ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି I ଏନ. ଏଲ୍. ୟୁ. ଓ ର ପ୍ରକଳ୍ପ ପ୍ରବନ୍ଧକ ରାଜ କିଶୋର ପଣ୍ଡା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ I ଏଥିରେ ଉପ ନିବନ୍ଧକ, ପୁରୀ ଶ୍ରୀଯୁକ୍ତ ତପନ କୁମାର ତରାଇ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ, ପୁରୀ ଶ୍ରୀମତୀ ତନୁପ୍ରଭା ବେଉରା, ସାମନ୍ତ ଚନ୍ଦ୍ରଶେଖର ସ୍ଵଂୟ ଶାସିତ ମହାବିଦ୍ୟାଳୟ, ପୁରୀ ସହଯୋଗୀ ପ୍ରଫେସର୍ ଡକ୍ଟର ବିଜୟ କୁମାର ସାହୁ, ପୋଲିସ୍ ବିଭାଗ, ପୁରୀ ଡି ଏସ୍ ପି ଶ୍ରୀମତୀ ତିଳୋତ୍ତମା ରାଉତ ଓ ନୟାଗଡ ପୋଲିସ୍ ଜିଲ୍ଲାର ଆଇ ଆଇ ସି ଶ୍ରୀମତୀ କୁନାମଣୀ ଦେଇ ଏବଂ ମହିଳା ଙ୍କ ନିମନ୍ତେ ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ଜିଲ୍ଲା ମହାସଂଘ ( ସ୍ଵଂୟ ସହାୟକ ଗୋଷ୍ଠୀ)ର ସଭାପତି, ସମ୍ପାଦିକା,ସରପଞ୍ଚ, ଅଙ୍ଗନୱାଡ଼ି ଦିଦି, ପରିବାର ପରାମର୍ଶ କେନ୍ଦ୍ର ସଂଯୋଜକ, ସଂଯୋଜିକା, ଜେଣ୍ଡର ସଂଯୋଜିକା, ମ୍ୟୁନିସିପାଲଟି ଗୋଷ୍ଠି ସଂଯୋଜିକା, ଏନଜିଓ ର ପ୍ରବନ୍ଧକ, ପ୍ରେରଣା ଦିଦି, ସମାଜ ସେବକ, ମନ୍ଦିର ପୂଜକ ପ୍ରମୁଖ ଯୋଗଦେଇ ସେମାନେ ନିଜେ ନିଜର ମତ ଉପସ୍ଥାପନ ରଖିଥିଲେ I ପାରିବାରିକ ହିଂସା ୨୦୦୫ ଓ ଯୌତୁକ ନିରୋଧ ଆଇନ ୧୯୬୧,ବିଷୟରେ ବିଷୟରେ ସବିଶେଷ ଧାରଣ ଦେବା ସହ ମହିଳା ସାକ୍ଷରତା, ସଶକ୍ତିକରଣ ଓ ସଚେତନତା ହିଁ ପରିବର୍ତ୍ତନ ଆଣିପାରିବ ବୋଲି ବିସ୍ତୃତ ଭାବେ ଆଲୋଚନା କରିଥିଲେ । ମହିଳା ହିଂସା କୁ ରୋକିବାରେ ସହାୟତା ବଢାଇ ଥିବା ସମ୍ପ୍ରଦାୟମାନଙ୍କର ଭୂମିକା ଉପରେ ଆଲୋକପାତ କରିଥିଲେ I ମହିଳା ଆଇନ୍ ସମ୍ବନ୍ଧରେ ମହିଳାମାନେ ସଚେତନ ହେବା କେତେ ଜରୁରୀ ପ୍ରାଞ୍ଜଳ ଭାବେ ବୁଝାଇଥିଲେ। ଗବେଷଣାର ସାମ୍ପ୍ରତିକ ସମୟରେ ଆବଶ୍ୟକ‌ତା ଉପରେ ମୁଖ୍ୟ ଅତିଥି ନିଜର ମତବ୍ୟକ୍ତ ରଖିଥିଲେ । ବିଭିନ୍ନ ସ୍ତରରେ ମହିଳାଙ୍କ ପ୍ରତି ହେଉଥିବା ହିଂସା ଓ ଶୋଷଣ ବିରୋଧରେ ସୁରକ୍ଷା ଦେବା ସମସ୍ତଙ୍କର ଗୁରୁ ଦାୟିତ୍ଵ ଏବଂ ଏକ ଘରୋଇ ହିଂସା ମୁକ୍ତ ସମାଜ ଗଠନ ପାଇଁ ଆହ୍ୱାନ ଦେଇଥିଲେ I ନାରୀ ନିଜର ସୁରକ୍ଷା ପାଇଁ ନିଜେ ସଚେତନ ନହେଲେ ସମାଜ ଠିକ୍ ଭାବରେ ଚାଲିପାରିବ ନାହିଁ ବୋଲି ପ୍ରକାଶ କରିଥିଲେ। ମହିଳାଙ୍କ ପାଇଁ ସରକାରଙ୍କ ଦ୍ୱାରା ପ୍ରଣୀତ ବିଭିନ୍ନ ଯୋଜନା ଓ ସଂରକ୍ଷଣ ସୁବିଧାର ଲାଭ ଉଠାଇ ନିଜ ନିଜର ଆତ୍ମନିର୍ଭରଶୀଳତା ବଢ଼ାନ୍ତୁ ଓ ସମାଜ ପାଇଁ ଉଦାହରଣ ସାଜନ୍ତୁ ବୋଲି ପରାମର୍ଶ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ମାନପତ୍ର ଅତିଥି ମାନଙ୍କ ଦ୍ୱାରା ସମ୍ବନ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଏନ. ଏଲ୍. ୟୁ. ଓ ର ପ୍ରକଳ୍ପ ପ୍ରବନ୍ଧକ ସୁଧାଂଶୁ ଭୂଷଣ ମହାରଣା, ରାଜ କିଶୋର ପଣ୍ଡା, ବିବରଣୀ ଲେଖକ ଶ୍ରୀଯୁକ୍ତ ଶଶି ଭୂଷଣ ଦତ୍ତ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *